ETV Bharat / international

Plane Crash Tragedy: ମିଳିଲା ବିମାନର ବ୍ଲାକ ବକ୍ସ

ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ କ୍ରାସ ଘଟଣା । ଘଟଣାସ୍ଥଳରୁ ମିଳିଲା ବ୍ଲାକ ବକ୍ସ । ଅଧିକ ପଢନ୍ତୁ

author img

By

Published : Jan 16, 2023, 11:55 AM IST

Nepal aircraft crash
Nepal aircraft crash

କାଠମାଣ୍ଡୁ: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ କ୍ରାସ ଘଟଣା । ବିମାନରେ ଥିବା ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୬୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି ୪ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ପତ୍ତା ମିଳିନଥିବା ବେଳେ ଆଜି(ସୋମବାର) ସକାଳ ସମୟରେ ଉଦ୍ଧାରକାରୀ ଟିମ ପୋଖରାରେ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଏନେଇ ନେପାଳର ପୋଲିସ ଫୋର୍ସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ତେବେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିବା ବିମାନ ବ୍ଲାକ ବକ୍ସ ମିଳିଛି । ଏନେଇ ବିମାନବନ୍ଦର ଅଧିକାରୀ ଶେର୍ ବାଥ୍ ଠାକୁର ସୂଚନା ଦେଇଛନ୍ତି ।

ବ୍ଲାକ ବକ୍ସ କଣ: ବ୍ଲାକ ବକ୍ସ କୌଣସି ବିମାନର ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ । ଏହା ଯେକୌଣସି ବିମାନରେ ଲାଗିଥିବା ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ । ଏହି ଉପକରଣ ଉଡାଣ ସମୟରେ ବିମାନର ସମସ୍ତ ପ୍ରକାର ଗତିବିଧିକୁ ରେକର୍ଡ କରିଥାଏ । ସାଧାରଣତଃ ଲୋକେ ଭାବନ୍ତି ଏହାର ରଙ୍ଗ କଳା ହୋଇଥିବ ତେଣୁ ଏହାର ନାମ ବ୍ଲାକ ବକ୍ସ । ହେଲେ ନାଁ, ପ୍ରକୃତରେ ବ୍ଲାକ ବକ୍ସର ରଙ୍ଗ କଳା ନୁହେଁ ବରଂ କମଳା ରଙ୍ଗ । ବିମାନ ଦୁର୍ଘଟଣା ହେବା ପରେ ମଧ୍ୟ ଏହା ନଷ୍ଟ ହୋଇନଥାଏ । ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଜିବାରେ ବିଳମ୍ବ ହେଲେ ବି ବ୍ଲାକ ବକ୍ସରେ ସଂରକ୍ଷିତ ଡାଟା ସୁରକ୍ଷିତ ରହିଥାଏ ।

ମିଳିଥିବା ସୂଚନା ଅନୁଯାୟୀ, ନେପାଳ ରାଜଧାନୀ କାଠମାଣ୍ଡୁର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ଗତକାଲି ୭୨ ଯାତ୍ରୀ ବିଶିଷ୍ଟ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ କରିବା ବେଳେ ରନଓ୍ବେରେ କ୍ରାସ ହୋଇଥିଲା । ବିମାନରେ ୬୮ଜଣ ଯାତ୍ରୀ ଓ ୪ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୭୨ ଜଣ ଥିଲେ । ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ-Pokhara Plane Crash Tragedy: ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ, ଫେସବୁକ ଲାଇଭ କରୁଥିଲେ ଯୁବକ

ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫୩ ଜଣ ନେପାଳର ହୋଇଥିବା ବେଳେ, ୫ ଜଣ ଭାରତୀୟ, ୪ ଜଣ ଋଷିୟ ନାଗରିକ, ଜଣେ ଆୟାରଲାଣ୍ଡରୁ, ୨ ଜଣ କୋରିଆନ, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ନାଗରିକ ଥିଲେ । ବିମାନରେ ୨ ଶିଶୁ ମଧ୍ୟ ଥିବା ସୂଚନା ମିଳିଥିଲା । ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ସମ୍ଭାବ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.