ETV Bharat / international

କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

author img

By

Published : Oct 25, 2022, 7:26 AM IST

Updated : Oct 25, 2022, 7:40 AM IST

କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା
କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ଇସଲାମବାଦ: କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା(Pakistani journalist shot dead in Kenya) । ମୃତକ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ଅର୍ଶଦ ସରିଫ୍(୪୯) । ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ସେ କେନିଆ ପଳାଇ ଥିଲେ । ସେଠାରେ ପୋଲିସ ଗୁଳିରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୋମବାର ତାଙ୍କର ପତ୍ନୀ ଜାଭେରିଆ ସିଦ୍ଦିକି( Javeria Siddique) ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ପତ୍ନୀ ଟ୍ବିଟ୍ କରିଛନ୍ତି, ''ମୁଁ ମୋର ବନ୍ଧୁ, ମୋ ପ୍ରିୟ ସାମ୍ବାଦିକ ଓ ସ୍ବାମୀଙ୍କୁ ହରାଇଲି ।'' ଏହାସହିତ ତାଙ୍କର ପାରିବାରିକ ଗୋପନୀୟତାକୁ ସମ୍ମାନ ଜଣାଇ ବ୍ରେକିଂ(ନ୍ୟୁଜ) ନାଁରେ ତାଙ୍କ ପରିବାରର ଫଟୋ ସେୟାର ନ କରିବାକୁ ସେ ନିବେଦନ କରିଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଅର୍ଶଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ କେନିଆରେ ଥିବା ପାକିସ୍ତାନର ହାଇ କମିଶନ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଥିବା ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ଅସୀମ ଇପ୍ଟିଖର ଜଣାଇଛନ୍ତି ।

ସୂଚନା ମୁତାବକ, ରବିବାର ରାତି ୧୦ଟା ସମୟରେ କେନିଆର ନାଇରୋବିରେ ସାମ୍ବାଦିକ ଅର୍ଶଦ ସରିଫଙ୍କୁ ହତ୍ୟା କରାଯାଇଛି(Arshad Sharif killing) । ତେବେ ଭୁଲବଶତଃ ପୋଲିସ ତାଙ୍କ ଉପରେ ଗୁଳି ଚଲାଇଥିବା କେନିଆ ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ଚୋରଙ୍କୁ ଧରିବାକୁ ଗୁଳି ଚଳାଇଥିଲା । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ସରିଫଙ୍କ ଦେହରେ ଗୁଳି ବାଜିଥିବା ପୋଲିସ କହିଛି ।

ମିଡିଆ ରିପୋର୍ଟ ମୁତାବକ, ସାମ୍ବାଦିକ ତଥା ଟିଭି ଆଙ୍କର ଅର୍ଶଦ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନର ଘନିଷ୍ଠ ସହଯୋଗୀ ଶେହବାଜ ଗିଲଙ୍କ ସାକ୍ଷାତକାର ନେବା ଯୋଗୁଁ ଗତ ଅଗଷ୍ଟରେ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ଉକ୍ତ ସାକ୍ଷାତକାରରେ ଗିଲି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସମାଲୋଚନା କରିଥିଲେ । ଏହାପରେ ଦେଶଦ୍ରୋହ ମାମଲାରେ ସରିଫ ଦେଶ ଛାଡି ପଳାଇଥିଲେ ।

Last Updated : Oct 25, 2022, 7:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.