ETV Bharat / international

Hurricane Otis in Mexico: ମେକ୍ସିକୋରେ ଘୂର୍ଣ୍ଣିଝଡର ତାଣ୍ଡବଲୀଳା, 48 ମୃତ, ବଢୁଛି ଦୁର୍ଦ୍ଦଶା

author img

By ETV Bharat Odisha Team

Published : Oct 30, 2023, 12:12 PM IST

ମେକ୍ସିକୋରେ ଭୟଙ୍କର ଘୂର୍ଣ୍ଣିଝଡ । 48 ଛୁଇଁଲା ମୃତ୍ୟୁ ସଂଖ୍ୟା । ଲକ୍ଷାଧିକ ଝର, ହୋଟେଲ ପ୍ରଭାବିତ । ଉଦ୍ଧାରକାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ମେକ୍ସିକୋରେ ଘୂର୍ଣ୍ଣିଝଡର ତାଣ୍ଡବଲୀଳା
ମେକ୍ସିକୋରେ ଘୂର୍ଣ୍ଣିଝଡର ତାଣ୍ଡବଲୀଳା

ମେକ୍ସିକୋ: ମେକ୍ସିକୋରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ । ଗତ ବୁଧବାର ଦିନ ଦକ୍ଷିଣ ମେକ୍ସିକୋର ଆକାପୁଲ୍କୋଠାରେ ଘୂର୍ଣ୍ଣିଝଡ ଓଟିସ ଲ୍ୟାଣ୍ଡଫଲ କରିଥିଲା । ପାଣିପାଗ ବିଭାଗର ସୂଚନା ଠାରୁ ବେଶ ଅଧିକ ଶକ୍ତିଶାଳୀ ଥିଲା ଏହି ଘୂର୍ଣ୍ଣଝଡ । ଏହାର ପ୍ରଭାବରେ ଦକ୍ଷିଣ ମେକ୍ସିକୋର ଅନେକ ଅଞ୍ଚଳ ଧ୍ୱଂସବିଧ୍ୱଂସ ହୋଇଯାଇଛି । ଏହି ପ୍ରାକୃୃତିକ ବିପର୍ଯ୍ୟୟ ପ୍ରଭାବରେ ମୃତ୍ୟୁସଂଖ୍ୟା 43 ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରେ 33 ଜଣ ପୁରୁଷ ଓ 10ଜଣ ମହିଳା ରହିଛନ୍ତି । ତେବେ 340 ଜଣ ମେକ୍ସିକୋ ଅଧିକାରୀଙ୍କ ଦ୍ବାରା ସୁରକ୍ଷିତ ଉଦ୍ଧାର ହୋଇଥିବା ନେଇ ରବିବାର ଦିନ ସୂଚନା ଦେଇଛନ୍ତି ଗୁଏରେରୋ ଗଭର୍ଣ୍ଣର ଏଭେଲ୍ୟାନ ସାଲ୍ଗାଡୋ ପିନେଡା ।

ଗତ ରବିବାର ଦିନ ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ଗୁଏରିଓ ସହରରେ ଘୂର୍ଣ୍ଣିଝଡ ଘଟାଇଥିବା ବିଧ୍ୱଂସୀଲୀଳା ବିଷୟରେ ସୂଚନା ଦେଇଛନ୍ତି ଗୁଏରେରୋ ଗଭର୍ଣ୍ଣର ଏଭେଲ୍ୟାନ ସାଲ୍ଗାଡୋ ପିନେଡା । ଘୂର୍ଣ୍ଣିଝଡ଼ ତାଣ୍ଡବରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ 48 ପହଞ୍ଚିଥିବା ନେଇ ସେ ସୂଚନା ଦେଇଛନ୍ତି । ଏଥିସହ ଏବେ ମଧ୍ୟ 36 ଜଣ ନିଖୋଜ ଥିବାବେଳେ 340 ଜଣଙ୍କୁ ଉଦ୍ଧାର କରାଯାଇଛି ।

