ETV Bharat / international

Pakistan Crisis: ଭିକ୍ଷା ଥାଳ ଧରି ପୂରା ବିଶ୍ୱ ବୁଲୁଛି ପାକିସ୍ତାନ, ସରିଫ କହିଲେ ଶେଷ ଭରସା ଭାରତ - ଭାରତ ସହ ଯୁଦ୍ଧରେ ଉଚିତ୍ ଶିକ୍ଷା ପାଇଛି ପାକିସ୍ତାନ

ଭାରତ ସହ ଯୁଦ୍ଧ କରି ପାକିସ୍ତାନ ଉଚିତ୍ ଶିକ୍ଷା ପାଇଛି । ଏମିତି କହିଲେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଅଧିକ ପଢନ୍ତୁ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
author img

By

Published : Jan 17, 2023, 2:05 PM IST

Updated : Jan 17, 2023, 10:37 PM IST

ଇସଲାମବାଦ: "ଭାରତ ସହ ତିନିଥର ଯୁଦ୍ଧ ଲଢି ପାକିସ୍ତାନ ଉଚିତ୍ ଶିକ୍ଷା ପାଇସାରିଛି । ଏବେ ଆମେ ଶାନ୍ତିରେ ରହିବାକୁ ଚାହୁଁଛୁ । ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ ଏବଂ ପରସ୍ପର ସହ ରହିବା ଉଚିତ୍ ।" ସମ୍ପ୍ରତ୍ତି ପାକିସ୍ତାନ ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତକୁ ନେଇ ଏପରି ବିବୃତ୍ତି ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଆରବିୟା ଟିଭିକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛନ୍ତି ।

ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ । ଆମେ ଶାନ୍ତିରେ ରହିବା ନା ପରସ୍ପର ସହ ଝଗଡା କରି ନିଜର ସମୟ ଓ ସମ୍ବଳ ବର୍ବାଦ କରିବା ତାହା ଆମ ଉପରେ ନିର୍ଭର କରେ । ପାକିସ୍ତାନ ଭାରତ ସହ ତିନି ଥର ଯୁଦ୍ଧ ଲଢି ଉଚିତ୍ ଶିକ୍ଷା ପାଇସାରିଛି । ପ୍ରତ୍ୟେକ ଥର ଯୁଦ୍ଧରେ କେବଳ ଦାରିଦ୍ର୍ୟ ଓ ବେରୋଜଗାରୀ ସମସ୍ୟା ସୃଷ୍ଟି ହୋଇଛି । ଏବେ ଆମେ ଶାନ୍ତିରେ ବଞ୍ଚିବାକୁ ଓ ନିଜ ସମସ୍ୟା ସମାଧାନ କରିବାକୁ ଚାହୁଁଛୁ । ଦେଶରୁ ଦାରିଦ୍ର୍ୟତା ଦୂରୀକରଣ କରି ସୁଖ ସମୃଦ୍ଧ ଆଣିବାକୁ ଚାହୁଁଛୁ । ଦେଶବାସୀଙ୍କୁ ଉତ୍ତମ ଶିକ୍ଷା, ଉନ୍ନତ ସ୍ବାସ୍ଥ୍ୟସେବା ଓ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛୁ । ପାକିସ୍ତାନ ନିଜ ସମ୍ବଳକୁ ବୋମା ବାରୁଦରେ ନଷ୍ଟ କରିବାକୁ ଚାହୁଁନି ।" ଏହି ବାର୍ତ୍ତା ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବାକୁ ଚାହୁଁଛି ବୋଲି ଶେହବାଜ ସରିଫ୍ କରିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି ଯେ, ଆମ ପାଖରେ ଇଞ୍ଜିନିୟର, ଡାକ୍ତର ଓ କୁଶଳୀ ଶ୍ରମିକ ଅଛନ୍ତି । ଏସବୁର ବ୍ୟବହାର ଦେଶର ସମୃଦ୍ଧି କ୍ଷେତ୍ରରେ କରିବାକୁ ଚାହୁଁଛୁ । ଯଦ୍ବାରା ଦେଶରେ ଶାନ୍ତି ପ୍ରତିଷ୍ଠା ହେବା ସହ ଦୁଇ ଦେଶ ପ୍ରଗତି ହାସଲ କରିପାରିବ ।

ଏହାମଧ୍ୟ ପଢନ୍ତୁ: Pakistan Food Crisis: ଭୋକରେ ଆଉଟୁପାଉଟୁ ପାକିସ୍ତାନ, ଅଟା ଟ୍ରକ ପଛରେ ଗୋଡାଇଲେ ଲୋକେ

ଏହି ଅବସରରେ ଶେହବାଜ ସରିଫ କାଶ୍ମୀର ପ୍ରସଙ୍ଗ ଉଠାଇ କହିଛନ୍ତି, ଆମେ ଶାନ୍ତିରେ ରହିବାକୁ ଚାହୁଁ ବୋଲି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବାକୁ ଚାହେଁ । ହେଲେ କାଶ୍ମୀରରେ ଯାହା କିଛି ହେଉଛି ତାହା ରୋକାଯିବା ଜରୁରୀ । ମାନବାଧିକାର ଉଲ୍ଲଙ୍ଘନ ବନ୍ଦ ହେବା ଉଚିତ୍ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ପାଇଁ ସେ ନିବେଦନ କରିଛନ୍ତି । ଉଭୟ ଭାରତ ଓ ପାକିସ୍ତାନ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର । ଯଦି ଦୁଇ ଦେଶ ଏହି ଦିଗରେ ଆଗକୁ ବଢନ୍ତି ତେବେ ପରିମାଣ କଣ ହେବା ତାହା ଇଶ୍ବରଙ୍କୁ ଜଣା ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି ।

Last Updated : Jan 17, 2023, 10:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.