ETV Bharat / international

PM Modi France visit: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତର ପାସୱାର୍ଡ ପ୍ରବାସୀ

ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 14, 2023, 9:02 AM IST

Updated : Jul 14, 2023, 9:42 AM IST

PM Modi France visit
ଫ୍ରାନ୍ସରେ ପ୍ରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପ୍ୟାରିସ: ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ଫ୍ରାନ୍ସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଭାରତ ଏତେ ବିଶାଳ ଯେ ଏତେ ବିବିଧତା ମଧ୍ୟରେ ଘେରି ରହିଛି ତାହାକୁ ଦେଖିବାକୁ ଆମେ ଭାରତବାସୀଙ୍କ ପାଇଁ ଗୋଟିଏ ଜନ୍ମ କମ । ବିଶାଳ ଭାରତକୁ ଦେଖିବାକୁ ଆଜି ଦୁନିଆ ଉତ୍ସୁକତା ଦେଖା ଦେଇଛି । ବିକଶିତ ଭାରତକୁ ଦେଖିଲେ ତାର ଦିୱାନା ହୋଇଯିବେ । ସୌନ୍ଦର୍ଯ୍ୟର ଗନ୍ତାଘର ଭାରତ । ଭାରତ ପାଖରେ ସମସ୍ତଙ୍କୁ ଦେବାକୁ କିଛି ନା କିଛି ରହିଛି । ଫ୍ରାନ୍ସ ବନ୍ଧୁଙ୍କୁ ଭାରତକୁ ଆଣିବା ତୁମ ସମସ୍ତଙ୍କ ଦାୟିତ୍ବ । ଇଣ୍ଡିଆନ ଡାଏସପୋରା ଇଣ୍ଡିଆନ ଆସସେ କୋଡ । ଭାରତରେ ପର୍ଯ୍ୟଟନର ବିକାଶ ହେଉ ଏହାକୁ ତୁମେ ତୁମର ମିଶନ କର । ତୁମେ ପ୍ରବାସୀ ଭାରତୀୟ ଭାରତର ପାସୱାର୍ଡ । ପ୍ରବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • My request to the Indian diaspora in France- bring as many tourists from France to discover the beauty of India. pic.twitter.com/GsNnB4IEVC

    — Narendra Modi (@narendramodi) July 13, 2023 " class="align-text-top noRightClick twitterSection" data=" ">

