ETV Bharat / international

ଘଣ୍ଟାଏ ଭିତରେ ଇମ୍ରାନଙ୍କୁ ହାଜର କର: ପାକିସ୍ତାନ ସୁପ୍ରିମକୋର୍ଟ - ଇମ୍ରାନ ଖାନଙ୍କ ଗିରଫଦାରୀ

ସଂଧ୍ୟା ସୁଦ୍ଧା ଇମ୍ରାନ ଖାନଙ୍କ ଗିରଫଦାରୀ ନେଇ ଆସିପାରେ ବଡ ରାୟ । ଘଣ୍ଟାଏ ଭିତରେ ଇମ୍ରାନଙ୍କୁ ସୁପ୍ରିମକୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ପ୍ରଧାନ ବିଚାରପତି । ଅଧିକ ପଢନ୍ତୁ

ଘଣ୍ଟାଏ ଭିତରେ ଇମ୍ରାନଙ୍କୁ ସୁପ୍ରିମକୋର୍ଟରେ ହାଜର କର: ପାକିସ୍ତାନ ପ୍ରଧାନ ବିଚାରପତି

author img

By

Published : May 11, 2023, 5:35 PM IST

ହାଇଦ୍ରାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫ ପରେ ସମଗ୍ର ପାକିସ୍ତାନରେ ଏବେ ବିସ୍ଫୋରକ ସ୍ଥିତି ଜାରି ରହିଛି । ଏହାରି ମଧ୍ୟରେ ଏହି ହାଇପ୍ରାଫାଇଲ ଗିରଫଦାରୀ ପ୍ରସଙ୍ଗରେ ପାକିସ୍ତାନ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ଇମ୍ରାନ ଖାନଙ୍କୁ ମାତ୍ର ଘଣ୍ଟାଏ ମଧ୍ୟରେ ସୁପ୍ରିମକୋର୍ଟରେ ହାଜର କରିବାକୁ ପାକିସ୍ତାନ ପ୍ରଧାନ ବିଚାରପତି ତଦନ୍ତକାରୀ ସଂସ୍ଥା NAB କୁ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନ ପ୍ରଧାନ ବିଚାରପତି (CJP) ଓମାର ଅଟ୍ଟା ବନ୍ଦିଓ୍ବାଲ ଇମ୍ରାନଙ୍କୁ ମାତ୍ର ଘଣ୍ଟାଏ ମଧ୍ୟରେ ସର୍ବୋଚ୍ଚ କୋର୍ଟରେ ହାଜର କରୁ ବୋଲି NAB କୁ ନିର୍ଦ୍ଦେଶ ଦେଇଛନ୍ତି । ଇମ୍ରାନଙ୍କୁ ପାକିସ୍ତାନର ଜାତୀୟ ଆକାଉଣ୍ଟବିଲିଟି ବ୍ୟୁରୋ ଗିରଫ କରିଛି । ଇମ୍ରାନ ତାଙ୍କ ଗିରଫଦାରୀ ନେଇ ସର୍ବୋଚ୍ଚ କୋର୍ଟରେ ଅପିଲ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ବନ୍ଦିଆଲ, ମହମ୍ମଦ ଅଲ୍ଲି ମଜହର, ଅଥର ମିନାଲ୍ଲାଙ୍କୁ ନେଇ ଗଠିତ ଜଣିଆ ଖଣ୍ଡିପୀଠ ଇମ୍ରାନଙ୍କ ଆବେଦନର ଶୁଣାଣି କରିଛନ୍ତି । ଇମ୍ରାନଙ୍କୁ ସଂଧ୍ୟା ସୁଦ୍ଧା ହାଜର କରାଯାଇପାରେ । ତେବେ ଆଜି ସର୍ବୋଚ୍ଚ କୋର୍ଟ ଏହି ହାଇପ୍ରୋଫାଇଲ ଗିରଫଦାରୀ ମାମଲାରେ ବଡ ରାୟ ଘୋଷଣା କରିପାରନ୍ତି ।

