ETV Bharat / international

ଚୀନରେ ଭୟଙ୍କର ଭୂମିକମ୍ପ; ଗଲାଣି ୧୧୧ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା - ଚୀନରେ ଶକ୍ତିଶାଳୀ ଭୂମିକମ୍ପ

Powerful Earthquake Hits China: ଭୟଙ୍କର ଭୂମିକମ୍ପରେ ଦୋହଲିଲା ଚୀନ । ସୋମବାର ରାତିରେ ବଡ ଧରଣର ଭୂମିକମ୍ପରେ ଚୀନରେ ୧୧୧ ଜଣଙ୍କ ମୃତ୍ୟୁ । ୨୦୦ ଲୋକେ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଚୀନରେ ଶକ୍ତିଶାଳୀ ଭୂମିକମ୍ପ
ଚୀନରେ ଶକ୍ତିଶାଳୀ ଭୂମିକମ୍ପ
author img

By ETV Bharat Odisha Team

Published : Dec 19, 2023, 7:25 AM IST

ବେଜିଂ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଚୀନ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଚୀନର ଗାଂସୁ ପ୍ରଦେଶରେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୟଙ୍କର ଭୂକମ୍ପରେ ଏବେ ସୁଦ୍ଧା ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ବିଭିନ୍ନ ସ୍ଥାନରେ କୋଠା ଭୁଶୁଡି ଯିବାରୁ ପାଖାପାଖି ୨୦୦ ଜଣ ଆହତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ତେବେ ଆଗକୁ ଭୂକମ୍ପ ଜନିତ ମୃତାହତ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ୧୧ଟା ୫୯ ମିନିଟ୍ ସମୟରେ ଉତ୍ତର ପଶ୍ଚିମ ଚୀନର ଗାଂସୁରେ ଭୂକମ୍ପ ସଂଗଠିତ ହୋଇଛି । କିଙ୍ଘାଇଠାରୁ ୫ କିଲୋମିଟର ଦୂର ଗାଂସୁ ପ୍ରଦେଶର ଜିଶିସାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ, ଗାଂସୁରେ ବ୍ୟାପକ ଧନୀଜୀବନ କ୍ଷୟକ୍ଷତି ହୋଇଛି । ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଇଛି । ଏଥିରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଂସୁରେ ୯୬ ଏବଂ କିଙ୍ଘାଇରେ ୧୨୪ ଜଣ ଲୋକ ଆହତ ହୋଇଛନ୍ତି । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା(USGS) ଏହି ଭୂମିକମ୍ପର ତୀବ୍ରତା ୫.୯ ହୋଇଥିବା କହିଛି ।

ଏହା ମଧ୍ୟ ପଢନ୍ତୁ: Earthquake: ନେପାଳରେ ଶକ୍ତିଶାଳୀ ଭୂମିକମ୍ପ, ଗଲାଣି 132 ଜୀବନ

ଭୂକମ୍ପରେ କିଙ୍ଘାଇ, କାଉଣ୍ଟି ଓ ଡିୟାଡୋଜି ଅଞ୍ଚଳରେ ସର୍ବାଧିକ କ୍ଷୟକ୍ଷତି ଘଟିଛି । ବଡ଼ବଡ଼ କୋଠା ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଶତାଧିକ ଲୋକେ ଭଗ୍ନାବଶେଷ ତଳେ ଦବି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରଖିଛି ।

ସେପଟେ ପଡୋଶୀ ପାକିସ୍ତାନରେ ମଧ୍ୟ ବଡ ଧରଣର ଭୂମିକମ୍ପ ଝଟକା ଲାଗିଛି । ସୋମବାର ରାତିରେ ପାକିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି । ରାଜଧାନୀ ଇସଲାମବାଦ ସମେତ ଆଖପାଖ ସହରରେ ଏହି ଝଟକା ଅନୁଭୂତ ହୋଇଛି । ମାତ୍ର ଏଥିରେ ମୃତାହତ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଜାତୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର ଅନୁସାରେ, ଏହି ଭୂମିକମ୍ପ ଗଭୀରତା ୧୩୩ କିମି ଥିବାବେଳେ ଏହାର କେନ୍ଦ୍ରସ୍ଥଳ ଭାରତର ଜମ୍ମୁ-କାଶ୍ମୀରରେ ଚିହ୍ନଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.