ETV Bharat / international

ବ୍ରିଟେନ ମହାରାଣୀ ଅସୁସ୍ଥ ! ରାଜ ପରିବାର ପକ୍ଷରୁ ସୂଚନା ପରେ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ଟ୍ରସ

author img

By

Published : Sep 8, 2022, 8:13 PM IST

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟ ଗୁରୁତର (Queen Elizabeth Doctors Concerned Over Health) । ମହାରାଣୀଙ୍କ ଡାକ୍ତର ସୂଚନା ଦେଇଥିବା ରାଜ ପରିବାର ପକ୍ଷରୁ ସୂଚନା । ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ । ଅଧିକ ପଢନ୍ତୁ

ବ୍ରିଟେନ ମହାରାଣୀ ଅସୁସ୍ଥ ! ରାଜ ପରିବାର ପକ୍ଷରୁ ସୂଚନା ପରେ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର (Queen Elizabeth) ସ୍ବାସ୍ଥ୍ୟାବସ୍ଥା ଗୁରୁତର (Queen Elizabeth Doctors Concerned Over Health)। ମହାରାଣୀଙ୍କର ନିୟମିତ ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଚିନ୍ତାପ୍ରକଟ କରିବା ତାଙ୍କୁ ମେଡିକାଲ ସୁପରଭିଜନରେ ରହିବାକୁ କହିଛନ୍ତି । ତେବେ ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଲଣ୍ଡନରେ ଉଦବେଗ ପ୍ରକାଶ ପାଇଛି । ନିକଟରେ ଦାୟିତ୍ବ ଗ୍ରହଣ କରିଥିବା ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମହାରାଣୀଙ୍କ ସ୍ବାସ୍ଥ୍ୟ ସଙ୍କଟ ନେଇ ଚିନ୍ତା ପ୍ରକଟ କରିବା ସହ ଆଶୁଆରୋଗ୍ୟ କାମନା କରିଛନ୍ତି । ମହାରାଣୀ ଏଲିଜାବେଥ ଦ୍ବିତୀୟ ବର୍ତ୍ତମାନ 96 ବୟସରେ ପଦାର୍ପଣ କରିଛନ୍ତି । ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ମଧ୍ୟ ଅଛନ୍ତି ।

  • The whole country will be deeply concerned by the news from Buckingham Palace this lunchtime.

    My thoughts - and the thoughts of people across our United Kingdom - are with Her Majesty The Queen and her family at this time.

    — Liz Truss (@trussliz) September 8, 2022 " class="align-text-top noRightClick twitterSection" data=" ">

ଏହି ଅସୁସ୍ଥତା କାରଣରୁ ସେ (Queen Elizabeth) ରାଜଧାନୀ ଲଣ୍ଡନ ଛାଡି ସ୍କଟଲ୍ୟାଣ୍ଡରେ ରହୁଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜଧାନୀ ଲଣ୍ଡନ ଆସି ନଥିଲେ । ଉଭୟ ବିଦାୟୀ ଓ ନୂତନ ପ୍ରଧାନମନ୍ତ୍ରୀ ସ୍କଟଲ୍ୟାଣ୍ଡ ଯାଇ ମହାରାଣୀଙ୍କୁ ଭେଟିଥିଲେ । ବୋରିଶ ଜନସନ ମହାରାଣୀଙ୍କୁ ବିଧିବଦ୍ଧ ଭାବେ ଇସ୍ତଫା ପତ୍ର ଦେବା ପରେ ସ୍କଟଲ୍ୟାଣ୍ଡରେ ହିଁ ନୂତନ ପ୍ରଧାନମନ୍ତ୍ରୀଙ୍କୁ ଲିଜ ଟ୍ରସଙ୍କୁ ନିଯୁକ୍ତ କରିବା ପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ପୂର୍ବରୁ ଅସୁସ୍ଥ ଥିବା ମହାରାଣୀ ଏଲିଜାବେଥଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଆହୁରି ବିଗିଡି ଯାଇଥିବା ତାଙ୍କ ଡାକ୍ତର ସୂଚନା ଦେବା ପରେ ବ୍ରିଟେନବାସୀ ତାଙ୍କ ଆଶୁଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲିଜ ଟ୍ରସ କହିଛନ୍ତି, ‘‘ଏପରି ଖବର ସମଗ୍ର ବ୍ରିଟେନବାସୀଙ୍କୁ ମର୍ମାହତ କରିଛି । ବଙ୍କିମହମ ପ୍ୟାଲେସରୁ ମିଳିଥିବା ସୂଚନା ନେଇ ଆମେ ସମସ୍ତେ ଗଭୀର ଭାବେ ଚିନ୍ତିତ । ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ନେଇ ମୁଁ ଏବଂ ସମଗ୍ର ବ୍ରିଟେନବାସୀ ପ୍ରାର୍ଥନା କରୁଛନ୍ତି । ସମସ୍ତଙ୍କ ଶୁଭେଚ୍ଛା ତାଙ୍କ ଓ ତାଙ୍କ ପରିବାର ସହ ରହିଛି । ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ।’’

ବିଶ୍ବର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନରେ ରାଜ ପରିବାରର ବଡ ଭୂମିକା ରହିଛି । ଦେଶରେ ନିର୍ବାଚିତ ସରକାର ଥିଲେ ସୁଦ୍ଧା ରାଜ ପରିବାରର ସମ୍ମାନାର୍ଥେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରଧାନ କରାଯାଇଥାଏ । ଭାରତରେ ରାଷ୍ଟ୍ରପତିଙ୍କ ପରି ଭୂମିକା ବ୍ରିଟେନର ମହାରାଣୀ ତୁଲାଇଥାନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ପରି କ୍ଷମତା ମହାରାଣୀଙ୍କ ନିକଟରେ ରହିଥାଏ । ବର୍ତ୍ତମାନର ମହାରାଣୀ ଏଲିଜାବେଥ ଦ୍ବିତୀୟ 96 ବର୍ଷରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.