ଫ୍ରାନ୍ସ ଗସ୍ତର ପ୍ରଥମ ଦିନରେ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସମୟରେ ମୋଦି ମୋଦି ନାରା ସହ ବନ୍ଦେ ମାତାରମରେ କମ୍ପିଥିଲା ପ୍ୟାରିସର ଲା ସିଏନ ମ୍ୟୁଜିକଲେ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥଲେ, '' ଭାରତ ଗଣତନ୍ତ୍ରର ଜନନୀ । ଭାରତ ବିଶ୍ବରେ ବିବିଧତାର ଏକ ମଡେଲ । ଫ୍ରାନ୍ସକୁ ଆସିଲେ ଲାଗୁଛି ଯେପରି ଘରକୁ ଆସିଛୁ । ଆମେ ଭାରତୀୟ ଯେଉଁଠିକୁ ଯାଉ ସେଠି ମିନି ଇଣ୍ଡିଆ ତିଆରି ହୁଏ । ଭାରତର ଦକ୍ଷତା ଓ ଭୂମିକା ଦ୍ରୁତ ପରବର୍ତ୍ତନ ହେବାରେ ଲାଗିଛି । ପ୍ରତିଟି ଚ୍ୟାଲେଞ୍ଜ ମୁକାବିଲା କରିବାରେ ଭାରତର ଅନୁଭବ ଓ ପ୍ରୟାସ ବିଶ୍ବ ପାଇଁ ସହାୟକ ହୋଇଛି । ଭାରତ ଓ ଫ୍ରାନ୍ସ ଭାଗିଦାରୀ କ୍ଷେତ୍ରର ଦୃଢ ମୂଳଦୁଆ ହେଉଛି ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ବିଶ୍ବାସ । ମୁଁ ଆଗରୁ ଅନେକ ଥର ଫ୍ରାନ୍ସ ଆସିଛି ମାତ୍ର ଏଥର ଫ୍ରାନ୍ସ ଆସିବା ଅଧିକ ବିଶେଷ । ମୁଁ ସଂକଳ୍ପ ନେଇ ଆସିଛି । ଶରୀରର କୋଣ କୋଣ ତୁମ ପାଇଁ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଭାରତ ଓ ଫ୍ରାନ୍ସ ମଧ୍ୟରେ ଅତୁଟ ସମ୍ପର୍କ ରହିଛି । ବିଶ୍ବରେ ଭାରତର ଭୂମିକା ଦୃଢତର ହେଉଛି । ଭାରତ ଏବେ ଜି-20 ଅଧ୍ୟକ୍ଷ ଅଛି । ଭାରତ କହେ ସମଗ୍ର ବିଶ୍ବ ଏକ ପରିବାର । ଜି-20 ସମୂହ ଭାରତର ସାମର୍ଥ୍ୟ ଦେଖୁଛି । ଏକବିଂଶ ଶତାଦ୍ଦୀରେ ଭାରତ ଫ୍ରାନ୍ସ ଅନେକ ଆହ୍ବାନର ମୁକାବିଲା କରିଛନ୍ତି । ଘଡିସନ୍ଧି ସମୟରେ ଦୁଇଦେଶର ରଣନୀତିର ସହଯୋଗର ବେଶ ଗୁରୁତ୍ବ ରହିଛି । ବିଦେଶରେ ଭାରତୀୟ ନାମ କମାଇଲେ ଯେବେ ଦୁନିଆ ସେମାନଙ୍କ ପ୍ରଶଂସା କରେ ତେବେ ମାଆ ଭାରତୀୟକୁ ଖୁସି ମିଳେ ଯେପରି ଏକ ସନ୍ତାନର ସଫଳତାରେ ଜନ୍ମଦାତ୍ରୀ ଖୁସି ହୁଏ । ବିଦେଶ ମାଟିରେ ମାଆ ଭାରତୀକୁ ହୃଦୟରେ ରଖୁଥିବା ଭାରତୀୟ ଭାରତର ବ୍ରାଣ୍ଡ ଆମ୍ବାସଡର । ତୁମେ ଭାରତର ରାଷ୍ଟ୍ରଦୂତ । ଫ୍ରାନ୍ସ ସହିତ ସମଗ୍ର ଦୁନିଆରେ ରହିଥିବା ଭାରତୀୟ ପ୍ରବାସୀ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଦୁଇ ଦେଶର ସମ୍ପର୍କକୁ ପ୍ରବାସୀ ଭାରତୀୟ ମଜବୁତ କରିଛନ୍ତି ।''

