ETV Bharat / international

ବ୍ୟାଙ୍କ୍‌ ନୋଟ୍‌ରେ ରହିଛି ରାଣୀ ଏଲିଜାବେଥଙ୍କ ଫଟୋ, ନିଧନ ପରେ ହଟିବା ଆଶଙ୍କା

ବ୍ରିଟେନ କରେନ୍ସିରେ ଦଶନ୍ଧି ଧରି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଫଟୋଚିତ୍ର ରହିଛି । କେବଳ ବ୍ରିଟେନ ନୁହେଁ ପ୍ରାୟ ୧୨ରୁ ଅଧିକ ଦେଶର ମୁଦ୍ରାରେ ରାଣୀଙ୍କ ଫଟୋ ରହିଛି । ତେବେ ରାଣୀଙ୍କ ନିଧନ ପରେ ଏହି ମୁଦ୍ରା ବା ନୋଟ ବୈଧ କି ନୁହେଁ ସେ ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ବ୍ୟାଙ୍କ ନୋଟ୍‌ରେ ପ୍ରଚଳିତ କ୍ବିନ ଏଲିଜାବେଥଙ୍କ ଫଟୋ, ନିଧନ ପରେ ହଟିବା ଆଶଙ୍କା

author img

By

Published : Sep 11, 2022, 7:23 PM IST

ଲଣ୍ଡନ: ଦଶନ୍ଧି ଧରି ବ୍ରିଟେନର ବ୍ୟାଙ୍କ ନୋଟ୍‌ରେ (Britain Bank notes and coins) ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଫଟୋ ଚିତ୍ର ରହିଆସିଛି । ପ୍ରାୟ ୧୨ରୁ ଅଧିକ ଦେଶରେ ତାଙ୍କ ଫଟୋ ଥିବା ମୁଦ୍ରା (Queen Elizabeth II photo on currency) ପ୍ରଚଳିତ ହେଉଛି । ତେବେ ରାଣୀ ଏଲିଜାବେଥଙ୍କ ନିଧନ ପରେ ବ୍ୟାଙ୍କ ନୋଟରେ ସଂଶୋଧନକୁ ନେଇ ଚର୍ଚ୍ଚା ହେଉଛି । ରାଣୀଙ୍କ ଅବର୍ତ୍ତମାନରେ ତାଙ୍କ ଫଟୋ ଥିବା ନୋଟ୍‌ ଓ ମୁଦ୍ରା ଗୁଡ଼ିକ ଆଉ ବୈଧ ନୁହେଁ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶ ସେମାନଙ୍କ ମୁଦ୍ରାକୁ ରୂପାନ୍ତରଣ କରିବାକୁ ସମୟ ନେବେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏଲିଜାବେଥଙ୍କ ଚିତ୍ର ସହିତ ନୋଟ୍ ଏବଂ ମୁଦ୍ରା ଚଳିବ ନାହିଁ । ବର୍ତ୍ତମାନ ମୁଦ୍ରାରେ ରାଣୀଙ୍କ ବଦଳରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଚିତ୍ର ରହିବ । କିନ୍ତୁ ଏହା ତୁରନ୍ତ ସମ୍ଭବ ନୁହେଁ । ଏଣୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ କହିଛି ଯେ ବର୍ତ୍ତମାନ ରାଣୀଙ୍କ ଚିତ୍ର ସହିତ ମୁଦ୍ରା ଆଇନଗତ ବୈଧ ରହିବ । ରାଣୀଙ୍କ ନିଧନ ପାଇଁ ତାଙ୍କ ସମ୍ମାନର୍ଥେ ୧୦ ଦିନିଆ ଜାତୀୟ ଶୋକ ପରେ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଏହି ମୁଦ୍ରା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।

ବ୍ୟାଙ୍କ ନୋଟ୍‌ରେ ପ୍ରଚଳିତ କ୍ବିନ ଏଲିଜାବେଥଙ୍କ ଫଟୋ

ବ୍ରିଟେନରେ ଆନୁଷ୍ଠାନିକ ଭାବରେ ମୁଦ୍ରା ଉତ୍ପାଦନ କରୁଥିବା ରୟାଲ୍ ମେଣ୍ଟ କହିଛି ଯେ, "ରାଣୀଙ୍କ ଚିତ୍ର ଥିବା ସମସ୍ତ ମୁଦ୍ରା ଆଇନଗତ ଭାବରେ ବୈଧ ରହିବ ।" ରୟାଲ ମେଣ୍ଟର ୱେବସାଇଟରେ ଏହା କୁହାଯାଇଛି ଯେ, ଏହି ଶୋକ ସମୟରେ ଆମେ ପୂର୍ବପରି ମୁଦ୍ରା ତିଆରି ଜାରି ରଖିବୁ । ବ୍ରିଟେନରେ ବର୍ତ୍ତମାନ ୪.୭ ବିଲିୟନ ନୋଟ୍ ଅଛି, ଯାହାର ମୂଲ୍ୟ ୯୫ ବିଲିୟନ ଡ଼ଲାର । ଏହା ବ୍ୟତୀତ ୨୯ ବିଲିୟନ ମୁଦ୍ରା କାରବାର ଏବଂ ବାଣିଜ୍ୟରେ ମଧ୍ୟ ବ୍ୟବହୃତ ହୁଏ । ଏହି ମୁଦ୍ରା ବା ନୋଟ ଗୁଡ଼ିକ ବହୁ ବର୍ଷ ଧରି ପ୍ରଚଳିତ ହେବ ବୋଲି ଆଶା କରାଯାଇଛି ।

