ETV Bharat / international

Explosion At Nigerian Illegal Oil Refinery: ୧୦୦ରୁ ଊର୍ଦ୍ଧ୍ବ ଲୋକ ମୃତ

author img

By

Published : Apr 24, 2022, 8:40 AM IST

Updated : Apr 24, 2022, 9:06 AM IST

ନାଇଜେରିଆର ତେଲ କାରଖାନାରେ ବିସ୍ଫୋରଣ (Explosion At Nigerian Illegal Oil Refinery) । ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ନାଇଜେରିଆର ତେଲ କାରଖାନାରେ ବିସ୍ପୋରଣ: ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ଲାଗୋସ୍: ନାଇଜେରିଆର ତେଲ କାରଖାନାରେ ବିସ୍ଫୋରଣ (Explosion At Nigerian Illegal Oil Refinery) । ଏହି ବିସ୍ଫୋରଣରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ଏନେଇ ଗତକାଲି(ଶନିବାର) ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ରାଜ୍ୟ ଇମୋ ଏବଂ ନଦୀ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏଗବେମା ସରକାରୀ ଅଞ୍ଚଳର ବେଆଇନ ତୈଳ ବିଶୋଧନାଗାରରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ଏହି କାରଖାନାକୁ ପୂର୍ବରୁ ବେଆଇନ ଘୋଷଣା କରାଯାଇଥିଲା । ବିସ୍ଫୋରଣ ଘଟିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଫେରାର ଅଛନ୍ତି । ଇମୋର ତୈଳ ଏବଂ ଗ୍ୟାସ ଉତ୍ପାଦନ କ୍ଷେତ୍ରର ସର୍ବୋଚ୍ଚ ପରିଷଦର ସଭାପତି କଲିନ୍ସ ଅଜିଙ୍କ କହିବା ଅନୁଯାୟୀ, ହଠାତ୍ ଏହି ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଭିବା ସହ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧୦୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି ।

ଅନ୍ୟପଟେ ନାଇଜେରିଆରେ ତେଲ ପାଇପଲାଇନ ଭଙ୍ଗାରୁଜା ଏବଂ ତେଳ ଚୋରୀର ରିପୋର୍ଟ ବାରମ୍ବାର ସାମ୍ନାକୁ ଆସୁଛି । ଯାହାକି ଅନେକ ସମୟରେ ବହୁ କ୍ଷତି ପହଞ୍ଚାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2022, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.