ETV Bharat / international

ମୋଦି ଭାରତର ସର୍ବଶ୍ରେଷ୍ଠ ନେତା: ମେରି ମିଲବେନ୍

author img

By ETV Bharat Odisha Team

Published : Jan 19, 2024, 9:59 AM IST

US singer Mary Millben: ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ପ୍ରତିଟି ଆମେରିକୀୟ । ସେ ଭାରତର ସର୍ବଶ୍ରେଷ୍ଠ ନେତା ବୋଲି କହିଲେ ଆମେରିକା ଗାୟିକା ମେରି ମିଲବେନ ।

ମେରି ମିଲବେନ
Modi is the best leader for India

ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆମେରିକା ଗାୟିକା ମେରି ମିଲବେନ । ଭାରତର ସବୁଠାରୁ ଭଲ ନେତା ହେଉଛନ୍ତି ମୋଦି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ମୋଦି ସର୍ବଶ୍ରେଷ୍ଠ ନେତା । ଆମେରିକାର ଲୋକେ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଯାହା ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ହଲିଉଡ ଗାୟିକା ।

ଏହା ମଧ୍ୟ ପଢନ୍ତୁ-Diwali 2023: ଦୀପାବଳିର ଶୁଭେଚ୍ଛା ଜଣାଇଲେ ମିଲବେନ, ଗାଇଲେ ଓମ-ଜୟ-ଜଗଦୀଶ ହରେ

41 ବର୍ଷୀୟା ମେରି ମିଲବେନ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବିଶ୍ୱାସ ଆସନ୍ତା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କର ହିଁ ବିଜୟ ହେବ । ମୁଁ ଆପଣଙ୍କୁ କହୁଛି ଆମେରିକାରେ ମୋଦିଙ୍କୁ ବହୁତ ସମର୍ଥନ କରାଯାଉଛି । ସେ ପ୍ରଧାନମନ୍ତ୍ରୀ ଭାବେ ପୁନ-ନିର୍ବାଚିତ ହୁଅନ୍ତୁ ବୋଲି ଅନେକଙ୍କ ଇଚ୍ଛା । କାରଣ ସେ ଭାରତ ପାଇଁ ଜଣେ ସର୍ବୋତ୍ତମ ନେତା । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ମେରି ମିଲବେନ ।

ଏହା ମଧ୍ୟ ପଢନ୍ତୁ-ହଲିଉଡ ଗାୟିକା ମେରିଙ୍କୁ ଘାରିଛି ଭାରତ ଚିନ୍ତା, ଲୋଡିଲେ ବାଇଡେନଙ୍କ ସହାୟତା

ଗତ 2023 ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିଲେ । ୱାଶିଂଟନର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ମେରି ମିଲବେନ ଭାରତର ଜାତୀୟ ସଂଗୀତ 'ଜନ ଗଣ ମନ'କୁ ମଞ୍ଚରେ ଗାଇଥିଲେ ଏବଂ ମୋଦି ମଞ୍ଚରେ ପହଞ୍ଚିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ମୋଦି ମଧ୍ୟ ଏହି ହଲିଉଡ ଗାୟିକାଙ୍କୁ ସେହି ସମୟରେ ପ୍ରଶଂସା କରିଥିଲେ । ସେହିପରି ମେରି ମିଲବେନ ମଧ୍ୟ ଭାରତର ଜାତୀୟ ସଙ୍ଗୀତ ଗାନ କରି ଗର୍ବିତ ବୋଲି କହିଥିଲେ । 2020 ମସିହାରେ ସେ 'ଓମ ଜୟ ଜଗଦୀଶ ହରେ' ଗୀତ ଗାଇ ସାରା ବିଶ୍ବକୁ ଦିପାବଳୀର ଶୁଭେଚ୍ଛା ଜଣାଇଥିଲେ । 2023 ଦୀପାବଳିରେ ମଧ୍ୟ ସମାନ ଭଜନ ଗାନ କରି ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଭାରତୀୟ ପୋଷାକ ପରିଧାନ କରି ସେ ଗୀତକୁ ଗାନ କରିଥିଲେ । ଭାରତୀୟ ସଂସ୍କୃତି ତାଙ୍କର ବେଶ ପସନ୍ଦ ବୋଲି ସେ ଜାରି କରିଥିବା ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.