ETV Bharat / international

ଟ୍ରେଣ୍ଡିଂରେ ବୟକଟ୍ ମାଳଦ୍ବୀପ, ମାଳଦ୍ବୀପ ହାଇକମିଶନକୁ ସମନ

author img

By ETV Bharat Odisha Team

Published : Jan 8, 2024, 11:16 AM IST

Updated : Jan 8, 2024, 11:42 AM IST

Maldives impact of boycott: ମୋଦିଙ୍କୁ ସମାଲୋଚନା କରି ଅଡୁଆରେ ମାଳଦ୍ବୀପ । ମାଳଦ୍ୱୀପ ପର୍ଯ୍ୟଟନ ଉପରେ ପଡ଼ିବ ବର୍ଜନର ପ୍ରଭାବ ! ଅଧିକ ପଢନ୍ତୁ

ମାଳଦ୍ୱୀପ ହାଇକମିଶନକୁ ସମନ
ମାଳଦ୍ୱୀପ ହାଇକମିଶନକୁ ସମନ

ନୂଆଦିଲ୍ଲୀ: ମାଳଦ୍ୱୀପକୁ ମହଙ୍ଗା ପଡ଼ିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା । ମୋଦିଙ୍କୁ ଅପମାନିତ କରିଥିବା 3 ମନ୍ତ୍ରୀଙ୍କୁ ମାଳଦ୍ୱୀପ କ୍ୟାବିନେଟ ନିଲମ୍ବିତ କରିଥିଲେ ମଧ୍ୟ ଭାରତୀୟମାନଙ୍କ ଆକ୍ରୋଶ ଥମିବାର ନାଁ ଧରୁନି । ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି #ବୟକଟ ମାଳଦ୍ୱୀପ ।ମାଳଦ୍ୱୀପକୁ ବର୍ଜନ କରିବାକୁ ଭାରତୀୟମାନଙ୍କ ଅପିଲ ଜୋରଦାର ରହିଛି । ତେବେ ଏହି ବିବାଦ ମାଳଦ୍ୱୀପ ପର୍ଯ୍ୟଟନ କ୍ଷେତ୍ରରେ ପଡ଼ିବାର ସମ୍ଭାବନା ବେଶ ଅଧିକ ରହିଛି । ଆଗାମୀ 20-25 ଦିନ ମଧ୍ୟରେ ମାଳଦ୍ୱୀପ ବର୍ଜନର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଇଣ୍ଡିଆନ ଆସୋସିଏସ ଅଫ ଟୁର ଅପରେଟର୍ସର ପକ୍ଷରୁ ଅନୁମାନ କରାଯାଉଛି । ଅନ୍ୟପଟେ ଏହି ବିବାଦ ମଧ୍ୟରେ ମାଳଦ୍ୱୀପ ହାଇକମିଶନକୁ ସମନ ଜାରି କରାଯାଇଥିବା ବେଳେ, ମାଳଦ୍ବୀପ ହାଇକମିଶନର ଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟରେ ପହଞ୍ଚିଛନ୍ତି।

ଇଜି ମାଇଁ ଟ୍ରିପ୍ (EaseMyTrip) ମାଳଦ୍ୱୀପକୁ ଯିବା ପାଇଁ କରାଯାଇଥିବା ବିମାନ ଟିକେଟକୁ ବାତିଲ କରିଛି । ଇଣ୍ଡିଆନ ଆସୋସିଏସ ଅଫ ଟୁର ଅପରେଟର୍ସର ପକ୍ଷରୁ ଅନୁମାନ କରାଯାଉଛି ଯେ, ଆଗାମୀ 20-25 ରୁ ଦିନ ମଧ୍ୟରେ ମାଳଦ୍ୱୀପ ବର୍ଜନର ପ୍ରଭାବ ଦେଖିବାକୁ ମିଳିବ। ମାଳଦ୍ୱୀପକୁ ଯିବାକୁ ଅଗ୍ରୀମ ଟିକଟ କରାଯାଇଥିବା ବେଳେ ଏହାକୁ ବାତିଲ କରାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ଟୁର ଅପରେଟର୍ସ । ଏହି ଚର୍ଚ୍ଚାରେ ସତ୍ୟତା ନଥିବା କହିଛନ୍ତି । ଏ ନେଇ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଅଗ୍ରୀମ ବିମାନ ଟିକେଟ କରିସାରିଛନ୍ତି କିମ୍ୱା ହୋଟେଲରେ ରୁମ ବୁକ କରିସାରିଛନ୍ତି ତାହାକୁ ବାତିଲ କରାଯାଇନାହିଁ । କିନ୍ତୁ ଆଗାମୀ ଆଗାମୀ 20-25 ରୁ ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯେଉଁ ଭାରତୀୟମାନେ ଆଗକୁ ଯିବା ପାଇଁ ଯୋଜନା କରୁଛନ୍ତି ସେମାନେ ଏହାକୁ ବାତିଲ କରିପାରନ୍ତି ବୋଲି ଆଶା ରହିଛି ।

