ETV Bharat / international

'Make in India'କୁ ପୁଟିନଙ୍କ ପ୍ରଶଂସା, କହିଲେ ନିଜ ଉଦ୍ୟମରେ ସୁଧୁରିଛି ଭାରତର ଅର୍ଥନୀତି

author img

By

Published : Jun 30, 2023, 7:31 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାନ ମିତ୍ର କହିବା ସହିତ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରଶଂସା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଅଧିକ ପଢନ୍ତୁ

Etv Bharat
Etv Bharat

ମସ୍କୋ: 'ମେକ୍‌ ଇନ୍‌ ଇଣ୍ଡିଆ'କୁ ଭୁରିଭୁରି ପ୍ରଶଂସା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାନ ମିତ୍ର ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି । ଭାରତ ଉପରେ ମେକ୍‌ ଇନ୍‌ ଇଣ୍ଡିଆର ଗଭୀର ପ୍ରଭାବ ପଡ଼ିଛି । ଫଳରେ ଭାରତ ନିଜ ଉଦ୍ୟମ ବଳରେ ଦେଶର ଅର୍ଥନୀତିକୁ ସୁଧାରିଛି ବୋଲି କହିଛନ୍ତି ପୁଟିନ । ରାଜଧାନୀ ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ମହାନ ମିତ୍ର କହିବା ସହିତ ମେକ ଇନ ଇଣ୍ଡିଆକୁ ପ୍ରଶଂସା କରିଥିବା ଏକ ଋଷୀୟ ନ୍ୟୁଜ ଏଜେନ୍ସି ଦ୍ବାରା ସୂଚନା ମିଳିଛି ।

ଋଷୀୟ ନ୍ୟୁଜ ଏଜେନ୍ସି ଆରଟି ଅନୁସାରେ, ରାଷ୍ଟ୍ରପତି ପୁଟିନ ଘରୋଇ ଉତ୍ପାଦନ ଓ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ସମୟରେ ଭାରତର ଉଦାହରଣ ଦେଇ ଏପରି କହିଥିଲେ । ନିକଟରେ ନୂଆଦିଲ୍ଲୀକୁ ଗସ୍ତ କରିଥିବା ଋଷ ରାଷ୍ଟ୍ରଦୂତ ଡେନିସ ଅଲିପୋବ କହିଥିଲେ ଯେ ପୂର୍ବ ଭଳି ଋଷ-ଭାରତ ମଧ୍ୟରେ ରଣନୈତିକ ବୁଝାମଣା ଶକ୍ତି ଦେଖାଇଛି ଓ ସବୁଦିନ ପରି ଉଭୟର ସମ୍ପର୍କ ମଜଭୁତ ହୋଇଛି । ମାତ୍ର ଋଷକୁ ନେଇ ବିଶ୍ବସ୍ତରରେ ମିଥ୍ୟା ପ୍ରଚାର ହେଉଥିବା ସେ କହିଥିଲେ । ଋଷ ଓ ଭାରତ ମଧ୍ୟରେ ଥିବା ସୁସମ୍ପର୍କକୁ ଭାଙ୍ଗିବା ଲାଗି ପ୍ରୟାସ କରାଯାଉଛି । ଜାତୀୟ ରାଜଧାନୀରେ ଆୟୋଜିତ ରାଜକୀୟ ସ୍ବାଗତ ସମାରୋହରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଥିଲେ ଡେନିସ ।

ଏହା ବି ପଢନ୍ତୁ- ବେଲାରୁଷର ମଧ୍ୟସ୍ଥି ପରେ ଋଷରେ ଥମିଲା ବିଦ୍ରୋହ; ପଛକୁ ହଟିଲେ ବିଦ୍ରୋହୀ

ଅନ୍ୟପଟେ ୟୁକ୍ରେନ ଯୁଦ୍ଧ ପରେ ଗୃହ ଯୁଦ୍ଧକୁ ନେଇ ଚର୍ଚ୍ଚାକୁ ଆସିଥିଲା ଋଷ । ଶକ୍ତିଶାଳୀ ପୁଟିନ ଶାସନ ସମୟରେ ଗୃହ ଯୁଦ୍ଧ ସଙ୍କଟ ଭଳି ସ୍ଥିତି ଉପୁଜିବା ପରେ ସାରା ବିଶ୍ବ ଚକିତ ହୋଇପଡ଼ିଥିଲା । ରାଷ୍ଟ୍ରପତି ପୁଟିନଙ୍କ ସମର୍ଥିତ ଘରୋଇ ସେନା ସାମରିକ ବିଦ୍ରୋହ ଆରମ୍ଭ କରିଥିଲା । ଏହାକୁ ପୁଟିନ ସିଧାସଳଖ ଦେଶଦ୍ରୋହ ବୋଲି କହିଥିଲେ । ହେଲେ ୨୪ ଘଣ୍ଟା ମଧ୍ୟରେ ଏହି ମାମଲାକୁ ଶାନ୍ତ ପକାଇବାରେ ସଫଳ ହୋଇଥିଲେ ପୁଟିନ । ୱାଗନର ଗ୍ରୁପର ମୁଖ୍ୟ ପ୍ରିଗୋଝିନ ପୁଟିନଙ୍କ କିଛି ସର୍ତ୍ତକୁ ମାନିନେବା ପରେ ମାମଲା ଶାନ୍ତ ପଡ଼ିଥିଲା । ଏହି ବୁଝାମଣା ଲାଗି ବେଲାଋଷର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋ ମଧ୍ୟସ୍ଥତା କରିଥିଲେ । ଏହାପରେ ଋଷ ଛାଡ଼ି ପଡୋଶୀ ଦେଶ ଯିବା ଲାଗି ରାଜି ହୋଇଥିଲା ପ୍ରିଗୋଝିନ ।

ଏହା ବି ପଢନ୍ତୁ- Russia's Crisis: କିଏ ଏହି ୟେବଗେନି ପ୍ରିଗୋଝିନ, କେମିତି ହେଲେ ଏତେ ଶକ୍ତିଶାଳୀ

ଋଷର ଘରୋଇ ସେନା ଗ୍ରୁପ ୱାଗନର ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲା । ବିଦ୍ରୋହୀ ସେନା ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇଥିଲା । ଫଳରେ ଋଷ ପ୍ରତି ସଙ୍କଟ ଘନାଉଥିବା ବେଳେ ବେଲାଋଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ବିଦ୍ରୋହ ବନ୍ଦ ହୋଇଥିଲା । ୱାଗନର ଗ୍ରୁପ ମସ୍କୋ ଦଖଲ ଅଭିଯାନ ବନ୍ଦ କରି କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିଲା । ସେପଟେ ବିଦ୍ରୋହ ବନ୍ଦ ହେବା ଯୋଗୁଁ ବିଦ୍ରୋହୀ ସୈନ୍ୟଙ୍କ ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.