ETV Bharat / international

China-Taiwan Conflict: ହୋଟେଲରୁ ମିଳିଲା ତାଇଓ୍ୱାନର ବରିଷ୍ଠ ସେନାଧିକାରୀଙ୍କ ମୃତଦେହ

ଚୀନ-ତାଇଓ୍ବାନ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ହୋଟେଲରୁ ମିଳିଲା ତାଇଓ୍ବାନର ଜଣେ ବରିଷ୍ଠ ସେନାଧିକାରୀଙ୍କ ମୃତଦେହ । କାରଣ ଅସ୍ପଷ୍ଟ, ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

china-Taiwan conflict: ହୋଟେଲରୁ ମିଳିଲା ତାଇଓ୍ବାନ ବରିଷ୍ଠ ସେନାଧିକାରୀଙ୍କ ମୃତଦେହ

author img

By

Published : Aug 6, 2022, 7:17 PM IST

ତାଇପେଇ: ଚୀନ- ତାଇଓ୍ବାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଓ ସମ୍ଭବ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ହୋଟେଲରୁ ମିଳିଛି ତାଇଓ୍ବାନର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ମୃତଦେହ । ତାଇଓ୍ବାନର ମିସାଇଲ ସିଷ୍ଟମ ଗବେଷଣାକୁ ଲିଡ୍ କରୁଥିବା ପ୍ରତିରକ୍ଷା ଅଧିକାରୀ ଓୟୁ ୟାଙ୍ଗ ଲି-ହିସିଙ୍ଗ (Ou Yang Li-hsing)ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ତାଇଓ୍ବାନର ଏକ ହୋଟେଲ ରୁମୁରୁ ଠାବ କରାଯାଇଛି । ତେବେ ତାଙ୍କର ମୃତ୍ୟୁ କିପରି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରନାହିଁ ।

୫୭ ବର୍ଷୀୟ ପ୍ରତିରକ୍ଷା ଅଧିକାରୀ ହିସଙ୍ଗ (Ou Yang Li-hsing)ଙ୍କ ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମିସାଇଲ ସିଷ୍ଟମ ବିକାଶ ସଂସ୍ଥାର ଉପମୁଖ୍ୟ ଭାବେ ଦାୟିତ୍ବରେ ଥିଲେ । ଏହାସହ ଜାତୀୟ ଚୁଙ୍ଗସାନ ଇଂଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର (NCSIST)ର ଉପମୁଖ୍ୟ ଭାବେ ମଧ୍ୟ ଦାୟିତ୍ବରେ ଥିିଲେ । ଏକ ବିଜେନେସ ପ୍ରୋଗ୍ରାମରେ ସେ ଦକ୍ଷିଣ ତାଇଓ୍ବାନର ଏକ ସହରକୁ ଯାଇଥିବା ବେଳେ ସେଠାରେ ଏକ ହୋଟେଲରେ ରହିଥିଲେ । ତେବେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଏପରି ଜଣେ ବିରଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେବା ଅନେକ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି । ଏହା ଏକ ଷଡଯନ୍ତ୍ର ରୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଅନ୍ୟପଟେ ଦୁଇ ଦେଶ ଚୀନ ଓ ତାଇଓ୍ବାନ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବଢିବାରେ ଲାଗିଛି । ତାଇଓ୍ବାନକୁ ଚାରିପଟୁ ଘେରି ସାରିଥିବା ଚୀନ ସେନା କୌଣସି ସମୟରେ ତାଇଓ୍ବାନ ଉପରେ ଆକ୍ରମଣ କରିବାର ଆଶଙ୍କା ମଧ୍ୟ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.