ଏହାମଧ୍ୟ ପଢନ୍ତୁ.. ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ବିବ୍ରତ ମାଳଦ୍ବୀପ ! ଭାରତକୁ ଟାର୍ଗେଟ କଲେ ଏକାଧିକ ମନ୍ତ୍ରୀ

ମେକ ମାଇଁ ଟ୍ରିପ୍ (Make my Trip) ପ୍ରତିଷ୍ଠାତା ଦୀପ କାଲରା ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏବେସୁଦ୍ଧା କୌଣସି ସାମୁହିକ ଆକାରରେ ରଦ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇନାହିଁ ।

ପର୍ଯ୍ୟଟନସ୍ଥଳ ଭାବେ ମାଳଦ୍ବୀପ ଭାରତୀୟମାନଙ୍କର ବେଶ୍ ପସନ୍ଦର ସ୍ଥାନ । ପର୍ଯ୍ୟଟନ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଡିସେମ୍ବର 2023 ମଧ୍ୟରେ ମାଳଦ୍ୱୀପକୁ ସବୁଠୁ ଅଧିକ ଭାରତୀୟ ପର୍ଯ୍ୟଟକ ହିଁ ଯାତ୍ରା କରିଥିଲେ ।

ଅନ୍ୟପଟେ ମାଳଦ୍ୱୀପ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୁଶା ଜମିର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ ସମ୍ପର୍କିତ ବିବାଦୀୟ ଟିପ୍ପଣୀ ସହ ସୋସିଆଲ ମିଡିଆ ପୋଷ୍ଟ କରିଥିବା 3 ମନ୍ତ୍ରୀଙ୍କୁ ମାଳଦ୍ବୀପ ସରକାର ନିଲମ୍ବିତ କରିଛନ୍ତି । ମାଳଦ୍ବୀପ ସରକାରଙ୍କ ବିଦେଶ ମନ୍ତ୍ରାଳୟ ଏକ ପ୍ରେସବିଜ୍ଞପ୍ତି ଜାରି କରି ଏହି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏହି ବିବାଦୀୟ ମନ୍ତବ୍ୟ ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ଓ ସରକାରୀ ପଦବୀରେ ଥାଇ ପଡୋଶୀ ଦେଶ ସହ ସମ୍ପର୍କ ଖରାପ କରିବା ଅଭିଯୋଗରେ ସେମାନଙ୍କୁ ଦାୟିତ୍ବରୁ ନିଲମ୍ବିତ କରାଯାଉଛି ବୋଲି ବିବୃତ୍ତିରେ କୁହାଯାଉଛି । ନିଲମ୍ବିତ ହୋଇଥିବା 3 ମନ୍ତ୍ରୀଙ୍କ ମଧ୍ୟରେ ମରିୟମ ଶିଉନା, ମାଲଶା ସରିଫ ଓ ମହଜୁମ ମଜିଦ ରହିଛନ୍ତି । ଏହି ତିନିଜଣ ମୁଇଜୁ ସରକାରରେ ମନ୍ତ୍ରୀ ଥିବା ବେଳେ ଏମାନଙ୍କ ପୋଷ୍ଟ ଭାରରତରେ ଉଦବେଗ ସୃଷ୍ଟି କରିଥିଲା ।

ଭାରତୀୟ ସେଲିବ୍ରିଟିମାନେ ଲାକ୍ଷାଦ୍ବୀପର ପର୍ଯ୍ୟଟନକୁ ପ୍ରଶଂସା କରିବା ସେଠାକୁ ଗସ୍ତ କରିବା ପୋଷ୍ଟ କରିଥିଲେ । ଆଜି କିଛି ଭାରତୀୟ ପୂର୍ବରୁ ବୁକ କରିଥିବା ମାଳଦ୍ବୀପ ଗସ୍ତ ବାତିଲ କରିଥିବା ମଧ୍ୟ ସୂଚନା ମିଳିଥିଲା । ଏହା ସହ ସୋସିଆଲ ମିଡିଆରେ ‘ବୟକଟ ମାଳଦ୍ବୀପ’ ବୋଲି ମଧ୍ଯ ଟ୍ରେଣ୍ଡିଂ ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉ କି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରି ଫେରିଛନ୍ତି । ସେଠାରେ ସେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାକାର ରୋମାଞ୍ଚକର ଅନୁଭୂତି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲା । ସେଠାରେ ପ୍ରଧାନମନ୍ତ୍ରୀ ବେଳାଭୂମିରେ ବିଶ୍ରାମ କରିବା ସହ ଆରବ ସାଗରରେ ସ୍କୁବା-ଡାଇଭିଂ ମଧ୍ୟ କରିଥିଲେ । ଏହା ପରେ ସାରା ଦେଶରେ ଓ ବିଶ୍ବରେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହେବା କାରଣରୁ ମାଳଦ୍ବୀପ ପ୍ରତିକ୍ରିୟାଶୀଳ ହୋଇଥିଲା । ଏହାର ଘଟଣାକ୍ରମରେ ଏକାଧିକ ମାଳଦ୍ବୀପ ମନ୍ତ୍ରୀଙ୍କର ଏପରି ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2024, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.