ETV Bharat / international

ଏଣିକି ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା

ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା । ଆଜି(ବୁଧବାର) ସକାଳୁ ଏଭଳି ଏକ ବଡ ଘୋଷଣା କରିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ଏଲନ ମସ୍କ(Elon Musk) । ଅଧିକ ପଢନ୍ତୁ

author img

By

Published : May 4, 2022, 10:14 AM IST

ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା : ଏଲନ ମସ୍କ

ୱାଶିଂଟନ: ଏଣିକି ଆଉ ମାଗଣାରେ ମିଳିବନି ଟ୍ବିଟର ସେବା । ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା । ଆଜି(ବୁଧବାର) ସକାଳୁ ଏଭଳି ଏକ ବଡ ଘୋଷଣା କରିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ଏଲନ ମସ୍କ(Elon Musk) । ଏଲନ ମସ୍କ ଟ୍ବଟକରି କହିଛନ୍ତି ଯେ, 'ବ୍ୟବସାୟିକ ଏବଂ ସରକାରୀ ବ୍ୟବହାରକାରୀଙ୍କ ଠାରୁ ଟୁଇଟର୍‌ ସ୍ବଳ୍ପ ଦେୟ ନେଇପାରେ । ତେବେ ସାଧାରଣ ୟୁଜର୍ସଙ୍କ ପାଇଁ ଏହା ଫ୍ରି ହେବ ।'

  • Twitter will always be free for casual users, but maybe a slight cost for commercial/government users

    — Elon Musk (@elonmusk) May 3, 2022 " class="align-text-top noRightClick twitterSection" data=" ">

ଟ୍ବିଟର କିଣିବା ପରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି ଏଲନ ମସ୍କ । ଗୋଟିଏ ପରେ ଗୋଟିଏ ଟ୍ବିଟ କରିବାକୁ ଲାଗିଛନ୍ତି । ସେ କମ୍ପାନୀରେ ବଡ ଧରଣର ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ଟେଲସା ସିଇଓ ତଥା ବିଶ୍ବର ସବୁଠି ଧନୀ ଏଲନ ମସ୍କ ଟ୍ବିଟର ଅଧିଗ୍ରହଣ କରିଥିବା ସେ ସୁନିଶ୍ଚିତ କରିଥିଲେ । ମସ୍କ ୪୪ ବିଲିୟନ ଡଲାର ବିନିମୟରେ ଏହାକୁ କିଣିଛନ୍ତି । ଡିଲ୍ ଅନୁଯାୟୀ, ସେ ଟ୍ବିଟରର ସେୟାର ପିଛା ସେୟାର ହୋଲ୍ଡରଙ୍କୁ ୫୪.୦୨ ଡଲାର ଦେବେ । ମସ୍କ ହେଉଛନ୍ତି ଟ୍ବିଟରର ଦ୍ବିତୀୟ ବଡ ସେୟାର ହୋଲ୍ଡର । ତାଙ୍କ ପାଖରେ କମ୍ପାନୀର ୯.୨ ପ୍ରତିଶତ ଅଂଶଧନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.