ଭାଷଣରେ ଚନ୍ଦ୍ରଯାନ-3 ବିଷୟରେ କହିଲେ: ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଚନ୍ଦ୍ରଯାନ-3 ବିଷୟରେ ଉଲ୍ଲେଖ୍ୟ କରିଥିଲେ । ଆଉ କିଛି ସମୟ ପରେ ଚନ୍ଦ୍ରଯାନ-3 ଉତକ୍ଷେପଣ ହେବ । ଚନ୍ଦ୍ରଯାନ -3 ଉତକ୍ଷେପଣର ଗୁଞ୍ଜରଣ ତାଙ୍କୁ ଶୁଣାଯାଉଛି । ତୁମେ ସମସ୍ତେ ଏଠି ଥିଲେ ବି ତୁମ ହୃଦୟ ଚନ୍ଦ୍ରଯାନ ପାଖରେ ରହିଛି । ଆଉ କିଛି ଘଣ୍ଟା ପରେ ଭାରତର ଐତିହାସିକ ପ୍ରକ୍ଷେପଣ ଆରମ୍ଭ ହେବ । ପ୍ୟାରିସରୁ ମିଶନ ଚନ୍ଦ୍ରଯାନ-3 ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତରେ ବିନିଯୋଗ କରିବାକୁ କହିଲେ: ବିଶ୍ବରେ 47 ଡିଜିଟାଲ କାରବାର ଭାରତରେ ହେଉଛି । ଭାରତରେ ତୁମକୁ ନିବେଶ କରିବାକୁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଆସିବାକୁ ପଡିବ । ଭାରତ ଆଗାମୀ 25 ବର୍ଷରେ ବିକଶିତ ହେବା ଲକ୍ଷ୍ୟରେ କାମ କରୁଛି ତେଣୁ ଏଥିରେ ତୁମମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ତୁମେ ଯେଉଁ ସେକ୍ଟରରେ କାମ କରୁଛି ତାହାକୁ ଭାରତର ବିନିଯୋଗ କର । ଭାରତରେ ବିନିଯୋଗର ଯଥେଷ୍ଟ ସୁଯୋଗ ରହିଛି ସଠିକ ସମୟ ଆସିଛି । ଭାରତ ନିଜର ଲୋକଙ୍କୁ କେବେ ବି ବିପଦରେ ଦେଖିବାକୁ ଚାହିଁବ ନାହିଁ । ସୁଦାନଠୁ ନେଇ ଆଫଗାନିସ୍ତାନ ୟୁକ୍ରେନଠୁ ନେଇ ଇରାକ ଯାଏ ଲୋକଙ୍କୁ ଉଦ୍ଧାର କରିଛି ଭାରତ । ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫ୍ରାନ୍ସରେ ପଢିବାକୁ 5 ବର୍ଷ ପାଇଁ ଭିସା ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

PM Modi France visit
PM Modi France visit
  • "A warm gesture embodying the spirit of the India-France partnership. PM Narendra Modi conferred with the Grand Cross of the Legion of Honour, the highest award in France by President Emmanuel Macron," tweets MEA spokesperson Arindam Bagchi

    (Pic source: Arindam Bagchi's twitter… pic.twitter.com/6LeoPsgBgo

    — ANI (@ANI) July 13, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫ୍ରାନ୍ସ ସର୍ବୋଚ୍ଚ ସମ୍ମାନ: ଭାରତୀୟଙ୍କ ପାଇଁ ଐତିହାସିକ ମୂହୂର୍ତ୍ତ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସ ସର୍ବୋଚ୍ଚ ଗ୍ରାଣ୍ଡ କ୍ରସ ଲେଗିନ ସମ୍ମାନରେ ସମ୍ମାନିତ କରିଛନ୍ତି । ପିଏମ ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସମ୍ମାନ ପାଇଁ ଭାରତୀୟଙ୍କ ପକ୍ଷରୁ ମାକ୍ରନଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି ।

ଏହା ବି ପଢନ୍ତୁ...PM Modi France visit: ପ୍ୟାରିସରେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଆଜି ମାକ୍ରନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା: ଫ୍ରାନ୍ସର ନ୍ୟାସନାଲ ପରେଡରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସର ରାଷ୍ଟ୍ରୀୟ ଦିବସରେ ବ୍ଲାଷ୍ଟିଲ ଡେ କାର୍ଯ୍ୟକ୍ରମରେ ସାମିଲ ହେବ । ଏହା ସହିତ ଆଜି ମାକ୍ରନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୋଦିଙ୍କ ପାଇଁ ନିଜ ସରକାରୀ ବାସଭବନରେ ଏକ ନୈଶ ରାତ୍ରୀଭୋଜନର ଆୟୋଜନ କରିବେ । ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । କିଛି ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବ । ଏହା ପୂର୍ବରୁ ପ୍ୟାରିସର ସିନେଟରେ ପ୍ରେସିଡେଣ୍ଟ ଜେରାଡ ଲାର୍ଚରଙ୍କୁ ଭେଟିଥିଲେ ।

Last Updated : Jul 14, 2023, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.