ETV Bharat / international

ଆଜି ହ୍ବାଇଟ୍ ହାଉସରେ ଡିନର କରିବେ ମୋଦି; ପରଷାଯିବ ଏହିସବୁ ଖାଦ୍ୟ

author img

By

Published : Jun 22, 2023, 10:03 AM IST

ଆଜି ହ୍ବାଇଟ ହାଉସରେ ରାଜକୀୟ ନୈଶ୍ୟଭୋଜନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଜାଣନ୍ତୁ କ'ଣ ସବୁ ଖାଦ୍ୟ ଖାଇବେ

ହ୍ବାଇଟ୍ ହାଉସରେ ଡିନର କରିବେ ମୋଦି
ହ୍ବାଇଟ୍ ହାଉସରେ ଡିନର କରିବେ ମୋଦି

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ରାଷ୍ଟ୍ରପତି ଜୋ' ବାଇଡେନଙ୍କ ସହ ଡିନର୍/ରାତ୍ରିଭୋଜନ କରିବେ । ମୋଦିଙ୍କ ସମ୍ମାନରେ ହ୍ବାଇଟ୍ ହାଉସ ପକ୍ଷରୁ ରାଜକୀୟ ନୈଶ୍ୟଭୋଜନର ଆୟୋଜନ କରାଯାଇଛି । ଏଥିପାଇଁ ୪୦୦ ବିଶେଷ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି । ତେବେ ଡିନର ପୂର୍ବରୁ ଖାଦ୍ୟସୂଚୀ ଏବଂ ପ୍ରସ୍ତୁତି ସମ୍ପର୍କରେ ବାଇଡେନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଖାଦ୍ୟ ମେନୁରେ ଶାକାହାରୀ ଭୋଜନ ସହ ଏଥିରେ ମିଲେଟକୁ ସାମିଲ କରାଯାଇଛି । ମେନୁରେ ମାରିନେଟେଡ ମିଲେଟ, ଗ୍ରୀଲ୍ଡ କର୍ନ କର୍ନେଲ, ଛତୁ, ଟାଞ୍ଜି ଆଭାକାଡୋ ସସ୍ ଇତ୍ୟାଦି ବ୍ୟଞ୍ଜନ ରହିଛି । ଆମେରିକାର ଜଣେ ପ୍ରସିଦ୍ଧ ସେଫ୍ ଏହି ଖାଦ୍ୟସବୁ ପ୍ରସ୍ତୁତ କରିବେ ।

ହ୍ବାଇଟ୍ ହାଉସରେ ଡିନର କରିବେ ମୋଦି
ହ୍ବାଇଟ୍ ହାଉସରେ ଡିନର କରିବେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଶାକାହାରୀ ହୋଇଥିବାରