ହାଇଦ୍ରାବାଦ: ଲାଇଭ ରିପୋର୍ଟିଂ ବେଳେ ରାଗିଗଲେ ସାମ୍ବାଦିକା । ପାଖରେ ଥିବା ଏକ ନାବାଳକର ଗାଲରେ ଦେଲେ ଶକ୍ତ ଚାପୁଡା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପାକିସ୍ତାନରୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
-
הגישה הפקיסטאנית לשידורים המונייםpic.twitter.com/x6c3SQ5rUc
— Amichai Stein (@AmichaiStein1) July 11, 2022 " class="align-text-top noRightClick twitterSection" data="
">הגישה הפקיסטאנית לשידורים המונייםpic.twitter.com/x6c3SQ5rUc
— Amichai Stein (@AmichaiStein1) July 11, 2022הגישה הפקיסטאנית לשידורים המונייםpic.twitter.com/x6c3SQ5rUc
— Amichai Stein (@AmichaiStein1) July 11, 2022
ସୂଚନାଅନୁସାରେ,ଏହି ଘଟଣାଟି ବକରିଦ୍ ଦିନର ହୋଇଥିବା ଜଣାପଡିଛି । ବକରିଦ୍ ଅବସରରେ ରିପୋର୍ଟିଂ ସମୟରେ ସାମ୍ୱାଦିକାଙ୍କୁ ଚାରିପଟେ ଲୋକମାନେ ଘେରି ରହିଥିଲେ । ତେବେ ଏହି ସମୟରେ ନାବାଳକ ଜଣକ କ୍ୟାମେରା ଆଗରେ ବାରମ୍ବାର ହାତ ହଲାଉଥିଲେ । ଏଥିରେ ରାଗି ଯାଇ ସେ ପ୍ରଥମେ ତାଙ୍କୁ ଚେତାବନୀ ଦେଇଥିଲେ, କିନ୍ତୁ ସେ ରାଜି ହୋଇନଥିବାରୁ ସେ ସଙ୍ଗେ ସଙ୍ଗେ ଯୁବକକୁ ଚାପୁଡ଼ା ମାରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପର ଠାରୁ ହଜାର ହଜାର ଲୋକଙ୍କ ପ୍ରତିକ୍ରିୟା ଦେଖିବାକି ମିଳିଛି । ସାମ୍ୱାଦିକାଙ୍କ ଏଭଳି ବ୍ୟବହାର ପାଇଁ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । କିଛି ଲୋକ ତାଙ୍କୁ ଲେଡି ଚାନ୍ଦ ନୱାବ ବୋଲି ମଧ୍ୟ କହିଛନ୍ତି । ଚାନ୍ଦ ନୱାବ ମଧ୍ୟ ପାକିସ୍ତାନର ଜଣେ ସାମ୍ବାଦିକ ଥିଲେ । ପୂର୍ବରୁ ତାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ଏକ ରେଳ ଷ୍ଟେସନରେ ପିଟୁସି ଦେଉଥିଲେ କିନ୍ତୁ ବାରମ୍ବାର ଗୋଟିଏ କାରଣ ପାଇଁ ତାଙ୍କର ପିଟୁସି ସମ୍ପୂର୍ଣ୍ଣ ହୋଇନଥିଲା । ସେଠାରେ ମଧ୍ୟ ଭିଡହିଁ ବାଧା ସୃଷ୍ଟି କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