ତେବେ ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି ବେଳେ ଇମ୍ରାନଙ୍କ ଓକିଲ ତାଙ୍କ ମହକିଲଙ୍କୁ କିପରି ଅବୈଧ ତରିକାରେ ଗିରଫ କରାଯାଇଛି, ସେକଥା ବର୍ଣ୍ଣନା କରିଥିଲେ । କହିଥିଲେ ଇମ୍ରାନ ଲାହୋରରୁ ଇସଲାମାବାଦ ହାଇକୋର୍ଟରେ ହାଜର ହେବା ପାଇଁ ଆସିଥିଲେ । କୋର୍ଟ ପରିସରରେ ତାଙ୍କ ବାୟୋମେଟ୍ରିକ ପ୍ରକ୍ରିୟାରେ ଥିବା ବେଳେ ରେଞ୍ଜର୍ସ ଫୋର୍ସ ତାଙ୍କୁ ଅତର୍କିତ ଆକ୍ରମଣ କରି ଉଠାଇ ନେଇଥିଲା । ସେଥିରେ ଅନେକ ଆଇନଜୀବୀ ଓ ଇମ୍ରାନଙ୍କ ସହଯୋଗୀ ଆହତ ହୋଇଥିଲେ । ରେଞ୍ଜର୍ସ ଯବାନମାନେ କୋର୍ଟ କ୍ୟାମ୍ପସରେ ଦୁର୍ବ୍ଯବହାର କରିବା ସହ ଇମ୍ରାନଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ।

ତେବେ କୋର୍ଟ ପରିସରରୁ ଇମ୍ରାନଙ୍କୁ କେତେ ସଂଖ୍ୟକ ରେଞ୍ଜର୍ସ ଯବାନ ଗିରଫ କରିଥିଲେ ସେନେଇ ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ । ଏହି ସଂଖ୍ୟା 100 ରୁ ଅଧିକ ହେବା ନେଇ ଇମ୍ରାନଙ୍କ ଓକିଲ ସୂଚନା ଦେବା ପରେ ଖଣ୍ଡପୀଠ ନ୍ୟାୟପାଳିକାର ପ୍ରତିଷ୍ଠା ଓ ସମ୍ମାନ ନେଇ ଉଦବେଗ ପ୍ରକାଶ କରିଥିଲେ । କହିଥିଲେ ନ୍ୟାୟପାଳିକାର ଗରିମା ରହିବା ଉଚିତ । ଜଣେ ବ୍ୟକ୍ତିକୁ ଗିରଫ କରିବା ପାଇଁ 90 ଜଣ କୋର୍ଟ ପରିସରରେ ପ୍ରବେଶ କଲେ । ଏପରି ସ୍ଥିତିରେ ନ୍ୟାୟପାଳିକାର କ’ଣ ସମ୍ମାନ ରହିଲା ବୋଲି ପାକିସ୍ତାନ ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ବନ୍ଦିଆଲ ଉଦବେଗ ପ୍ରକାଶ କରିବା ସହ ମାତ୍ର ଏକ ଘଣ୍ଟା ମଧ୍ୟରେ ଇମ୍ରାନଙ୍କୁ ହାଜର କରିବା ପାଇଁ ଏନଏବିକୁ ନିର୍ଦ୍ଦେଶ ଦେଇଛନ୍ତି । ସଂଧ୍ୟା ମଧ୍ୟରେ ଇମ୍ରାନଙ୍କୁ ଗିରଫ କରାଯିବା ମାମଲାରେ ସର୍ବୋଚ୍ଚ କୋର୍ଟରେ ଶୁଣାଣି ହେବା ସହ ବଡ ରାୟ ଆସିପାରେ । ଇମ୍ରାନ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ତାଙ୍କ ଦଳ ପିଟିଆଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.