ETV Bharat / international

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡର୍ନଙ୍କୁ କୋରୋନା - ଜାକିଣ୍ଡା ଆରଡର୍ନଙ୍କୁ କୋରୋନା

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡର୍ନ କୋରୋନା ସଂକ୍ରମିତ । ଏନେଇ ଆଜି (ଶନିବାର) ଆରଡର୍ନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟକରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆରଡର୍ନଙ୍କୁ କୋରୋନା

author img

By

Published : May 14, 2022, 11:35 AM IST

ୱେଲିଙ୍ଗଟନ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡର୍ନ କୋରୋନା ସଂକ୍ରମିତ । ଏନେଇ ଆଜି (ଶନିବାର) ଆରଡର୍ନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟକରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, "ସରକାରଙ୍କ ବାର୍ଷିକ ବଜେଟ୍‌ ଏବଂ ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ଏମିସନ ହ୍ରାସ ଯୋଜନା ରିଲିଜ୍‌ ସମେତ ଆସନ୍ତା ସପ୍ତାହରେ ହେବାକୁ ଥିବା ବହୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘୋଷଣା କାର୍ଯ୍ୟକ୍ରମରେ ଯୋଗ ଦେଇ ପାରୁ ନ ଥିବାରୁ ମୁଁ ବହୁତ ଦୁଃଖିତ।"

ସୂଚନା ଅନୁସାରେ, ଆରଡର୍ନଙ୍କ ଭାବି ସ୍ବାମୀ କ୍ଲେର୍କ ଗେଫୋର୍ଡ କୋଭିଡ ପଡିଟିଭ ହେବା ପରେ ରବିବାରଠାରୁ ଆରଡର୍ନ ତାଙ୍କ ୱେଲିଙ୍ଗ୍‌ଟନ୍‌ ବାସଭବନରେ ଏକାନ୍ତରେବାସ କରୁଛନ୍ତି । ଏହାଛଡ଼ା ତାଙ୍କ ୩ ବର୍ଷର ଝିଅ ନିଭ୍‌ ମଧ୍ୟ ବୁଧବାର ଦିନ କୋଭିଡ୍‌ ପଜିଟିଭ୍‌ ହୋଇଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଅତି ସାବଧାନତାର ସହ ରହିବା ସତ୍ତ୍ବେ ପରିବାରର ଅନ୍ୟମାନଙ୍କ ସହ ମିଶିବାକୁ ପଡ଼ିବାରୁ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । କ୍ଲେର୍କ ପ୍ରଥମେ ପଜିଟିଭ୍‌ ବାହାରିବା ପରେ ରବିବାରଠାରୁ ଆମେ ଏକାନ୍ତବାସ କରୁଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.