ETV Bharat / international

PM Modi to Address US Congress: ଆମେରିକା କଂଗ୍ରେସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ - ଆମେରିକା ସଂସଦ ସଂଯୁକ୍ତ ସଭା

ଆମେରିକା ସଂସଦ(କଂଗ୍ରେସ) ସଂଯୁକ୍ତ ସଭାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧିତ କରିବେ । ପୂର୍ବରୁ କେବଳ ଇସ୍ରାଏଲର ରାଷ୍ଟ୍ରପତି ବେଞ୍ଜାମିନ ନିତାନ୍ୟାହୁ ଆମେରିକା ସଂଯୁକ୍ତ କଂଗ୍ରେସକୁ ସମ୍ବୋଧିତ କରିଛନ୍ତି । ଅଧିକ ପଢନ୍ତୁ

PM Modi to Address US Congress:
PM Modi to Address US Congress:
author img

By

Published : Jun 6, 2023, 10:51 PM IST

ନୂଆଦିଲ୍ଲୀ: ଆମେରିକା ସଂସଦ (କଂଗ୍ରେସ) ସଂଯୁକ୍ତ ସଭାକୁ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ଅନୁସାରେ ଆସନ୍ତା 22 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସର ସଂଯୁକ୍ତ ସଂସଦକୁ ସମ୍ବୋଧିତ କରିବେ । ନିମନ୍ତ୍ରଣ ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ‘‘ଏହି ସମ୍ମାନ ଜନକ ନିମନ୍ତ୍ରଣ ପାଇଁ ଆମେରିକା ହାଉସ ସ୍ପିକର, ସିନେଟର ରିପବ୍ଲିକାନ ନେତା, ସିନେଟର ମେଜୋରିଟି ଲିଡର ଓ ହାଉସର ଡେମୋକ୍ରେଟିକ ନେତାଙ୍କୁ ଧନ୍ୟବାଦ ଦେଉଛି ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମୁଁ ଏହି ନିମନ୍ତ୍ରଣକୁ ଗ୍ରହଣ କରିବା ସହ ସମ୍ମାନ ଅନୁଭବ କରୁଛି । ଏହାସହ ଆମେରିକା କଂଗ୍ରେସ ସଂଯୁକ୍ତ ସଭାକୁ ସମ୍ବୋଧିତ କରିବା ପାଇଁ ଅପେକ୍ଷା କରିଛି । ଆମେ ଆମେରିକା ସହିତ ଦ୍ବିପାକ୍ଷିକ ସମ୍ପର୍କ, ବ୍ୟାପକ ବୈଷୟିକ ରଣନୀତି, ବ୍ୟବସାୟୀକ ବୁଝାମଣାକୁ ନେଇ ଗର୍ବିତ । ଏହି ସମ୍ପର୍କ ଆମର ସୁଦୃଢ ଗଣତାନ୍ତ୍ରିକ ମୁଲ୍ୟବୋଧ ସହିତ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଥିବା ପ୍ରତିବଦ୍ଧତା, ଓ ବୈଷୟିକ ଶାନ୍ତି ଓ ସମୃଦ୍ଧିକୁ ନେଇ ସୃଷ୍ଟି ହୋଇଛି ।

ଆମେରିକା ସଂସଦ(କଂଗ୍ରେସ) ସଂଯୁକ୍ତ ସଭାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧିତ କରିବେ । ପୂର୍ବରୁ କେବଳ ଇସ୍ରାଏଲର ରାଷ୍ଟ୍ରପତି ବେଞ୍ଜାମିନ ନିତାନ୍ୟାହୁ ଆମେରିକା ସଂଯୁକ୍ତ କଂଗ୍ରେସକୁ ସମ୍ବୋଧିତ କରିଛନ୍ତି ।

ସୂଚନାଯୋଗ୍ୟଯେ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନ ଏକ ନୈଷ୍ୟ ଭୋଜିର ଆୟୋଜନ କରୁଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ବିପାକ୍ଷିକ ବୈଠକ କରିବେ । ଏତତ ବ୍ୟତୀତ ବିଭିନ୍ନ କମ୍ପାନୀରି ସିଇଓଙ୍କୁ ସାକ୍ଷାତ କରିବେ । ପରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିବେ ।

ଗତ ମାସରେ ପ୍ରଧାନମନ୍ତ୍ରୀ ଜାପାନ, ନ୍ୟୁ ପପୁଆଗିନି ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ପ୍ରଥମେ ଜାପାନ, ପରେ ନ୍ୟୁ ପପୁଆଗିନି ଓ ପରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ଅଷ୍ଟ୍ରେଲିଆରେ ବହୁ ଅନ୍ତରାଷ୍ଟ୍ରୀୟ କମ୍ପାନୀ ସିଇଓଙ୍କୁ ସାକ୍ଷାତ କରିବା ସହ ଭାରତରେ ପୁଞ୍ଜି ନିବେଶ କରିବାକୁ ନିମନ୍ତ୍ରଣ ଦେଇଥିଲେ । ପରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଭାରତର ବିକାଶ ଗାଥାର କାହାଣୀ କହିଥିଲେ । ଗତ 9 ବର୍ଷରେ ଦେଶରେ ହୋଇଥିବା ବୈପ୍ଲବିକ ପରିବର୍ତ୍ତନ ଓ ବିକାଶ ଧାରା ପ୍ରବାସୀ ଭାରତୀୟଙ୍କୁ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.