ETV Bharat / international

ସରକାରୀ ଉପହାରକୁ ବିକ୍ରି କଲେ ଇମରାନ ଖାନ୍‌, ସଂସଦ ସଦସ୍ୟତା ରଦ୍ଦ କଲେ ପାକିସ୍ତାନ ନିର୍ବାଚନ ଆୟୋଗ

author img

By

Published : Oct 21, 2022, 7:18 PM IST

ପାକିସ୍ତାନ ରାଜନୀତି ସରଗରମ । ଇମରାନଙ୍କ ସଂସଦ ସଦସ୍ୟତା ରଦ୍ଦ କଲେ ନିର୍ବାଚନ ଆୟୋଗ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହ୍‌ରିଖ୍‌ ଏ ଇନ୍‌ସାଫ୍‌ ମୁଖ୍ୟ ଇମରାନ ଖାନ୍‌ଙ୍କ ସଂସଦ ସଦସ୍ୟତା ପଦ ରଦ୍ଦ କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ । ଅଧିକ ପଢ଼ନ୍ତୁ

Pakistan election commission disqualified Imran Khan from holding public office
ସରକାରୀ ଉପହାରକୁ ବିକ୍ରି କଲେ ଇମରାନ ଖାନ୍‌, ସଂସଦ ସଦସ୍ୟତା ରଦ୍ଦ କଲେ ପାକିସ୍ତାନ ନିର୍ବାଚନ ଆୟୋଗ

ଇସ୍‌ଲାମାବାଦ: ପାକିସ୍ତାନ ରାଜନୀତି ସରଗରମ ଇମରାନଙ୍କ ସଂସଦ ସଦସ୍ୟତା ରଦ୍ଦ କଲେ ନିର୍ବାଚନ ଆୟୋଗ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହ୍‌ରିଖ୍‌-ଏ-ଇନ୍‌ସାଫ୍‌ ମୁଖ୍ୟ ଇମରାନ ଖାନ୍‌ଙ୍କ ସଂସଦ ସଦସ୍ୟତା ପଦ ରଦ୍ଦ କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ । ତୋଷ୍‌ଖାନା ମାମଲାର ଶୁଣାଣି ପରେ ଇମରାନ୍‌ ଖାନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ । ବିଭିନ୍ନ ରାଷ୍ଟ୍ର ତରଫରୁ ମିଳିଥିବା ଉପହାରକୁ ବେଆଇନ୍‌ ଭାବରେ ବିକ୍ରି କରିଛନ୍ତି ଇମ୍‌ରାନ୍‌ ଖାନ୍‌ ।

  • Pakistan's election commission disqualified former Prime Minister Imran Khan from holding public office over charges of unlawfully selling state gifts received from heads of other nations & foreign dignitaries: Reuters reported citing local media pic.twitter.com/6zIUQYggjX

    — ANI (@ANI) October 21, 2022 " class="align-text-top noRightClick twitterSection" data=" ">

ତୋଷ୍‌ଖାନା ମାମଲାରେ ଇମ୍‌ରାନ୍‌ ଖାନ୍‌ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ତା ସହିତ ସେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ନିର୍ବାଚନ ଆୟୋଗ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଛନ୍ତି । ଗତ ସେପ୍ଟେମ୍ବର ୧୯ ତାରିଖରେ ତୋଷଖାନା ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏହି ସମୟରେ ଇମ୍‌ରାନ୍‌ ଖାନ୍‌ଙ୍କ ଓକିଲ ଅଲି ଜଫର କହିଛନ୍ତି, "୨୦୧୮ରୁ ୨୦୧୯ ମଧ୍ୟରେ ଇମ୍‌ରାନ୍‌ କେତେକ ଦାମୀ ଉପହାର ପାଇଥିଲେ । ଏହି ଉପହାରକୁ ପ୍ରାୟ ୫୮ ମିଲିୟନ ଡଲାର ମୂଲ୍ୟରେ ବିକ୍ରି କରାଯାଇଥିଲା । ଏହି ବିକ୍ରି ବାବଦକୁ ରସିଦ ଆୟକର ବିଭାଗ ନିକଟରେ ଦାଖଲ କରାଯାଇଛି ।"

ଗତ ଅଗଷ୍ଟ ମାସରେ ପାକିସ୍ତାନ ଡେମୋକ୍ରେଟିକ ମୁଭ୍‌ମେଣ୍ଟ(Pakistan Democratic Movement) ଇମ୍‌ରାନ୍‌ ତୋଷଖାନରୁ ନେଇଥିବା କିଛି ଜିନିଷ ବାବଦରେ ଅଳ୍ପ ଟଙ୍କା ପୈଠ କରିଥିଲେ । କିନ୍ତୁ ସରକାରୀ ଟ୍ରେଜରୀରୁ ନେଇଥିବା କିଛି ଜିନିଷ ବାବଦକୁ ସେ ଟଙ୍କା ପୈଠ କରି ନାହାନ୍ତି । ସେ କେଉଁ ସବୁ ଜିନିଷ ନେଇଛନ୍ତି ତାହାକୁ ନେଇ ମଧ୍ୟ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି ।

ଯେଉଁ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଇମ୍‌ରାନ୍‌ ବିଭିନ୍ନ ଉପହାର ଗ୍ରହଣ କରିଛନ୍ତି ସେମାନଙ୍କୁ ପଚରାଉଚରା କରାଯିବ । ଯାହାଦ୍ବାରା ଇମ୍‌ରାନ୍‌ ନେଇଥିବା ସରକାରୀ ଜିନିଷର ପ୍ରକୃତ ମୂଲ୍ୟ ଜଣା ପଡ଼ିବ । ଗତ ମାସରେ ଇମ୍‌ରାନ ଖାନ୍‌ ସରକାରୀ ଟ୍ରେଜରୀରୁ ତିନୋଟି ବହୁମୂଲ୍ୟ ଘଣ୍ଟା ସ୍ଥାନୀୟ ଜଣେ ଘଣ୍ଟା ଦୋକାନୀଙ୍କୁ ବିକ୍ରି କରିଥିଲେ । ଏହାର ମୂଲ୍ୟ ୧୫୪ ମିଲିୟନ ପାକିସ୍ତାନି ଟଙ୍କା ହେବ ବୋଲି ଜଣା ପଡ଼ିଛି । ଅନ୍ତର୍ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କଠାରୁ ଇମ୍‌ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଅନେକ ଉପହାର ପ୍ରଦାନ କରାଯାଇଥିଲା । ସରାକାରୀ ନିୟମ ମୁତାବକ ଏସବୁ ତୋଷଖାନାରେ ରଖାଯିବା ଆବଶ୍ୟକ । ଏସବୁ ନିଲାମୀ ହେଲେ ସରାକୀର ଟ୍ରେଜରୀରେ ୫୦ ପ୍ରତିଶତ ଜମା କରାଯିବାର ନିୟମ ରହିଛି । କିନ୍ତୁ ଇମ୍‌ରାନ୍‌ ମାତ୍ର ୨୦ ପ୍ରତିଶତ ହିଁ ଜମା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.