ETV Bharat / international

Submersible missing: ଆଉ ଏକ ଟାଇଟାନିକ ଏପିସୋଡ୍, ନିଖୋଜ ବୁଡାଜହାଜରେ ଅକ୍ସିଜେନ ଶେଷ ! - ଟାଇଟାନିକ ଦେଖିବା ବେଳେ ଅଘଟଣ

ନିଖୋଜ ବୁଡାଜହାଜରେ କିଛି ଘଣ୍ଟାର ଅକ୍ସିଜେନ ବାକି ଥିବା ସୂଚନା ଦେଲେ ବିଶେଷଜ୍ଞ । ଶେଷ ପର୍ଯ୍ୟାୟରେ ଜାରି ରହିଛି ଅନ୍ତର୍ଜାତୀୟ ରେସ୍କ୍ୟୁ ମିଶନ । ଅଧିକ ପଢନ୍ତୁ

Submersible missing : ନିଖୋଜ ବୁଡାଜହାଜରେ କିଛି Submersible missing : ନିଖୋଜ ବୁଡାଜହାଜରେ କିଛି ଘଣ୍ଟାର ଅକ୍ସିଜେନ ବାକି, ଶେଷ ପ୍ରୟାସ ଜାରି ରଖିଛି ଉଦ୍ଧାରକାରୀ ଟିମ ଅକ୍ସିଜେନ ବାକି, ଶେଷ ପ୍ରୟାସ ଜାରି ରଖିଛି ଉଦ୍ଧାରକାରୀ ଟିମ
Submersible missing : ନିଖୋଜ ବୁଡାଜହାଜରେ କିଛି ଘଣ୍ଟାର ଅକ୍ସିଜେନ ବାକି, ଶେଷ ପ୍ରୟାସ ଜାରି ରଖିଛି ଉଦ୍ଧାରକାରୀ ଟିମ
author img

By

Published : Jun 22, 2023, 7:42 PM IST

ହାଇଦ୍ରାବାଦ: ଆଣ୍ଟାଲାଟିକ ମହାସାଗରରେ ବୁଡିଯାଇଥିବା ଟାଇଟାନିକ ଜାହାଜ ଦେଖିବାକୁ ପର୍ଯ୍ୟଟକଙ୍କୁ ନେଇ ସମୁଦ୍ରଗର୍ଭକୁ ଯାଇଥିବା ସବମେରାଇନକୁ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ । ଅନ୍ୟପଟେ ନିଖୋଜ ସବମେରାଇନରେ ଅକ୍ସିଜେନ ଶେଷ ହୋଇଥିବା ନେଇ ବିଶେଷଜ୍ଞଙ୍କ ସୂତ୍ରରୁ ସୂଚନା ମିଳିଛି । ଏପରିକି 5ଟି ଜୀବନ ବିପଦରେ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ରବିବାର ଠାରୁ ନିଖୋଜ ହୋଇଥିବା ଏହି ସବମେରାଇନର ଅକ୍ସିଜେନ କ୍ଷମତା ଅନୁସାରେ, ଆଜି (ଗୁରୁବାର) ପୂର୍ବାହ୍ନ ସୁଦ୍ଧା ସେଥିରେ ମାତ୍ର କିଛି ଘଣ୍ଟାର ଅକ୍ସିଜେନ ଗଚ୍ଛିତ ଥିବା ନେଇ ବିଶେଷଜ୍ଞ କହୁଛନ୍ତି । ଯାହା ଉଦ୍ଧାରକାରୀ ଦଳର ଚିନ୍ତା ବଢାଇଛି ।

