ଲିମା: ଦକ୍ଷିଣ ଆମେରିକା ସହର ପେରୁର ଜୋର୍ଜ ଚାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବଡ ଧରଣର ଦୁର୍ଘଟଣା । ଉଡାଣ ଭରୁଥିବା ସମୟରେ ଦମକଳ ଗାଡି(Fire Truck) ସହ ଧକ୍କା ହେଲା ବିମାନ(Passenger Jet Collides with Truck on Runway in Peru)। ଫଳରେ ଦୁଇ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ, ଲାଟାମ୍ ଏୟାର୍ଲାଇନ୍ର ଗୋଟାଏ ଯାତ୍ରୀବାହୀ ଜେଟ୍ ବିମାନରେ ନିଆଁ ଲାଗିଯାଇଛି । ଏହି ଦୁର୍ଘଟଣା ଶୁକ୍ରବାର ଘଟିଥିବା ସୂଚନା ରହିଛି ।
-
Regarding the incident in Lima, LATAM Airlines Peru regrets the passing of 2 firefighters who were in the vehicle that collided with the plane, as reported by Lima Airport Partners, the operator of Jorge Chavez Airport.
— LATAM Perú (@LATAM_PER) November 19, 2022 " class="align-text-top noRightClick twitterSection" data="
">Regarding the incident in Lima, LATAM Airlines Peru regrets the passing of 2 firefighters who were in the vehicle that collided with the plane, as reported by Lima Airport Partners, the operator of Jorge Chavez Airport.
— LATAM Perú (@LATAM_PER) November 19, 2022Regarding the incident in Lima, LATAM Airlines Peru regrets the passing of 2 firefighters who were in the vehicle that collided with the plane, as reported by Lima Airport Partners, the operator of Jorge Chavez Airport.
— LATAM Perú (@LATAM_PER) November 19, 2022
ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, "A320NEO ଦୁର୍ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇନାହିଁ । ଦୁର୍ଘଟଣା ସମୟରେ ବିମାନରେ ୧୦୨ଜଣ ଯାତ୍ରୀ ଏବଂ 6ଜଣ କ୍ରୁ ସଦସ୍ୟ ରହିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।" ବର୍ତ୍ତମାନ ଏହି ଦୁର୍ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧକ୍କା ହେବା ଫଳରେ ବିମାନରେ ନିଆଁ ଲାଗି ପରିବେଶ ପୁରା ଧୂଆଁମୟ ହୋଇଯାଇଥିବା ଦେଖାଦେଇଛି ।
ଲାଟାମ୍ ପେରୁ ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି, "ଶୁକ୍ରବାର A320NEO ବିମାନ ୧୦୦ରୁ ଅଧିକ ଯାତ୍ରୀକୁ ନେଇ ଉଡାଣ ଭରୁଥିବା ସମୟରେ ଦମକଳ ଗାଡି ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଆମେ ଅତ୍ୟନ୍ତ ଦୁଃଖିତ ।" ପେରୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କର ମୃତ୍ୟୁ ହେଇନାହିଁ । "
ତେବେ ଏହି ଦୁର୍ଘଟଣାରେ କେତେ ଯାତ୍ରୀ ଆହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପେରୁ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣା ପରେ ତଦନ୍ତ ଜାରି ରହିଥିହବା ନେଇ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।