ETV Bharat / international

ଋଷିଆ ତୈଳ ଉପରେ ଜି-୭ର କଟକଣା: ଭାରତ ସମର୍ଥନ ନକରିବାରୁ ସ୍ବାଗତ କଲା ମସ୍କୋ - ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର ନୋଭାକ

ଋଷିଆ ତୈଳ ଉପରେ ପ୍ରାଇସ୍ କ୍ୟାପ୍ ଲାଗୁ କରିବାକୁ ଜି-୭ ରାଷ୍ଟ୍ରର ନିଷ୍ପତ୍ତିକୁ ସମର୍ଥନ କଲାନି ଭାରତ । ଭାରତର ଏହି ନିଷ୍ପତ୍ତି ସ୍ବାଗତ କଲା ଋଷିଆ । ଅଧିକ ପଢନ୍ତୁ

ଋଷିଆ ତୈଳ ଉପରେ ଜି-୭ର କଟକଣା: ଭାରତ ସମର୍ଥନ ନକରିବାରୁ ସ୍ବାଗତ କଲା ମସ୍କୋ

author img

By

Published : Dec 11, 2022, 11:52 AM IST

ମସ୍କୋ: ଋଷିଆ ଯୁଦ୍ଧ ବନ୍ଦ କରୁନଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ଏହା ଉପରେ ଅନେକ କଟକଣା ଲଗାଇଛନ୍ତି । ନିକଟରେ ଜି-୭(G7) ଦେଶ ଓ ଏହାର ସହଯୋଗୀ ଦେଶ ଗୁଡିକ ଋଷିଆ ତୈଳ ଉପରେ ପ୍ରାଇସ୍ କ୍ୟାପ୍(ତେଲ ମୂଲ୍ୟର ସୀମା) ଲଗାଇବାକୁ ଘୋଷଣା କରିଥିଲେ । ହେଲେ ଭାରତ ଏହାକୁ ସମର୍ଥନ କରିବାକୁ ମନା କରିଥିଲା । ଭାରତର ଏହି ନିଷ୍ପତ୍ତିକୁ ଏବେ ସ୍ବାଗତ କରିଛି ଋଷିଆ । ଋଷିଆର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର ନୋଭାକ(Deputy Prime Minister Alexander Novak) ଋଷିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପୱନ କପୁରଙ୍କ ସହ ସାକ୍ଷାତ ସମୟରେ ଭାରତର ପ୍ରାଇସ୍ କ୍ୟାପ ସମ୍ପର୍କିତ ନିଷ୍ପତ୍ତିକୁ ଋଷିଆ ସ୍ବାଗତ ଜଣାଇଥିବା କହିଛନ୍ତି । ଗତ ୯ ତାରିଖରେ ଏହି ସାକ୍ଷାତକାର ହୋଇଥିଲା ।

ଋଷିଆର ବୈଦେଶିକ ମନ୍ତ୍ରଣାଳୟ(Russian Foreign Ministry) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଡିସେମ୍ବର ୫ରେ ଜି୭ ରାଷ୍ଟ୍ରଗୁଡିକ ଋଷିଆରୁ ତୈଳ ଆମଦାନୀ ଉପରେ ପ୍ରାଇସ କ୍ୟାପ୍ କଟକଣା ଲାଗୁବାକୁ ଘୋଷଣା କରିଥିଲେ । ଏହାକୁ ସମର୍ଥନ ନକରିବା ପାଇଁ ଭାରତର ନିଷ୍ପତ୍ତିକୁ ଦେଶ ସ୍ବାଗତ କରୁଛି ବୋଲି କୁହାଯାଇଛି । ଏନେଇ ନୋଭାକ କହିଛନ୍ତି, ''ଶକ୍ତି ସଙ୍କଟ ମଧ୍ୟରେ ପୂର୍ବ-ଦକ୍ଷିଣ ଦେଶକୁ ଶକ୍ତି ରପ୍ତାନୀ କରି ଋଷିଆ ନିଜର ଦାୟିତ୍ବ ନିର୍ବାହ କରୁଛି ।'' ଗତ ସେପ୍ଟେମ୍ବରରେ ଜି୭ ଦେଶ ପ୍ରାଇସ୍ କ୍ୟାପ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଚଳନ୍ତା କାର୍‌ରେ ମହିଳାଙ୍କୁ ଅସଦାଚରଣ, ୧୦ ମାସର ଛୁଆକୁ ଗାଡିରୁ ଫିଙ୍ଗିଲେ ଦୁର୍ବୃତ୍ତ

୨୦୨୨ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ଋଷିଆ ଭାରତକୁ ତେଲ ରପ୍ତାନୀ ୧୬.୩୫ ମିଲିୟନ ଟନକୁ ବୃଦ୍ଧି କରିଛି । ସେହିପରି ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଜାରି ରହିଥିବା ସତ୍ତ୍ବେ ଭାରତରେ ଏହି ଦେଶ ଠାରୁ ତୈଳ ଆମଦାନୀ କରୁଛି । ଯାହାକି ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.