ୱାଶିଂଟନ: ହ୍ବାଉଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତ୍ରଭୋଜନ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି (ପ୍ରଥମ ମହିଳା) ଜିଲ ବାଇଡେନଙ୍କ ସହ ହ୍ବାଇଟ ହ୍ବାଉସରେ ଡିନର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ବାଉଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଷ୍ଟେଟ ଡିନରର ଆୟୋଜନ କରିଥିଲା ଆମେରିକା । ନୈଶ୍ୟ ରାତ୍ରଭୋଜନର ଆୟୋଜନ ପାଇଁ ଜୋ ବାଇଡେନ ଓ ଜିଲ ବାଇଡେନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାତ୍ରଭୋଜନ ସହ ଦୁଇ ଦେଶର ବନ୍ଧୁତ୍ବର ଉତ୍ସବ ପାଳନ କରିଛନ୍ତି ଦୁଇ ରାଷ୍ଟ୍ରମୁଖ୍ୟ ।
-
#WATCH | Jill and I have had a wonderful time with the Prime Minster today, during your truly productive visit. Tonight we celebrate the great bonds of friendship between India and the United States: US President Joe Biden during the official State Dinner at The White House pic.twitter.com/eW152YpMeX
— ANI (@ANI) June 23, 2023 " class="align-text-top noRightClick twitterSection" data="
">#WATCH | Jill and I have had a wonderful time with the Prime Minster today, during your truly productive visit. Tonight we celebrate the great bonds of friendship between India and the United States: US President Joe Biden during the official State Dinner at The White House pic.twitter.com/eW152YpMeX
— ANI (@ANI) June 23, 2023#WATCH | Jill and I have had a wonderful time with the Prime Minster today, during your truly productive visit. Tonight we celebrate the great bonds of friendship between India and the United States: US President Joe Biden during the official State Dinner at The White House pic.twitter.com/eW152YpMeX
— ANI (@ANI) June 23, 2023
ହ୍ବାଉଟ ହାଉସରେ ରାତ୍ରଭୋଜନରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, '' ଏହି ନୈଶ ରାତ୍ରଭୋଜନ ଆୟୋଜନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହୃଦୟରୁ ଧନ୍ୟବାଦ । ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ । ମୋ ଯାତ୍ରାକୁ ସଫଳ କରିବାକୁ ସେ ବ୍ୟକ୍ତିଗତ ଗୁରୁତ୍ବ ଦେଇଛନ୍ତି । ଆଜିର ଏହି ଭବ୍ୟ ଆୟୋଜନ ପାଇଁ ତାଙ୍କୁ ବହୁତ ଧନ୍ୟବାଦ । ଗତକାଲି ମୋ ପାଇଁ ତୁମ ଘରର ଦ୍ବାର ଖୋଲିଥିଲ ଏହି ସ୍ବତନ୍ତ୍ର ଚର୍ଚ୍ଚା ଆଦର ସତ୍କାର ପାଇଁ କୃତଜ୍ଞ । ଦୁଇ ଦେଶର ଉପସ୍ଥିତ ମହାନ ବ୍ୟକ୍ତି ବିଶେଷ ଆଜିର ସନ୍ଧ୍ୟାକୁ ଅଧିକ ସୁନ୍ଦର କରିଛନ୍ତି । ପ୍ରବାସୀ ଭାରତୀୟ ଆମେରିକାରେ ଅର୍ଥବ୍ୟବସ୍ଥାକୁ ଅଧିକ ମଜବୁତ କରିଛନ୍ତି । ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଲୋକତନ୍ତ୍ର ଓ ବିବିଧତାର ମୂଲ୍ୟକୁ ସାକାର କରୁଥିବା ଏହି ଲୋକ ଆମର ପ୍ରକୃତ ପୁଞ୍ଜି । ସମୟ ଯେତେ ଆଗକୁ ବଢୁଛି ଦୁଇ ଦେଶ ପରସ୍ପରକୁ ଅଧିକ ଜାଣିବାକୁ ପାଉଛି । ଭାରତରେ ଶିଶୁ ହାଲେୱିନ ଓ ସ୍ପାଇଡରମ୍ୟାନ ବନୁଛନ୍ତି ଓ ଆମେରିକା ଯୁବଗୋଷ୍ଠୀ ନାଟୁନାଟୁରେ ନୃତ୍ୟ କରୁଛନ୍ତି ।''
-
#WATCH | There is one more thing left to do tonight- please join me in raising a toast. A toast to our wonderful hosts, President Biden and Jill Biden. A toast to good health, prosperity and the pursuit of happiness, liberty, equality and to the ever-lasting bonds of friendship… pic.twitter.com/s9Kow2TU2B
— ANI (@ANI) June 23, 2023 " class="align-text-top noRightClick twitterSection" data="
