ETV Bharat / international

ଆକ୍ସନ ମୋଡରେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବଦଳିଲା ସରକାରୀ କର୍ମଚାରୀଙ୍କ କାମ କରିବା ସମୟ

ଆକ୍ସନ ମୋଡରେ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । କାର୍ଯ୍ୟକାଳର ପ୍ରଥମ ଦିନରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶେହୱାଜ । ଅଧିକ ପଢନ୍ତୁ

ବଦଳିଲା ପାକିସ୍ତାନ ସରକାରୀ କର୍ମଚାରୀଙ୍କ କାମ କରିବା ସମୟ

author img

By

Published : Apr 12, 2022, 8:13 PM IST

ନୂଆଦିଲ୍ଲୀ: ଆକ୍ସନ ମୋଡରେ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । କାର୍ଯ୍ୟକାଳର ପ୍ରଥମ ଦିନରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶେହୱାଜ । ପାକିସ୍ତାନର ସବୁ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସାପ୍ତାହିକ ଅବକାଶ ମିଳିବା ନେଇ ସେ ଆଜି ଘୋଷଣା କରିଛନ୍ତି ।

ସେହିପରି ସରକାରୀ କାର୍ଯ୍ୟାଳୟ ଖୋଲିବା ଓ କର୍ମଚାରୀଙ୍କ କାମ କରିବା ସମୟକୁ ୮ ଘଣ୍ଟାରୁ ୧୦ ଘଣ୍ଟା କରିଥିବା ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ପୂର୍ବରୁ ସରକାରୀ କର୍ମଚାରୀଙ୍କ ସପ୍ତାହକୁ ୨ ଦିନ ଛୁଟି ମିଳୁଥିବା ବେଳେ ଏବେ ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳିବା ନେଇ ପ୍ରଧାନମନ୍ତ୍ରୀ ସରିଫ୍‌ କହିଛନ୍ତି । ଏଥିସହ ସରକାରୀ କାର୍ଯ୍ୟାଳୟ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ସେ ଘୋଷଣା କରିଛନ୍ତି ।

ସେହିଭଳି ପାକିସ୍ତାନର ମୁଦ୍ରାସ୍ଫୀତି ପୃଷ୍ଠଭୂମିରେ ବୃଦ୍ଧି ଦିଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏଥିସହ ଅର୍ଥନୀତିଜ୍ଞ ଚେତାବନୀ ଦେଇଛନ୍ତି ଯେ, ପାକିସ୍ତାନର ନୂଆ ସରକାରଙ୍କୁ ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ବଡ ସମସ୍ୟା ହେବ । ଏହାସହିତ ଇମ୍ରାନ ଖାନ ସରାକର ସମୟରେ ଘୋଷଣା କରାଯାଇଥିବା ରିଲିଫ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ପାରିଲେ ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ହୋଇପାରିବ ବୋଲି ଅର୍ଥନୀତିଜ୍ଞ ଆକଳନ କରିଛନ୍ତି ।

ଅନ୍ୟପଟେ ଗତକାଲି ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ଶେହୱାଜ ସରିଫ୍‌ ଶପଥ ନେଇଥିଲେ । ତେବେ ସେ ୧୭୪ ଖଣ୍ଡ ଭୋଟ ପାଇବା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.