ETV Bharat / international

Queen Elizabeth II funeral: ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବେ ରାଷ୍ଟ୍ରପତି

ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author img

By

Published : Sep 18, 2022, 7:46 AM IST

ଲଣ୍ଡନ: ବ୍ରିଟେନ ରାଜଧାନୀ ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Murmu arrives in London) । ଶନିବାର ରାତିରେ ରାଷ୍ଟ୍ରପତି ଲଣ୍ଡନର ଗଟୱିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସେଠାରେ ତାଙ୍କୁ ବ୍ରିଟେନରେ ଭାରତର ହାଇକମିଶନର ଭାବେ ନିଯୁକ୍ତ ବିକ୍ରମ କେ ଦୋରାଇସ୍ବାମୀ ସ୍ବାଗତ କରିଛନ୍ତି । ୱେଷ୍ଟମିନଷ୍ଟର ଆବେ(Westminster Abbey) ଠାରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଲଣ୍ଡନ ଯାଇଛନ୍ତି । ଭାରତ ପକ୍ଷରୁ ସେ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ମଧ୍ୟ ମହାରାଣୀଙ୍କ ଶେଷକୃତ୍ୟରେ ଯୋଗ ଦେବେ ।

ରାଷ୍ଟ୍ରପତି ମୁର୍ମୁଙ୍କ ସହ ବୈଦେଶିକ ସଚିବ ସଚିବ ବିନୟ କ୍ବାତ୍ରା ମଧ୍ୟ ଲଣ୍ଡନ ଯାଇଛନ୍ତି । ଆସନ୍ତା ୧୯ ତାରିଖ ଯାଏଁ ସେମାନେ ବ୍ରିଟେନରେ ରହିବେ । ୧୯ ତାରିଖ ଅର୍ଥାତ ସୋମବାର ଦିନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ମହାରାଣୀଙ୍କର ମରଶରୀରକୁ ବ୍ରିଟେନ ବ୍ୟାପୀ ପରିକ୍ରମା କରାଯିବା ପରେ ରାଜଧାନୀ ଲଣ୍ଡନରେ ଶେଷକୃତ୍ୟ କରାଯିବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବ୍ରିଟିଶ ଓ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି କାର୍ଯ୍ୟକ୍ରମରେ ବିଶ୍ବବ୍ୟାପୀ ପ୍ରାୟ ୫୦୦ ଅତିଥି ଓ ପ୍ରାୟ ୭ ଲକ୍ଷରୁ ଅଧିକ ସାଧାରଣ ଜନତା ଉପସ୍ଥିତ ରହିବେ । ଅନେକ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ପ୍ରତିନିଧିଙ୍କ ସମେତ ବିଶ୍ବବ୍ୟାପୀ ପ୍ରାୟ ୫୦୦ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଉଛନ୍ତି । ଆବଶ୍ୟକୀୟ ପ୍ରସ୍ତୁତି ଓ ବିଶ୍ବବ୍ୟାପୀ ଅତିଥିଙ୍କର ସୁରକ୍ଷା ଲାଗି ମଧ୍ୟ ୭ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବ ବ୍ରିଟିଶ ପ୍ରଶାସନ ।

ଏହାମଧ୍ୟ ପଢନ୍ତୁ: ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି, ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ

ଲଣ୍ଡନର ବକିଙ୍ଗହମ୍ ରାଜପ୍ରସାଦରେ ଏଲିଜାବେଥଙ୍କ ପାର୍ଥିବ ଶରୀର ତିନି ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ରଖାଯାଇଛି । ସୋମବାର ୱଣ୍ଡସର୍‌ କ୍ୟାସେଲ୍‌ର ରାଜା ଜର୍ଜ ଷଷ୍ଠ ମେମୋରିଆ ଚାପେଲ୍‌ରେ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ କବର ଦିଆଯିବ । ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବ୍ରିଟିଶ ରାଜକୀୟ ପରମ୍ପରାରେ ସମ୍ପନ୍ନ ହେବ । ଉଲ୍ଲେଖଯୋଗ୍ୟ, ଗତ ୮ ତାରିଖରେ ଏଲିଜାବେଥ ଦ୍ବିତୀୟଙ୍କ ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.