ETV Bharat / international

ଶୋକାକୁଳ ପରିବେଶରେ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ - ରାଣୀ ଏଲିଜାବେଥ ଦ୍ବିତୀୟ

ଅତ୍ୟନ୍ତ ଶୋକାକୁଳ ପରିବେଶରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

ଶୋକାକୁଳ ପରିବେଶରେ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ

author img

By

Published : Sep 20, 2022, 7:33 AM IST

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୋମବାର ଦିନ ଅତ୍ୟନ୍ତ ଶୋକାକୁଳ ପରିବେଶରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମହାରାଣୀଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି(Queen Elizabeth II laid to rest) । ଲଣ୍ଡନସ୍ଥିତ ୱିଣ୍ଡସର କ୍ୟାସେଲରେ( Windsor Castle) ରାଣୀ ଏଲିଜାବେଥଙ୍କୁ ତାଙ୍କର ସ୍ବାମୀ ପ୍ରିନ୍ସ ଫିଲିପ(Prince Philip)ଙ୍କ କବରସ୍ଥଳ ନିକଟରେ କବର ଦିଆଯାଇଛି । ଏହି ସମୟରେ ବ୍ରିଟେନ ରାଜପରିବାର ସଦସ୍ୟଙ୍କ ସମେତ ବିଶ୍ବର ଶତାଧିକ ରାଷ୍ଟ୍ରରୁ ଆସିଥିବା ବିଶ୍ବନେତାମାନେ ଉପସ୍ଥିତ ରହିଥିଲେ ।

ମହାରାଣୀଙ୍କ ମରଶରୀର ୱେଷ୍ଟମିନିଷ୍ଟର ଆବେରୁ ୱିଣ୍ଡସର କ୍ୟାସେଲକୁ ନିଆଯାଉଥିବା ସମୟରେ ହଜାର ହଜାର ଲୋକେ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ଭାରତରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନାଁରେ ବ୍ରିଟେନରେ ସର୍ବାଧିକ କାଳ କରିଥିବାର ରେକର୍ଡ ରହିଛି ଗତ ସେପ୍ଟେମ୍ବର 8 ତାରିଖରେ ରାଣୀ ଏଲିଜାବେଥଙ୍କର ପରଲୋକ ହୋଇଥିଲା । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ ।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଥିଲା । 9 ତାରିଖ ଦିନ ସ୍କଟଲ୍ୟାଣ୍ଡରୁ ତାଙ୍କ ମରଶରୀର ଲଣ୍ଡନ ଅଣାଯାଇଥିଲା । ମହାରାଣୀଙ୍କ ମହାପ୍ରୟାଣରେ ବ୍ରିଟେନର ଏକ ଯୁଗର ଅବସାନ ହୋଇଛି । ରାଣୀ ଏଲିଜାବେଥ ଦ୍ବିତୀୟ 1926 ଏପ୍ରିଲ 21ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟରେ ଜନ୍ମଗ୍ରହଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରେ 1947 ନଭେମ୍ବର 20ରେ ନୌସେନା ଅଧିକାରୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଏଲିଜାବେଥଙ୍କୁ ବିଦାୟ ଦେଉଛି ବ୍ରିଟେନ, ରାଜକୀୟ ପରମ୍ପରାରେ ଅନ୍ତ୍ୟେଷ୍ଟି କ୍ରିୟା ଜାରି

1944ରେ ଫିଲିପଙ୍କ ପ୍ରେମରେ ପଡିଥିଲେ ରାଣୀ । ପ୍ରିନ୍ସ ଚାର୍ଲସଙ୍କୁ ମିଶାଇ ରାଣୀଙ୍କର 4 ସନ୍ତାନ ପ୍ରିନ୍ସ ଆଣ୍ଡ୍ରୁ (62), ପ୍ରିନ୍ସ ଏଡୱାର୍ଡ (58) ପ୍ରିନ୍ସ ଆନି । 2021ରେ ସ୍ବାମୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ବିୟୋଗ ହୋଇଥିଲା । 1952 ମସିହାରେ ପିତା ଜର୍ଜଙ୍କ ଦେହାନ୍ତ ପରେ 25 ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ । ରାଣୀଙ୍କ ବିୟୋଗ ପରେ ତାଙ୍କ 73 ବର୍ଷୀୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନର ନୂଆ ରାଜା ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.