ଏହା ବି ପଢନ୍ତୁ- ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ୫ ଆଉଟଫିଟ୍‌, ସମାଜ ପାଇଁ ଥିଲା ନିଆରା ବାର୍ତ୍ତା

ବ୍ରିଟେନର ମୁଦ୍ରା ବିଶେଷଜ୍ଞଙ୍କ ଅନୁଯାୟୀ, ସମସ୍ତ ମୁଦ୍ରା ଏବଂ ନୋଟ ପ୍ରତ୍ୟାହାର କରିବା ପରିବର୍ତ୍ତେ ଏହି ପ୍ରକ୍ରିୟା ଧୀରେ ଧୀରେ ହେବ । ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଚିତ୍ର ସହିତ ମୁଦ୍ରା ବହୁ ବର୍ଷ ଧରି ପ୍ରଚଳିତ ରହିବ । ୱେବସାଇଟ୍ ଅନୁଯାୟୀ ରାଜା ଚାର୍ଲ୍ସଙ୍କ ତାଜପୋଶୀ ପରେ ତାଙ୍କର ଏକ ନୂତନ ଚିତ୍ର ନିଆଯିବ ଯେଉଁଥିରେ ତାଙ୍କ ଚେହେରା ବାମରୁ ରହିବ ଏବଂ ମୁଦ୍ରାରେ ସମାନ ଚିତ୍ର ଛପାଯିବ ।

ସୂଚନା ଥାଉ କି, ପୂର୍ବରୁ ମୁଦ୍ରା ଓ ନୋଟ୍‌ରେ ମହାରାଣୀଙ୍କ ଚେହେରା ଡାହାଣ ପାର୍ଶ୍ବରୁ ରହିଥିଲା । ଏହା ପ୍ରାୟ ୭୦ ଦଶକରୁ ପ୍ରଚଳିତ ହୋଇ ଆସୁଥିବା ପ୍ରଥା । ବ୍ରିଟେନର ରାଜପ୍ରଥା ଅନୁସାରେ ପୂର୍ବ ଶାସକଙ୍କ ଚେହେରା ଯେଉଁ ପାର୍ଶ୍ବରେ ରହିଥିବ ନୂଆ ଶାସକଙ୍କ ଚେହେରା ଏହାର ବିପରୀତ ପାର୍ଶ୍ବରେ ରହିବ । ୱେବସାଇଟର କହିବାନୁସାରେ ବ୍ରିଟେନରେ ନୂଆ ନୋଟ ଲାଗୁ କରିବା ସହଜ । ମାତ୍ର ଅନ୍ୟ ଦେଶଗୁଡ଼ିକରେ ଏହାକୁ ଲାଗୁ କରିବା ପାଇଁ ସମୟ ଲାଗିବ ।

ବ୍ୟାଙ୍କ ଅଫ କାନାଡା ଏ ନେଇ କହିଛି, "ଶାସକ ପରିବର୍ତ୍ତିତ ହେବା ପରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ଡିଜାଇନକୁ ପରିବର୍ତ୍ତନ କରିବା ନେଇ ସେପରି କୌଣସି ନିୟମ ନାହିଁ ।" ନ୍ୟୁଜିଲାଣ୍ଡର ରିଜର୍ଭ ବ୍ୟାଙ୍କ କହିଛି ଯେ ଚାର୍ଲ୍ସଙ୍କ ଫଟୋ ଥିବା ମୁଦ୍ରା ଜାରି ହେବା ପୂର୍ବରୁ ରାଣୀଙ୍କ ଫଟୋ ଥିବା ସମସ୍ତ ମୁଦ୍ରା ଓ ନୋଟ ଜାରି କରାଯିବ । ବ୍ୟାଙ୍କ କହିଛି ଯେ ୨୦ ଡଲାର ନୋଟରେ ମହାରାଣୀଙ୍କ ଫଟୋ ରହିଛି । ତେବେ ମହାରାଣୀଙ୍କ ଫଟୋ ରହିଥିବା ଯୋଗୁଁ ଏହାକୁ ନଷ୍ଟ କରାଯାଇପାରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.