ETV Bharat / international

ପାକିସ୍ତାନରେ ଘୁଞ୍ଚିବ ସାଧାରଣ ନିର୍ବାଚନ ! ବିଳମ୍ବ ପ୍ରସ୍ତାବକୁ ସିନେଟରେ ମିଳିଲା ମଞ୍ଜୁରୀ - ପାକିସ୍ତାନ ସାଧାରଣ ନିର୍ବାଚନ

Pakistan general election: ପଡ଼ୋଶୀ ଦେଶ ପାକିସ୍ତାନରେ ସାଧାରଣ ନିର୍ବାଚନକୁ ନେଇ ଅନିଶ୍ଚିତତା । ବିଳମ୍ବ ପ୍ରସ୍ତାବକୁ ସିନେଟରେ ମିଳିଲା ମଞ୍ଜୁରୀ । ଅଧିକ ପଢନ୍ତୁ

Pakistan general election
Pakistan general election
author img

By ETV Bharat Odisha Team

Published : Jan 5, 2024, 8:12 PM IST

ଇସଲାମବାଦ: ଆସନ୍ତା ଫେବୃଆରୀ ୮ ତାରିଖରେ ହେବାକୁ ଥିବା ପଡ଼ୋଶୀ ଦେଶ ପାକିସ୍ତାନରେ ଘୁଞ୍ଚିପାରେ ସାଧାରଣ ନିର୍ବାଚନ । ଆଜି (ଶୁକ୍ରବାର) ପାକିସ୍ତାନ ସଂସଦରେ ସାଧାରଣ ନିର୍ବାଚନକୁ ଘୁଞ୍ଚାଇବା ଲାଗି ଆଗତ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ବାରା ସାଧାରଣ ନିର୍ବାଚନକୁ ନେଇ ଲମ୍ବା ସମୟ ଧରି ଲାଗି ରହିଥିବା ରାଜନୈତିକ ଉଷ୍ମତାରେ ବିରାମ ଲାଗିବା ଭଳି ମନେ ହେଉଛି । ଥଣ୍ଡା ପାଗ ଓ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ସାଧାରଣ ନିର୍ବାଚନ ବିଳମ୍ବରେ କରିବାକୁ ପ୍ରସ୍ତାବ ରହିଥିଲା ।

ନିକଟ ଅତୀତରେ ପାକିସ୍ତାନ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଦେଇ ଗତି କରିଆସୁଛି । ଏହାରି ମଧ୍ୟରେ ସାଧାରଣ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି । ନିର୍ଦ୍ଦଳୀୟ ସାଂସଦ ଦିଲାୱର ଖାନ ସାଧାରଣ ନିର୍ବାଚନକୁ ଘୁଞ୍ଚାଇବା ଲାଗି ସଂସଦରେ ପ୍ରସ୍ତାବ ଆଗତ କରିଥିଲେ । ଯାହାକୁ ସଂସଦର ଉଚ୍ଚ ସଦନ ସିନେଟ୍‌ରେ ବିପୁଳ ସମର୍ଥନ ମିଳିଛି । କିନ୍ତୁ ସେପଟେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କାମଚଳା ମନ୍ତ୍ରୀ ମୁର୍ତଜା ସୋଲଙ୍ଗି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ ଏହାକୁ ଦୃଢ ବିରୋଧ କରିଥିଲା ।

ଏହା ବି ପଢନ୍ତୁ- ଇମ୍ରାନଙ୍କୁ ପୁଣି ଝଟକା; ନାମାଙ୍କନ ପତ୍ର ଖାରଜ କଲେ ନିର୍ବାଚନ ଆୟୋଗ

ମୁର୍ତଜା ସୋଲଙ୍ଗିଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ କାମଚଳା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି । ତେବେ ସେ ଏହି ପ୍ରସ୍ତାବ ଆଗତ କରିବା ସମୟରେ ଦେଶରେ ଜାରି ଥିବା ପ୍ରବଳ ଶୀତ ଲହରୀ କାରଣ ଦର୍ଶାଇଥିଲେ । ସାଧାରଣ ନିର୍ବାଚନ ହେଲେ ଯେଉଁ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି ସେଠାରେ ନିର୍ବାଚନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି କହିଥିଲେ । ଏହାବାଦ ସେ ଦେଶର ସୁରକ୍ଷା ସ୍ଥିତିକୁ ନେଇ ମଧ୍ୟ ଚିନ୍ତାପ୍ରକଟ କରିଥିଲେ । ଏ ନେଇ ସେ କହିଥିଲେ, " ଦେଶରେ ଆଇନ ବ୍ୟବସ୍ଥାର ସ୍ଥିତି ଭଲ ନାହିଁ । ରାଜନେତାମାନଙ୍କୁ ଟାର୍ଗେଟ କରାଯାଉଛି । ଜମିୟତ-ଉଲେମା-ଏ-ଇସଲାମ ଫଜଲର ପ୍ରମୁଖ ଫଜଲୁର ରେହମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏପରିକି ବଲୁଚିସ୍ତାନ ଓ ଖୈବର ଫଖତୁନଖୱା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ।"

ଏହା ବି ପଢନ୍ତୁ- ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା ସାବିରା, ଜାଣନ୍ତୁ କିଏ ସେ

ରିପୋର୍ଟ ଅନୁସାରେ, ସଂସଦର ଏଭଳି ନିଷ୍ପତ୍ତି ପରେ ଦେଶରେ ରାଜନୈତିକ ଓ ଆର୍ଥିକ ଅସ୍ଥିରତା ବୃଦ୍ଧି ପାଇବାର ଆଶଙ୍କା ରହିଛି । ସଂସଦରେ ଏହି ପ୍ରସ୍ତାବ ପାରିତ ହେବା ପରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ସେୟାର ବଜାରରେ ୮୦୦ ପଏଣ୍ଟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.