ଏଥିରେ 5 ଜଣ ପର୍ଯ୍ୟଟକ ଯାତ୍ରା କରିଥିଲେ । ସେମାନଙ୍କୁ ଠାବ କରିବା ପାଇଁ ଆଣ୍ଟାଲାଚିକ ମହାସାଗରରେ ଏକ ଅନ୍ତର୍ଜାତୀୟ ସର୍ଚ୍ଚ ଅପରେସନ ଜାରି ରହିଛି । ଆମେରିକା ନୌସେନା ସହ ଅନ୍ୟ କିଛି ଦେଶର ଉଦ୍ଧାରକାରୀ ଟିମ ମଧ୍ୟ ସାମିଲ ହୋଇଛନ୍ତି । ସ୍କୁବାଡାଇଭରମାନେ ଏହା ନିରୁଦ୍ଦିଷ୍ଟ ହୋଇଥିବା ସ୍ଥାନରେ ସମୁଦ୍ରଗର୍ଭରେ ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଏହାକୁ ଏପର୍ଯ୍ୟନ୍ତ ଠାବ କରାଯାଇପାରି ନାହିଁ । ବିଶେଷଜ୍ଞଙ୍କ ଏହି ଆଶଙ୍କିତ ସୂଚନା ପରେ ଏହି ଅପରେସନକୁ ଆହୁରି କ୍ରିୟାଶୀଳ କରାଯାଉଛି । କାରଣ ଅକ୍ସିଜେନ ଶେଷ ହେବା ପରେ ସମସ୍ତ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଏକ ପ୍ରକାର ନିଶ୍ଚିତ ।

ଉତ୍ତର-ଆଣ୍ଟଲାଟିକ ମହାସାଗରେ 5 ଜଣ ପର୍ଯ୍ୟଟକଙ୍କୁ ଧରି ବାହାରିଥିଲା ଏହି ପର୍ଯ୍ୟଟକ ବୁଡାଜାହାଜ ‘ଟାଇଟନ’ । ଏହି ପର୍ଯ୍ୟଟକ ଭେସଲ୍ସର ଲମ୍ବ 22 ଫୁଟ (6.7 ମିଟର) ହୋଇଥିବା ବେଳେ ଏଥିରେ ସର୍ବାଧିକ ଅକ୍ସିଜେନ କ୍ଷମତା 96 ଘଣ୍ଟାର ଥିଲା । ସେହିପରି ଏହାର ଓଜନ 20 ହଜାର ପାଉଣ୍ଡ ବା 9,071 କିଲୋଗ୍ରାମ ରହିଥିବା ସୂତ୍ରରୁ ସୂଚନା ମିଳିଛି । ଏହାକୁ ଠାବ କରାଯାଇପାରିଲେ, ଆମେରିକା ନୌସେନାର ଜାହାଜ ଦ୍ବାରା ଉପରକୁ ଉଠାଯାଇ ପାରିବ । ଏହାର ଓଜନ 9 ହଜାର କେଜି ଥିବା ବେଳେ ଆମେରିକା ନିକଟରେ ପ୍ରାୟ 27 ହଜାର କେଜି ଓଜନର ସାମଗ୍ରୀକୁ ସମୁଦ୍ରଗର୍ଭରୁ ଉଦ୍ଧାର କରାଯିବାର କ୍ଷମତା ବହନ କରିବା ପରି ହାଜଜ ମଧ୍ୟ ରହିଛି । ହେଲେ ଏହାକୁ ଏବେ ସୁଦ୍ଧା ଠାବ କରଯାଇ ପାରିନାହିଁ ।

ଏହି ସବମେରାଇନ ‘ଟାଇଟନ’ ସମୁଦ୍ରଶଯ୍ୟାରେ ପଡିରହିଥିବା ଟାଇଟାନିକ ଜାହାଜ ନିକଟତର ହୋଇ ପର୍ଯ୍ୟଟକଙ୍କୁ ଏହାକୁ ଦେଖିବାର ସେବା ଯୋଗାଇଥାଏ । ତେବେ ରବିବାର ଠାରୁ ଏହା ସହ ଆଉ ଯୋଗାଯୋଗ ସମ୍ଭବପର ହୋଇପାରୁନାହିଁ । ଏକ ଅନ୍ତର୍ଜାତୀୟ ସର୍ଚ୍ଚ ଓ ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ବିଶେଷଜ୍ଞଙ୍କ ଅନୁମାନ ଭିନ୍ନ ଆଶଙ୍କା ସୃଷ୍ଟି କରୁଥିଲେ ମଧ୍ୟ,ଶେଷ ପର୍ଯ୍ୟାୟରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.