ETV Bharat / international

Cargo Aircraft Crashes: ଗ୍ରୀସରେ କ୍ରାସ୍‌ ପରେ ଜଳିଗଲା ବିମାନ - ଗ୍ରୀସରେ ଜଳିଗଲା ୟୁକ୍ରେନୀୟ ବିମାନ

ଗ୍ରୀସରେ ବିମାନ ଦୁର୍ଘଟଣା । ଜଳିଗଲା ବିପଜ୍ଜନକ ସାମଗ୍ରୀ ନେଇ ଉଡାଣ ଭରିଥିବା ୟୁକ୍ରେନ ବିମାନ । ଅଧିକ ପଢନ୍ତୁ

ଗ୍ରୀସରେ ଜଳିଗଲା ୟୁକ୍ରେନୀୟ ବିମାନ, ବିମାନରେ ଥିଲେ ୮ କର୍ମଚାରୀ

author img

By

Published : Jul 17, 2022, 9:37 AM IST

ଆଥେନସ: ଗ୍ରୀସରେ ବିମାନ ଦୁର୍ଘଟଣା । ଜଳିଗଲା ବିପଜ୍ଜନକ ସାମଗ୍ରୀ ନେଇ ଉଡାଣ ଭରିଥିବା ୟୁକ୍ରେନ ବିମାନ । ଏନେଇ ଅଗ୍ନିଶମ ବାହିନୀ ଏବଂ ରାଷ୍ଟ୍ରାୟତ ଟେଲିଭିଜନ ପକ୍ଷରୁ ଗତକାଲି(ଶନିବାର) ସୂଚନା ଦିଆଯାଇଛି । ଉତ୍ତର ଗ୍ରୀସ ଅନ୍ତର୍ଗତ ପାଲିଓକୋରି କାଭାଲା ନିକଟରେ ବିପଜ୍ଜନକ ସାମଗ୍ରୀ ନେଇ ଯାଉଥିବା ୟୁକ୍ରେନୀୟ କମ୍ପାନୀର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିବା ସୂଚନା ରହିଛି ।

ରାଷ୍ଟ୍ରାୟତ ଟେଲିଭିଜନ ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ଏକ ୟୁକ୍ରେନ ଆଣ୍ଟୋନୋଭ୍ ଏଏନ୍‌-୧୨ ବିମାନ ସର୍ବିୟାରୁ ଜୋର୍ଡାନକୁ ଉଡାଣ ଭରିଥିଲା । ଇଞ୍ଜିନ୍‌ରେ ସମସ୍ୟା ଦେଖା ଦେବାରୁ ଜରୁରୀକାଳୀନ ଅବତରଣ ନିମନ୍ତେ ପାଇଲଟ୍‌ ଅନୁରୋଧ କରିଥିଲେ କିନ୍ତୁ ସିଗନାଲ ସମସ୍ୟା ହେତୁ ସମ୍ଭବ ହୋଇପାରିନଥିଲା । ଏକ ଭିଡିଓ ଫୁଟେଜରେ ଦେଖାଯାଇଛି ଯେ, ବିମାନଟି ଦ୍ରୁତ ଗତିରେ ତଳକୁ ଖସୁଛି । ବିସ୍ଫୋରଣ ଯୋଗୁଁ ସେଥିରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଇଛି । ତେବେ ଏହି ବିମାନରେ ମୋଟ ୮ଜଣ ରହିଥିବା ନେଇ ସୂଚନା ରହିଥିବା ବେଳେ କ୍ଷତିଗ୍ରସ୍ତ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଦୁର୍ଘଟଣାଗ୍ରସ୍ତ ହୋଇ ଜଳୁଥିବା ବିମାନରୁ ନିଆଁକୁ ଆୟତ୍ତ କରିବା ପାଇଁ ୭ଜଣ ଇଞ୍ଜିନିୟର ଏବଂ ୧୫ଜଣ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। କିନ୍ତୁ ବିସ୍ଫୋରଣ ଘଟୁଥିବାରୁ ସେମାନେ ଜଳନ୍ତା ବିମାନ ନିକଟରେ ପହଞ୍ଚିରେ ସମସ୍ୟା ଦେଖାଯାଇଥିଲା । କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.