ETV Bharat / international

ଡୋନେଟସ୍କରେ ୟୁକ୍ରେନ ଆକ୍ରମଣରେ 63 ରୁଷୀୟ ଯବାନ ନିହତ ! - ଭ୍ଲାଦମିର ପୁଟିନ

ୟୁକ୍ରେନ ଆକ୍ରମଣରେ ଡୋନେଟସ୍କରେ 63 ରୁଷୀୟ ଯବାନ ନିହତ ହୋଇଥିବା ଅଭିଯୋଗ କଲା ଋଷ (Moscow claims 63 Russian soldiers killed) । ଅସ୍ଥାୟୀ ସେନା ଶିବିର ଉପରେ ୟୁକ୍ରେନ ସେନା ଆମେରିକା ନିର୍ମିତ ମୋଟର ଲଞ୍ଚ ମାଡ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ଡୋନେଟସ୍କରେ ୟୁକ୍ରେନ ଆକ୍ରମଣରେ 63 ରୁଷୀୟ ଯବାନ ନିହତ !

author img

By

Published : Jan 3, 2023, 7:31 AM IST

ହାଇଦ୍ରାବାଦ: ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ଷ ଆରମ୍ଭରୁ ବଡ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ବିଦ୍ରୋହ ଅଞ୍ଚଳ ଡୋନେଟସ୍କରେ ୟୁକ୍ରେନ ସେନାର ଆକ୍ରମଣରେ 63ରୁଷୀୟ ଯବାନ ନିହତ ହୋଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି (Moscow claims 63 Russian soldiers killed) । ମସ୍କୋ କହିଛି ଆମେରିକା ନିର୍ମିତ ଅସ୍ତ୍ରରେ ୟୁକ୍ରେନ ଯବାନ ଋଷ ସେନା ଶିବିର ଉପରେ ଏହି ଆକ୍ରମଣ କରିଛି । ଆମେରିକାର ପ୍ରସ୍ତୁତ ଯୁଦ୍ଧାସ୍ତ୍ର ମାଧ୍ୟମରେ 6ଟି ରକେଟ ମାଡ କରାଯାଇଥିବା ମସ୍କୋ ଅଭିଯୋଗ କରିଛି ।

ଡୋନାଟସ୍କ୍ ପିପୁଲ୍ସ ରିପବ୍ଲିକର ଏକ ବସ୍ତି ଅଞ୍ଚଳରେ ଋଷର ସଶସ୍ତ୍ର ବାହିନୀର ଏକ ୟୁନିଟ ଶିବିର ଥିଲା । ଏହି ଅସ୍ଥାୟୀ ସେନା କ୍ୟାମ୍ପରେ ଆମେରିକାର ନିର୍ମିତ ରକେଟ ପ୍ରଣାଳୀ (HIMARS)ରେ ପ୍ରାୟ 6ଟି ରକେଟ୍ ମାଡ କରିଥିଲା ୟୁକ୍ରେନ ସେନା । ଫଳରେ ସେଠାରେ 63 ଋଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଋଷ କହିଛି । ଏହି ଅଭିଯୋଗ ନେଇ ୟୁକ୍ରେନ ପକ୍ଷରୁ କୌଣସି ଖଣ୍ଡନ କିମ୍ବା ସ୍ବୀକାରୋକ୍ତି ସାମ୍ନାକୁ ଆସିନାହିଁ । ଏପରି ଅଭିଯୋଗରେ ସତ୍ୟତା ଥିଲେ ଋଷ ମଧ୍ୟ ପ୍ରତିଶୋଧମୂଳକ ଭାବେ ଆକ୍ରମଣକୁ ପ୍ରଚଣ୍ଡ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ତେବେ ପ୍ରାୟ ଏକ ବର୍ଷ ହେବ ଲାଗି ରହିଥିବା ଯୁଦ୍ଧରେ ଋଷର ଘନଘନ ଆକ୍ରମଣ ସତ୍ତ୍ବେ ମଧ୍ୟ ୟୁକ୍ରେନ ମୁକାବିଲା ସହ ପାଲଟା ଆକ୍ରମଣ ଜାରି ରଖିଛି । ପଶ୍ଚିମ ଦେଶମାନେ ୟୁକ୍ରେନକୁ ଉଭୟ ସାମରିକ ଓ ଆର୍ଥିକ ସହୟତା ରାଶି ପ୍ରଦାନ କରିବା ଜାରି ରଖିଥିବା କାରଣରୁ ୟୁକ୍ରେନ ପକ୍ଷରେ ଏହି ଲଢେଇ ଜାରି ରଖିବା ସମ୍ଭବପର ହୋଇଥିବା ନେଇ ମସ୍କୋ ଅଭିଯୋଗ କରିଆସିଛି । ଅନ୍ୟପଟେ ଜଣଙ୍କ ପରେ ଜଣେ ପଶ୍ଚିମ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସକ୍ଷାତ ଓ ଆଲୋଚନା ମଧ୍ୟ କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ଋଷ ପ୍ରତିକ୍ରିୟାଶୀଳ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.