ETV Bharat / international

ଲଣ୍ଡନରେ ହଟହଟା ହେଲେ ପାକିସ୍ତାନ ମନ୍ତ୍ରୀ, ଚୋରଣୀ ଚୋରଣୀ ନାରା ଲଗାଇଲେ ପ୍ରବାସୀ

author img

By

Published : Sep 26, 2022, 7:33 AM IST

Updated : Sep 26, 2022, 7:42 AM IST

ଲଣ୍ଡନ ଗସ୍ତରେ ଥିବା ପାକିସ୍ତାନ ସୂଚନା ମନ୍ତ୍ରୀଙ୍କୁ ଘେରିଲେ ପ୍ରବାସୀ ପାକିସ୍ତାନୀ (marriyum aurangzeb heckled) । ପ୍ରଶ୍ନବାଣରେ କଲେ ଘାଇଲା । ଲଗାଇଲେ ଚୋରଣୀ ଚୋରଣୀ ନାରା । ଅଧିକ ପଢନ୍ତୁ

ଲଣ୍ଡନରେ ହଟ୍ଟାହଟ୍ଟା ହେଲେ ପାକିସ୍ତାନ ମନ୍ତ୍ରୀ, ଚୋରଣୀ ଚୋରଣୀ ନାରା ଲଗାଇଲେ ପ୍ରତିବାଦକାରୀ

ଲଣ୍ଡନ: ଲଣ୍ଡନରେ ପାକିସ୍ତାନ ମନ୍ତ୍ରୀ ମାରିୟମ ଔରଙ୍ଗଜେବଙ୍କୁ (Pakistan Minister heckled at London ) ପ୍ରବାସୀ ପାକିସ୍ତାନୀ ପ୍ରତିବାଦକାରୀଙ୍କ ଦ୍ବାରା ହଟହଟା ହେବାକୁ ପଡିଛି । ଏକ କଫି ସପରେ ମନ୍ତ୍ରୀଙ୍କ ସହ ପ୍ରତିବାଦକାରୀ ମୁହାଁମୁହିଁ ହେବା ପରେ ମନ୍ତ୍ରୀଙ୍କୁ ଘେରିଯାଇଥିଲେ ପ୍ରତିବାଦକାରୀ । ମନ୍ତ୍ରୀ ମାରିୟମଙ୍କ ଠାରୁ ବିଭିନ୍ନ ପ୍ରଶ୍ନରେ ଉତ୍ତର ଚାହିଁବା ସହ ଚୋରଣୀ ଚୋରଣୀ ନାରା ମଧ୍ୟ ଲଗାଇଥିଲେ । ପାକିସ୍ତାନରେ ଏବେ ବନ୍ୟା ବିଭୀଷିକା ସ୍ବାଭାବିକ ହୋଇନଥିବା ବେଳେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଲଣ୍ଡନ ଗସ୍ତକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ସେଠାରେ ଥିବା ପ୍ରବାସୀ ପାକିସ୍ତାନୀ ନାଗରିକ । ମାରିୟମଙ୍କୁ (Pakistan Minister Marriyum Aurangzeb) ଘେରି ସେମାନେ ଚୋରଣୀ ଚୋରଣୀ ନାରା ଲଗାଉଥିବା ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ଲଣ୍ଡନରେ ହଟହଟା ହେଲେ ପାକିସ୍ତାନ ମନ୍ତ୍ରୀ, ଚୋରଣୀ ଚୋରଣୀ ନାରା ଲଗାଇଲେ ପ୍ରବାସୀ

ମନ୍ତ୍ରୀ ମାରିୟମ ହେଉଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ । ସେ ଏବେ ପାକିସ୍ତାନର ସୂଚନା ମନ୍ତ୍ରୀ ଭାବେ ଦାୟିତ୍ବରେ ରହିଛନ୍ତି । ତେବେ ତାଙ୍କୁ ଗତକାଲି ପ୍ରବାସୀ ନାଗରିକ ମାନେ ଘେରିଯାଇ ପ୍ରଶ୍ନ କରୁଥିବା ବେଳେ ସେ ପ୍ରତିବାଦକାରୀଙ୍କ ପ୍ରତି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ (marriyum aurangzeb heckled )। ଏପରି ଗହଳି ମଧ୍ୟରେ ସେ ନିଜକୁ ନିଜ କାମରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରି ଏହି ଘଟଣାକୁ ଅଣଦେଖା କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଅନ୍ୟପଟେ ଏପରି ଘଟଣାକୁ ପାକିସ୍ତାନ ଗଣମାଧ୍ୟମରେ ଭିନ୍ନ ଖବର ମଧ୍ୟ ପ୍ରସାରିତ ହୋଇଛି । ଏପରି କରିଥିବା ପ୍ରବାସୀ ପାକିସ୍ତାନୀମାନେ ପୂର୍ବତନ ତଥା କ୍ଷମତାଚ୍ୟୁତ ହୋଇଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ । ସେମାନେ ଏପରି ଉଦ୍ଦେଶ୍ୟମୂଳକ ଭାବେ କରିବା ସହ ଜଣେ ମହିଳା ମନ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଥିବା ଇମ୍ରାନ ଖାନଙ୍କ ବିରୋଧୀ କହିଛନ୍ତି ।

ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ରାଜନୈତିକ କନ୍ଦଳ ମଧ୍ୟରେ ଆବଶ୍ୟକ ସଂଖ୍ୟା କାରଣରୁୁ କ୍ଷମତା ହରାଇଥିବା ଇମ୍ରାନ ଖାନ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କୁ ଜଣେ ଅତ୍ୟନ୍ତ ଦୁର୍ନୀତିଖୋର ବ୍ୟକ୍ତି ବୋଲି କହିଥିଲେ । ଇମ୍ରାନଙ୍କ ଇସ୍ତାଫା ପରେ ପାକିସ୍ତାନରେ ଏବେ ଦୁଇ ଗୋଷ୍ଠୀ ଦେଖିବାକୁ ମିଳୁଛି । ଗୋଟିଏ ସରକାର ସପକ୍ଷବାଦୀ ଥିବା ବେଳେ ଏବେ ମଧ୍ୟ କିଛି ବ୍ୟକ୍ତି ଇମ୍ରାନଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଇଚ୍ଛା ପ୍ରକାଶ କରି ଆନ୍ଦୋଳନ ଜାରି ରଖିଛନ୍ତି । ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷକୁ ବିରୋଧ କରିବାର ଧାରା ବିଦେଶରେ ମଧ୍ୟ ଦେଖିବାକୁ ମିଳୁଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଶେହେବାଜ ସରିଫ ବିଦେଶ ଗସ୍ତ କରିଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ସମାନ ଧରଣର ଆକ୍ରୋଶର ଶିକାର ହେବାକୁ ପଡିଥିଲା । ପ୍ରବାସୀ ପାକିସ୍ତାନୀ ମାନେ ତାଙ୍କୁ ଚୋର ଚୋର କହି ଗାଳି ଦେଇଥିଲେ ।

-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 26, 2022, 7:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.