ETV Bharat / international

ଭିଏତନାମ ବାର୍‌ରେ ଅଗ୍ନିକାଣ୍ଡ, ୩୨ ମୃତ

ଭିଏତନାମର ଏକ ବାରରେ ଭୀଷଣ ଅଗ୍ନିକାଣ୍ଡ । ଏଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ । ଅଧିକ ପଢନ୍ତୁ

author img

By

Published : Sep 8, 2022, 8:43 AM IST

ଭିଏତନାମ ବାର୍‌ରେ ଅଗ୍ନିକାଣ୍ଡ, ୩୨ ମୃତ
ଭିଏତନାମ ବାର୍‌ରେ ଅଗ୍ନିକାଣ୍ଡ, ୩୨ ମୃତ

ହାନୋଇ: ଭିଏତନାମର ଏକ ବାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି । ମଙ୍ଗଳବାର ରାତିରେ ଭିଏତନାମର ଥୁଏନ୍ ଆନ ସହର(Thuan An city)ର ଏକ ଚାରି ମହଲା କୋଠାର ଦ୍ବିତୀୟ ମହଲାରେ ଥିବା ବାର୍‌ରେ ନିଆଁ ଲାଗି ଯାଇଥିଲା । ନିଆଁରୁ ବର୍ତ୍ତିବା ପାଇଁ କିଛି ଲୋକେ ପ୍ରାଣ ବିକଳରେ ବିଲ୍ଡିଂର ବାଲକୋନିରୁ ଡେଇଁ ପଡିଥିଲେ । ଯେଉଁ କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏନେଇ ଗତକାଲି(ବୁଧବାର) ଭିଏତନାମାର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଅଗ୍ନିକାଣ୍ଡରେ ପ୍ରଥମେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ଓ ୧୧ ଜଣ ଆହତ ହୋଇଥିବାର ଜଣାପଡିଥିଲା । ପରେ ମୃତ୍ୟୁସଂଖ୍ୟା ବଢି ୩୨ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୧୭ ଜଣ ପୁରୁଷ ଏବଂ ୧୫ ଜଣ ମହିଳା ରହିଛନ୍ତି । ଥୁଏନ୍ ଆନ ସହରର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, କେବଳ ୮ ଜଣଙ୍କ ମୃତଦେହ ବାର୍ ଶୌଚାଳୟରୁ ଉଦ୍ଧାର ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଭାରତୀୟ ବଂଶୋଦ୍ଭବ ଅରୁଣ ସୁବ୍ରମଣ୍ୟନ ହେଲେ ନ୍ୟୁୟର୍କ ଜିଲ୍ଲା ଜଜ, ମନୋନୀତ କଲେ ବାଇଡେନ

ବାର୍ ନିକଟରେ ରହୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ''ଯେତେବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେ ସମୟରେ ୪୦ ଜଣ ଲୋକେ ବାର୍ ଭିତରେ ଫସି ରହିଥିଲେ । କିଛି ଲୋକ ବାର୍‌ର ମୁଖ୍ୟ ଦ୍ବାର ଦେଇ ବାହାରକୁ ଆସିଥିଲେ । ହେଲେ ଅନ୍ୟ କିଛି ଲୋକେ ନିଆଁ ତାପ ସହି ନପାରି ଝରକା ଓ ବାଲକୋନିରୁ ଡେଇଁ ପଡିଥିଲେ । ଏଥିରେ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁତ ଲୋକଙ୍କ ହାତଗୋଡ ଭାଙ୍ଗି ଯାଇଛି ।'' ବାର୍‌ରେ କୌଣସି ଲୋକେ ଫସି ରହିଥିବାର ଆଶଙ୍କା ଉଦ୍ଧାରକାରୀ ଦଳ ପକ୍ଷରୁ ରାତି ତମାମ୍ ସେଠାରେ ଖୋଜାଖୋଜି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.