ETV Bharat / international

Queen Elizabeth Death: ବ୍ରିଟେନର ମହାରାଜା ହେଲେ ଯୁବରାଜ ଚାର୍ଲ୍ସ - ବ୍ରିଟେନର ନୂଆ ମହାରାଜା

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ମହାରାଜା ହେଲେ ଯୁବରାଜ ଚାର୍ଲ୍ସ । ୭୩ ବର୍ଷ ବୟସରେ ଚାର୍ଲ୍ସ ସବୁଠୁ ବୟସ୍କ ରାଜା ଭାବେ ରାଜମୁକୁଟ ପିନ୍ଧିବେ । ଅଧିକ ପଢନ୍ତୁ

Queen Elizabeth Death: ବ୍ରିଟେନର ମହାରାଜା ହେଲେ ଯୁବରାଜ ଚାର୍ଲ୍ସ

author img

By

Published : Sep 9, 2022, 11:35 AM IST

Updated : Sep 9, 2022, 4:29 PM IST

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ରାଜା ହେଲେ ଯୁବରାଜ ଚାର୍ଲ୍ସ(Prince Charles New Monarch) । ମହାରାଣୀଙ୍କ ବଡ ପୁଅ ଚାର୍ଲ୍ସ 'ମହାରାଜ ଚାର୍ଲ୍ସ ତୃତୀୟ' ରୂପେ ରାଜମୁକୁଟ ପିନ୍ଧିବେ । ଖୁବଶୀଘ୍ର ନୂଆ ରାଜାଙ୍କ ରାଜାଭିଷେକ ହେବ । ବ୍ରିଟେନ ରାଜଗାଦିରେ ବସିବାକୁ ଥିବା ଯୁବରାଜ ଚାର୍ଲ୍ସ ୭୩ ବର୍ଷ ବୟସରେ ସବୁଠୁ ବୟସ୍କ ରାଜା ଭାବେ ରାଜଭାର ସମ୍ଭାଳିବେ । ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଚାରି ସନ୍ତାନ ମଧ୍ୟରୁ ସବୁଠୁ ବଡ ହେଉଛନ୍ତି ଯୁବରାଜ ଚାର୍ଲ୍ସ । ମହାରାଣୀଙ୍କ ମୃତ୍ୟୁ ପରେ ଆନୁଷ୍ଠାନିକ ଭାବେ ନୂଆ ରାଜା ଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।

Queen Elizabeth Death: ବ୍ରିଟେନର ରାଜା ହେଲେ ଯୁବରାଜ ଚାର୍ଲ୍ସ

ମହାରାଣୀ ଏଲିଜାବେଥ ଦ୍ବିତୀୟ(Queen Elizabeth II) ଗୁରୁବାର ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଛି । ଗତବର୍ଷ ଅକ୍ଟୋବରରୁ ସେ ଅସୁସ୍ଥ ଥିଲେ । ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ଶାସନ ଗାଦିରେ ବସିଥିଲେ ମହାରାଣୀ । ତାଙ୍କର ଦେହାନ୍ତ ପରେ ବର୍ତ୍ତମାନ ୭୩ ବର୍ଷୀୟ ଯୁବରାଜ ଚାର୍ଲ୍ସ ଦେଶର ପରବର୍ତ୍ତୀ ମହାରାଜ ହୋଇଛନ୍ତି(King Charles III, new monarch) । ବ୍ରିଟିଶ ରାଜତନ୍ତ୍ର ଅଧିକାରୀଙ୍କ ଅନୁଯାୟୀ, ଚାର୍ଲ୍ସ 'କିଙ୍ଗ ଚାର୍ଲ୍ସ ଥାର୍ଡ' ବା 'ମହାରାଜ ଚାର୍ଲ୍ସ ତୃତୀୟ' ନାମରେ ସିଂହାସନ ଆରୋହଣ କରିବେ । ଚାର୍ଲ୍ସ ରାଜଗାଦିରେ ବସିବା ପରେ ତାଙ୍କ ପତ୍ନୀ ରାଣୀ ହେବେ ବୋଲି ପୂର୍ବରୁ ରାଣୀ ଏଲିଜାବେଥ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଆଉ ନାହାନ୍ତି ବ୍ରିଟେନର ରାଣୀ ଏଲିଜାବେଥ

ତେବେ ଯୁବରାଜ ଚାର୍ଲ୍ସଙ୍କ ରାଜଭିଷେକର ତାରିଖ ସ୍ଥିର ହୋଇନାହିଁ । ଜନ୍ମରୁ ହିଁ ବ୍ରିଟିଶ ରାଜଗାଦି ସମ୍ଭାଳିବାକୁ ପ୍ରସ୍ତୁତ ହେଉଥିବା ଚାର୍ଲ୍ସ ରାଜତନ୍ତ୍ରର ଆଧୁନିକରଣରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେବେ ଚାର୍ଲ୍ସ ବ୍ରିଟେନ ରାଜପରିବାରର ପ୍ରଥମ ଉତ୍ତରାଧିକାରୀ ଅଟନ୍ତି, ଯାହାଙ୍କ ଶିକ୍ଷା ଘରେ ହୋଇନାହିଁ । ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବାରେ ସେ ରାଜପରିବାରର ପ୍ରଥମ ସଦସ୍ୟ ଅଟନ୍ତି । ସେ ବର୍ତ୍ତମାନ ୭୩ ବର୍ଷ ବୟସରେ ବ୍ରିଟେନ ସିଂହାସନ ଆରୋହଣ କରିବେ ।

Last Updated : Sep 9, 2022, 4:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.