ETV Bharat / international

ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ - ମିଳିତ ଜାତିସଂଘ

ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ । ଅଧିକ ପଢନ୍ତୁ

ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ

author img

By

Published : Aug 3, 2022, 1:07 PM IST

ୱାଶିଂଟନ: ଜାତିସଂଘରେ ଭାରତରେ ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ(Ruchira Kamboj) । ମଙ୍ଗଳବାର ରୁଚିକା ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଜାତିସଂଘର ମହାସଚିବ ଅଣ୍ଟୋନିଓ ଗୁଟେରସ(UN Secretary-General Antonio Guterres)ଙ୍କ ନିକଟରେ ନିଜର ଦସ୍ତାବିଜ୍ ଦାଖଲ କରିଛନ୍ତି । ନ୍ୟୁୟର୍କ ସ୍ଥିତ ଜାତିସଂଘ ହେଡକ୍ବାର୍ଟରରେ ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିବାରେ ରୁଚିକା କମ୍ବୋଜ ଭାରତର ପ୍ରଥମ ମହିଳା ଅଟନ୍ତି । ଏନେଇ ସେ ନିଜେ ଟ୍ବିଟ୍ କରି ଜଣାଇଛନ୍ତି । ଏହାସହିତ 'ଆମେ ସମସ୍ତେ ଏହି ଦାୟିତ୍ବ ନିର୍ବାହ କରିପାରିବା' ବୋଲି ସେ ଝିଅମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

  • Today,have presented my credentials to the Secretary General of the United Nations @antonioguterres as Permanent Representative/Ambassador to the @UN. A privilege to be the first Indian woman to be given the honour to hold this position

    To the girls out there,we all can make it! pic.twitter.com/i1D7Qof2tc

    — Ruchira Kamboj (@RuchiraKamboj) August 2, 2022 " class="align-text-top noRightClick twitterSection" data=" ">

୫୮ ବର୍ଷୀୟା ରୁଚିକା କମ୍ବୋଜ ୧୯୮୭ ବ୍ୟାଚର ଭାରତୀୟ ବୈଦେଶିକ ସେବା (India Foreign Service) ଅଧିକାରୀ ଅଟନ୍ତି । ପୂର୍ବରୁ ସେ ଭୂଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ଗତ ଜୁନରେ ରୁଚିକାଙ୍କୁ ନ୍ୟୁୟର୍କରେ ଥିବା ଜାତିସଂଘରେ ବରିଷ୍ଠ କୂଟନୀତିଜ୍ଞ ଟିଏସ ତିରୁମୂର୍ତ୍ତୀଙ୍କ ସ୍ଥାନରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଥିଲା । 2002 ରୁ 2005 ମଧ୍ୟରେ ରୁଚିକା ଜାତିସଂଘରେ ଭାରତରେ ସ୍ଥାୟୀ ମିଶନରେ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଜାତିସଂଘ ସୁରକ୍ଷା ପରିଷଦ ସଂସ୍କାର, ମଧ୍ୟପ୍ରାଚ୍ୟ ସଙ୍କଟ ଆଦି ପ୍ରସଙ୍ଗରେ ମଧ୍ୟ ସେ କାର୍ଯ୍ୟ କରିବାର ଅନୁଭବ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.