">#WATCH | There is one more thing left to do tonight- please join me in raising a toast. A toast to our wonderful hosts, President Biden and Jill Biden. A toast to good health, prosperity and the pursuit of happiness, liberty, equality and to the ever-lasting bonds of friendship… pic.twitter.com/s9Kow2TU2B
— ANI (@ANI) June 23, 2023#WATCH | There is one more thing left to do tonight- please join me in raising a toast. A toast to our wonderful hosts, President Biden and Jill Biden. A toast to good health, prosperity and the pursuit of happiness, liberty, equality and to the ever-lasting bonds of friendship… pic.twitter.com/s9Kow2TU2B
— ANI (@ANI) June 23, 2023
ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ଦୁଇ ଦେଶ ମଧ୍ୟରେ ବିଶ୍ବାସ ମିତ୍ରତା ବଢିଛି ଆମେରିକା ଯଦି ପୁରୁଣା ଦେଶ ଭାରତ ମଧ୍ୟ ସବୁଠୁ ଗଣତାନ୍ତ୍ରିକ ରାଷ୍ଟ୍ର । 7 ବର୍ଷର ବହୁତ କିଛି ବଦଳିଛି ମାତ୍ର ଆମ ସମ୍ପର୍କ ନିବିଡ ହୋଇଛି । ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ବାସ କରନ୍ତି । ଆମର ଚମତ୍କାର ହୋଷ୍ଟ ରାଷ୍ଟ୍ରପତି ଜୋ ବାଇଡେନ ଓ ଜିଲ ବାଇଡେନଙ୍କୁ ଅଶେଷ ଧନ୍ୟବାଦ । ଉତ୍ତମ ସ୍ବାସ୍ଥ୍ୟ, ସମୃଦ୍ଧତା ହେଉ ଏବଂ ଭାରତ ଓ ଆମେରିକା ମଧ୍ୟରେ ଚିରସ୍ଥାୟୀ ବନ୍ଧୁତ୍ବ ସର୍ବଦା ରହୁ । ବେସ ବଲ ପ୍ରସିଦ୍ଧି ମଧ୍ୟରେ ଆମେରିକାରେ କ୍ରିକେଟ ଲୋକପ୍ରିୟତା ହାସଲ କରୁଛି । ଏଥର ଭାରତରେ ହେବାକୁ ଥିବା କ୍ରିକେଟ ବିଶ୍ବକପରେ ଖେଳିବାକୁ ଉତୀର୍ଣ୍ଣ ହେବାକୁ ଆମେରିକା ପ୍ରୟାସ କରିଛି ମୋର ଶୁଭକାମନା ତାଙ୍କ ସହିତ ରହିଛି ।'' ସେହିପରି ଜୋ ବାଇଡେନ କହିଛନ୍ତି, ଜିଲ ଓ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ସୁନ୍ଦର ସମୟ ବିତାଇଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତରେ ଆମେ ଆମ ଦୁଇ ଦେଶର ବନ୍ଧୁତ୍ବର ଗଭୀରତାକୁ ପାଳନ କରିଛୁ ।
-
#WATCH | With every passing day, Indians and Americans are getting to know each other better... Kids in India become Spiderman on Halloween and America's youth is dancing to the tunes of 'Naatu Naatu': PM Modi during the official State Dinner at The White House pic.twitter.com/45lqIcpxmo
— ANI (@ANI) June 23, 2023 " class="align-text-top noRightClick twitterSection" data="
">#WATCH | With every passing day, Indians and Americans are getting to know each other better... Kids in India become Spiderman on Halloween and America's youth is dancing to the tunes of 'Naatu Naatu': PM Modi during the official State Dinner at The White House pic.twitter.com/45lqIcpxmo
— ANI (@ANI) June 23, 2023#WATCH | With every passing day, Indians and Americans are getting to know each other better... Kids in India become Spiderman on Halloween and America's youth is dancing to the tunes of 'Naatu Naatu': PM Modi during the official State Dinner at The White House pic.twitter.com/45lqIcpxmo
— ANI (@ANI) June 23, 2023
ଏହା ବି ପଢନ୍ତୁ....ଦିନେ ବାହାରୁ ହ୍ବାଇଟ ହାଉସ ଦେଖିଥିଲେ ମୋଦି, ଆଜି ଅତିଥି
ହ୍ବାଉଟ ହାଉସରେ ରାତ୍ର ଭୋଜନରେ ଏନଏସଏ ଅଜିତ ଡୋଭାଲଙ୍କ ସମେତ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ଷ୍ଟେଟ ଡିନରରେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ ଜିରୋଧା କୋ ଫାଉଣ୍ଡର ନିଖୀଲ କାମାଥ ପ୍ରମୁଖ ସାମିଲ ହୋଇଥିଲେ ।