ETV Bharat / international

ପାପୁଆ ନ୍ୟୁ-ଗିନିରେ ହିଂସକ ଆନ୍ଦୋଳନ: 15ରୁ ଅଧିକ ମୃତ, ଜାତୀୟ ଏମରଜେନ୍ସି ଘୋଷଣା

Papua New Guinea declares state of emergency: ପାପୁଆ ନ୍ୟୁ-ଗିନି ହିଂସକ ଆନ୍ଦୋଳନରେ 15ରୁ ଅଧିକ ନାଗରିକଙ୍କ ମୃତ୍ୟୁ ପରେ ରାଜଧାନୀରେ ଜାତୀୟ ଏମରଜେନ୍ସି ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 11, 2024, 8:46 PM IST

ପାପୁଆ ନ୍ୟୁଗିନି ହିଂସକ ଆନ୍ଦୋଳନରେ 15ରୁ ଅଧିକ ମୃତ, ଜାତୀୟ ଏମରଜେନ୍ସି ଘୋଷଣା

ହାଇଦ୍ରାବାଦ: ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଦ୍ବୀପରାଷ୍ଟ୍ର ପାପୁଆ ନ୍ୟୁ-ଗିନିରେ ହିଂସକ ଆନ୍ଦୋଳନରେ 15ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେବା ପରେ ରାଜଧାନୀ ପୋର୍ଟ ମୋରେସବିରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଜେମସ ପାରାପେ 2 ସପ୍ତାହ ପର୍ଯ୍ୟନ୍ତ ରାଜଧାନୀରେ ତତ୍କାଳ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି । ପୋଲିସ ପ୍ରମୁଖଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।

ଗତକାଲି (ବୁଧବାର) ରାଜଧାନୀ ସନ୍ଧ୍ୟାରୁ ରାଜଧାନୀ ପୋର୍ଟ ମୋରେସବିରେ ହିଂସା ସ୍ଥିତି ଦେଖାଦେଇଛି । ରାଜଧାନୀ ପୋର୍ଟ ମୋରେସବିରେ ସେନାର ସୈନିକଙ୍କ ଏକ ଗୋଷ୍ଠୀ, ପୋଲିସ କର୍ମଚାରୀ ଓ ଜେଲ ସୁରକ୍ଷା ଦାୟିତ୍ବରେ ଥିବା କିଛି ଅଧିକାରୀ ଓ କର୍ମଚାରୀ ସେମାନଙ୍କ ବେତନ କଟାଯାଇଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଥିଲେ । କାର୍ଯ୍ୟବନ୍ଦ ଡାକରା ଦେଇଥିଲେ । ପରେ ଏହି ଆନ୍ଦୋଳନ ହିଂସକ ରୂପ ନେଇଥିଲା । କିଛି ଘଣ୍ଟା ମଧ୍ୟରେ ଅନ୍ୟ ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଉତ୍ୟକ୍ତ ଆନ୍ଦୋଳନକାରୀ କିଛି ସ୍ଥାନରେ ଜଳାପୋଡା କରିବା ସହ ଲୁଟପାଟ ସ୍ଥିତି ସୃଷ୍ଟି ହୋଇଥିଲେ । ସୁରକ୍ଷା ବଳ ସହ ସଂଘର୍ଷ ମଧ୍ୟ ଘଟିଥିଲା । ବିଭିନ୍ନ ସ୍ଥାନରେ ହିଂସକ ଆନ୍ଦୋଳନରେ ପ୍ରାୟ 16 ଜଣଙ୍କ ମୃତ୍ୟୁ ହୋଇଛି । ବହୁ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ଏକକ ନିର୍ବାଚନ’ ଅବଧାରଣା ସମ୍ବିଧାନ ମୂଳଢାଞ୍ଚାର ବିରୋଧୀ, କମିଟିକୁ ଚିଠି ଲେଖିଲେ ଦିଦି

ତେବେ ଏହି ଆନ୍ଦୋଳନକାରୀଙ୍କ ଅଭିଯୋଗରେ ସରକାରଙ୍କ ସ୍ପଷ୍ଟୀକରଣ ମଧ୍ୟ ସାମ୍ନାକୁ ଆସିଛି । କମ୍ପ୍ୟୁଟରରେ ତ୍ରୁଟି କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଏହାକୁ ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ସରକାର କହିଥିଲେ । ହେଲେ ଆନ୍ଦୋଳନ ହିଂସକ ରୂପ ନେଇସାରିଥିଲା । ଏବେ ଜାତୀୟ ଜରୁରୀ ସ୍ଥିତି ଘୋଷଣା ହେବା ପରେ ରାଜଧାନୀ ସମେତ ସମଗ୍ର ଦେଶରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସ୍ପେଶାଲ ଫୋର୍ସର 1000 ଯବାନ ଦଙ୍ଗା ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମାରାପେ ଏହି ସଙ୍କଟ ଓ ସୃଷ୍ଟି ହୋଇଥିବା ହିଂସକ ସ୍ଥିତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 14 ଦିନ ପର୍ଯ୍ୟନ୍ତ ଦେଶରେ ଜରୁରୀ ସ୍ଥିତି ଲାଗୁ ରହିବ । ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନେବାକୁ ସରକାର ଘୋଷଣା କରିଥିବା କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାରେ ଖବର ପ୍ରସାରିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.