ଏହାମଧ୍ୟ ପଢନ୍ତୁ..Earthquake hits in Central Mexico: ସେଣ୍ଟ୍ରାଲ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ

ବୁଧବାର ଦିନ ମଧ୍ୟରାତ୍ରିରେ ଆକାପୁଲ୍କୋ ଠାରେ ଘୂର୍ଣ୍ଣିଝଡ ଓଟିସ ଲ୍ୟାଣ୍ଡଫଲ କରିଥିଲା । ଘଣ୍ଟାପ୍ରତି ପାଖାପାଖି 165 କି.ମି ବେଗରେ ପବନ ବହିବା ସହ ମେକ୍ସିକୋର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଧ୍ୱଂସବିଧ୍ୱଂସ କରିଦେଇଥିଲା । ଏହି ଝଡକୁ କାଟାଗୋରୀ 5ରେ ଅନ୍ତର୍ଭୂକ୍ତ କରାଯାଇଛି । ଝଡରେ ପାଖାପାଖି 220, 035 ଘର ପ୍ରଭାବିତ ହୋଇଥିବା ବେଳେ 80 ପ୍ରତିଶତ ହୋଟେଲ ଅର୍ଥାତ 600 ହୋଟେଲ ଓ 120 ହସ୍ପିଟାଲରେ ଏହି ଝଡ଼ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ରେଷ୍ଟ୍ରୁରାଣ୍ଟ ଓ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଉଦ୍ଧାରକାର୍ଯ୍ୟ ପାଇଁ 10ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ପୀଡ଼ିତମାନଙ୍କ ପାଖରେ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ମେକ୍ସିକୋ ସେନା ଓ ନୌସେନା । କିଛି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..Major Accident: ଘାଟି ତଳକୁ ଖସିଲା ବସ୍; ଚାଲିଗଲା ୨୭ ଜୀବନ

ଘୂର୍ଣ୍ଣିଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବରେ ବିଜୁଳି, ପାଣି, ଟେଲିଫୋନ୍‌ ସେବା ଠପ ହୋଇଯାଇଥିଲା । ବଡ଼ ବଡ଼ ବୃକ୍ଷ ଭାଙ୍ଗି ରାସ୍ତାରେ ପଡ଼ିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିସହ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବାରୁ ରାସ୍ତା ଘାଟ ବନ୍ଦ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଆକାପୁଲ୍କୋ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ପ୍ରଭାବିତ ହୋଇଥିଲା । 10ହଜାରରୁ ଉର୍ଦ୍ଧ୍ବ ସେନା ଆକାପୁଲକୋ ଅଞ୍ଚଳରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛନ୍ତି । ଝଡ଼ ପ୍ରପୀଡ଼ିତ ଲୋକମାନଙ୍କ ନିକଟରେ ଅତ୍ୟବଶକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ରାସ୍ତାଘାଟରୁ ଗଛ ଗୁଡିକୁ ହଟାଯାଇ ଯାତାୟତ ସ୍ବାଭାବିକ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଓ ପୁନଃରୁଦ୍ଧାର କାର୍ଯ୍ୟ କରାଯିବା ସହ ବିଜୁଳି, ଫୋନ୍‌ ସେବା ଯୋଗାଇଦେବାକୁ ଚେଷ୍ଟା ଜାରି ରହିଛି । ଏହି ଘୂର୍ଣ୍ଣିିଝଡ଼ ପ୍ରଭାବରେ ପାଖାପାଖି 15 ଆରବ ଡଲାରର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ସ୍ତରରେ ଅନୁମାନ କରାଯାଉଛି । ତେବେ ଧୀରେଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି ଆକାପୁଲ୍କୋ ।

ତେବେ ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଏହି ଭୟଙ୍କର ଘୂର୍ଣ୍ଣିଝଡ଼ ପ୍ରଭାବିତଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ । ଏଥିସହ ଯଥାଶୀଘ୍ର ଉଦ୍ଧାର କାଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମେକ୍ସିକୋକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.