ଲିମା: ଅଶାନ୍ତ ହେଉଛି ଦକ୍ଷିଣ ପେରୁ । ସୁରକ୍ଷାବାହିନୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦୀର୍ଘ ଏକ ମାସ ଧରି ସଂଘର୍ଷ ଜାରି ରହିଛି । ସରକାର ବିରୋଧୀ ଆନ୍ଦୋଳନ ନେଇ ସ୍ଥିତି ସାଂଘାତିକ ରୂପ ନେଇଛି । ପେରୁରେ ଚାଲିଥିବା ହିଂସାରେ 42 ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଥିବା ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆନ୍ଦୋଳନ ସମୟରେ 300ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ପେରୁରେ ହିଂସା: ରାତ୍ରିକାଳୀନ କର୍ଫ୍ୟୁ ଜାରି କଲେ ସରକାର
ଡିସେମ୍ବର 7 ତାରିଖରୁ ପେରୁରେ ସରକାର ବିରୋଧି ଆନ୍ଦୋଳନ ଜାରି ରହିଛି । ପେରୁରେ ପ୍ରାଥମିକ ନିର୍ବାଚନ କରିବା ଏବଂ ଜେଲରେ ଥିବା ପୂର୍ବତନ ରାଷ୍ଟ୍ରପତି କାଷ୍ଟିଲୋଙ୍କ ମୁକ୍ତି ଦାବିରେ ତାଙ୍କ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି କାଷ୍ଟିଲୋଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ସେ ଇସ୍ତଫା ଦେବାପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାକୁ ବିରୋଧ କରି ତାଙ୍କ ସମର୍ଥକମାନେ ନୂତନ ରାଷ୍ଟ୍ରପତିଙ୍କ ଇସ୍ତାଫା ଦାବି କରିଛିନ୍ତି ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ଗତ ଶୁକ୍ରବାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପେରୁରେ ଆନ୍ଦୋଳନକାରୀ ଓ ସୁରକ୍ଷୀକର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ସଂଘର୍ଷରେ ପ୍ରାୟ 531 ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 355 ସାଧାରଣ ନାଗରିକ ଥିବାବେଳେ 176 ସୁରକ୍ଷାକର୍ମୀ ରହିଛନ୍ତି । ସେହିପରି 300ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି । ତେବେ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀରେ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ, ଦୁଇ ଗିରଫ ଆତଙ୍କୀଙ୍କୁ ଜେରା ବେଳେ ମିଳିଲା ତଥ୍ୟ
ଅନ୍ୟପଟେ ପେରୁ ରାଷ୍ଟ୍ରପତି ଦିନା ବୋଲୁଆର୍ଟେ ସାରା ଦେଶରେ ବିକ୍ଷୋଭ ମଧ୍ୟରେ ହୋଇଥିବା ମୃତ୍ୟୁ ଲାଗି ଦୁଃଖ ପ୍ରକାଶ କରିଛନ୍ତି । ଆନ୍ଦୋଳନକାରୀ ବାରମ୍ବାର ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିଲେ ସୁଦ୍ଧା ସେ ପଦରୁ ଇସ୍ତଫା ଦେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ବାଲୁଆର୍ଟେ ଦେଶକୁ ସମ୍ବୋଧନ କରି ଗତ ଡିସେମ୍ବରରୁ ଏପର୍ଯ୍ୟନ୍ତ ଲାଗିରହିଥିବା ହିଂସା ନେଇ କ୍ଷମା ଯାଚନା କରିଛନ୍ତି । " କିଛି ଆନ୍ଦୋଳନକାରୀ ଦେଶରେ ଅରାଜକତା, ଅବ୍ୟବସ୍ଥା ଓ ବିନାଶକୁ ପ୍ରତ୍ସାହିତ କରୁଛନ୍ତି, ତେଣୁ ମୁଁ ଇସ୍ତଫା ଦେବିନାହିଁ ।" ସେ କହିଛନ୍ତି ମୋର ପ୍ରତିବଦ୍ଧତା ପେରୁ ସହିତ ରହିଛି । ତେଣୁ ସେ ଇସ୍ତଫା ଦେବେନାହିଁ କହିଛନ୍ତି । ଏହି ଘଟଣା ପରେ କେତେକ ମନ୍ତ୍ରୀ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।