ETV Bharat / international

ପାକିସ୍ତାନରେ ଯୌନ ପିପାସୁଙ୍କଠୁ ସୁରକ୍ଷିତ ନୁହେଁ ମୃତଦେହ, କବର ଉପରେ ଲାଗୁଛି ଲୁହା ଗ୍ରୀଲ - ମୃତଦେହ ସହ ଦୁଷ୍କର୍ମ

ପାକିସ୍ତାନରେ ଯୌନ ପିପାସୁଙ୍କ ଠାରୁ ସୁରକ୍ଷିତ ନୁହେଁ ମୃତଦେହ । କବର ଉପରେ ଲାଗୁଛି ଲୁହା ଗ୍ରୀଲ । ନହେଲେ ମୃତଦେହ ସହ ଦୁଷ୍କର୍ମ ଆଶଙ୍କା । ଅଧିକ ପଢନ୍ତୁ

କବର ଉପରେ ଲୁହା ଗ୍ରୀଲ, ନହେଲେ ମୃତଦେହ ସହ ଦୁଷର୍ମ ଆଶଙ୍କା

author img

By

Published : Apr 30, 2023, 7:29 AM IST

ଇସଲମାବାଦ: ପାକିସ୍ତାନରେ ଏକ ଘୃଣ୍ୟ ଅପରାଧର ଖବର ମିଳୁଛି । ବିଭିନ୍ନ ସ୍ଥାନରେ ଯୁବତୀ କିମ୍ବା ମହିଳାଙ୍କ ମୃତ୍ୟୁ ପରେ ମୃତଦେହ କବର ଦେବା ପରେ କବର ଉପରେ ଲୁହାଗ୍ରୀଲ ଲଗାଉଛନ୍ତି ପରିବାର ସଦସ୍ୟ । ତା’ର କାରଣ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କମ ଓ ଘୃଣା ଅଧିକ ଲାଗିବ । କାରଣ କବରରୁ ଖୋଳି ମୃତଦେହ ବାହାରକୁ ବାହାର କରି ମୃତଦେହ ସହ ମଧ୍ୟ ଦୁଷ୍କର୍ମ ହେବାର ଆଶଙ୍କା । ପାକିସ୍ତାନରେ କିଛି ସ୍ଥାନରେ ଏପରି କିଛି ଘୃଣ୍ୟ ଘଟଣା ସାମ୍ନାକୁ ଆସିବା ପରେ ପରିବାର ସଦସ୍ୟ କବର ଦେବା ପରେ ତାର ସୁରକ୍ଷା ନେଇ ଏବେ ଚିନ୍ତାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଏକ ଅନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ପାକିସ୍ତାନରେ ପ୍ରତି ଦୁଇ ଘଣ୍ଟାରେ ଜଣେ ମହିଳା ଦୁଷ୍କର୍ମରେ ଶିକାର ହେଉଛନ୍ତି । ଯୌନ ଶୋଷଣ ମଧ୍ୟ ବଢିବାରେ ଲାଗିଛି । ଏବେ ଅନେକ ସ୍ଥାନରେ ମୃତଦେହ ସହ ଦୁଷ୍କର୍ମ ଖବର ମଧ୍ୟ ସାମ୍ନାକୁ ଆସିଛି । ଫଳରେ ମୃୃତ୍ୟୁ ପରେ ମଧ୍ୟ ମହିଳା କିମ୍ବା ଯୁବତୀଙ୍କ ମୃତଦେହକୁ ସୁରକ୍ଷିତ କବର ଦେବା ପରିବାରର ପ୍ରାଥମିକ ଦାୟିତ୍ବ ପରି ହେବାକୁ ବସିଲଣି । କିଛି ସ୍ଥାନରେ କବର ଉପରେ ଲୁହା ଗ୍ରୀଲ ଲଗାଯାଉଛି । ଯେପରି କେହି ଦୁର୍ବୃତ୍ତ ଏହାକୁ ଭାଙ୍ଗି କବରକୁ ଖୋଳି ମୃତଦେହ ବାହାରକୁ ବାହାର କରିପାରିବ ନାହିଁ ।

ଖବର ସମ୍ପର୍କରେ ଜଣାପଡିବା ପରେ ବୁଦ୍ଧିଜୀବୀ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଟ୍ବିଟର ୟୁଜର୍ସ ମାନେ ମଧ୍ୟ ଏପରି ଘୃଣ୍ୟ ସମସ୍ୟା ନେଇ ପୋଷ୍ଟ କରିବା ସହ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଜଣେ ପୂର୍ବତନ ମୁସଲମାନ ହେତୁବାଦୀ କାର୍ଯ୍ୟକର୍ତ୍ତା ତଥା ଲେଖକ ହ୍ୟାରିସ୍ ସୁଲତାନ "ଇଶ୍ବରଙ୍କ ଅଭିଶାପ, ମୁଁ କାହିଁକି ଇସଲାମ ଛାଡିଥିଲି "ନାମକ ତାଙ୍କ ଲିଖିତ ପୁସ୍ତକରେ ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଇସଲାମବାଦୀ ଚିନ୍ତାଧାରାକୁ ସିଧାସଳଖ ଦାୟୀ କରିଛନ୍ତି ।

ଅନ୍ୟଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ପାକିସ୍ତାନ ଏଭଳି ଏକ ଘୃଣ୍ୟ ଓ ଅସହାୟ ସମାଜ ସୃଷ୍ଟି କରିଛି ଯେ ଲୋକମାନେ ବର୍ତ୍ତମାନ ସେମାନଙ୍କ ଝିଅର ମୃତଦେହକୁ ନେଇ ମଧ୍ୟ ସୁରକ୍ଷିତ ଅନୁଭବ କରୁନାହାନ୍ତି । ମୃତଦେହ ସହ ଦୁଷ୍କର୍ମ ଆଶଙ୍କାରେ ସେମାନଙ୍କର କବର ଉପରେ ମଧ୍ୟ ଲୁହାର ଗ୍ରୀଲ ଲଗାଇବାକୁ ପଡୁଛି ।’’ ଅନ୍ୟପଟେ ପାକିସ୍ତାନ ଜାତୀୟ ମାନବାଧିକାର ଆୟୋଗ ଅନୁଯାୟୀ, 40% ରୁ ଅଧିକ ପାକିସ୍ତାନୀ ମହିଳା ସେମାନଙ୍କ ଜୀବନରେ ଅତି କମରେ ଥରେ କୌଣସି ପ୍ରକାରର ହିଂସାର ଶିକାର ହୋଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.