ETV Bharat / international

ଉତ୍ତର କୋରିଆର ବର୍ବରତା: ଫିଲ୍ମ ଦେଖିବାରୁ ଦୁଇ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

author img

By

Published : Dec 7, 2022, 12:23 PM IST

ସାଉଥ କୋରିଆ ଫିଲ୍ମ ଦେଖିବାରୁ ସର୍ବସମ୍ମୁଖରେ ଦୁଇ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଦେଲେ ଉତ୍ତର କୋରିଆ ସରକାର । ଅଧିକ ପଢନ୍ତୁ

ଉତ୍ତର କୋରିଆର ବର୍ବରତା: ଫିଲ୍ମ ଦେଖିବାରୁ ଦୁଇ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ
ଉତ୍ତର କୋରିଆର ବର୍ବରତା: ଫିଲ୍ମ ଦେଖିବାରୁ ଦୁଇ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର କିମ୍ ଜଙ୍ଗ ଉନ୍ ସରକାରର ଆଉ ଏକ ବର୍ବର ଚିତ୍ର ସାମ୍ନାକୁ ଆସିଛି । ସାମାନ୍ୟ ଭୁଲ୍ ପାଇଁ ଦୁଇ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ଉତ୍ତର କୋରିଆ ସରକାର । ଏହି ଦୁଇ ପିଲାଙ୍କ ଭୁଲ୍ ଏହା ଥିଲା ଯେ, ସେମାନେ ଶତ୍ରୁଦେଶ ଦକ୍ଷିଣ କୋରିଆର କେ-ଡ୍ରାମା ଦେଖିଥିଲେ । ତେଣୁ ଦୁହିଁଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି ।

ଏହି ଘଟଣା ଗତ ଅକ୍ଟୋବରରେ ଘଟିଥିବା ବେଳେ ବର୍ତ୍ତମାନ ବିଭିନ୍ନ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ମୃତ ଦୁଇ ସ୍କୁଲ ଛାତ୍ରଙ୍କ ବୟସ ୧୬ ଓ ୧୭ ବର୍ଷ ଥିଲା । ରାଇନଗାଙ୍ଗ ପ୍ରଦେଶର(Ryanggang Province) ଏକ ହାଇସ୍କୁଲରେ ସେମାନେ ପାଠ ପଢୁଥିଲେ । ଥରେ ଏହି ଦୁଇ ନାବାଳକ ଏକାଠି ମିଶି କିଛି କୋରିଆନ ଡ୍ରାମା, ଯାହାକୁ କେ-ଡ୍ରାମା କୁହାଯାଏ ଓ ଆମେରିକୀୟ ଚଳଚ୍ଚିତ୍ର ଦେଖିଥିଲେ । ଏହି ଘଟଣା ଜାଣିବା ପରେ ଉତ୍ତର କୋରିଆ ସରକାର ହାଏସନ ଅଞ୍ଚଳ ସ୍ଥିତ ଏକ ଏୟାରଫିଲ୍ଡରେ ସାଧାରଣ ଲୋକଙ୍କୁ ଡକାଇ ସମସ୍ତଙ୍କ ସାମ୍ନାରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ସେବା କରି ଅତିଷ୍ଠ ହେଲା ସ୍ବାମୀ, ପକ୍ଷାଘାତରେ ପୀଡିତ ପତ୍ନୀକୁ ପାଣିରେ ବୁଡାଇ ମାରିଦେଲା

ସୂଚନାଥାଉ କି, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଶତ୍ରୁତା ଲାଗି ରହିଛି । ତେଣୁ ଉତ୍ତର କୋରିଆର କେ-ଡ୍ରାମା ଦକ୍ଷିଣ କୋରିଆରେ ନିଷେଦ୍ଧ । ଏହାକୁ ଦେଖିବା ଅପରାଧ ଭାବେ ଗ୍ରହଣ କରାଯାଏ । ହେଲେ ସାମାନ୍ୟ ଡ୍ରାମା ଦେଖିବାକୁ ନେଇ ଉତ୍ତର କୋରିଆ ସରକାର ଦୁଇ ନାବାଳକ ଛାତ୍ରଙ୍କୁ ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ ଦେବା ଘଟଣା ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.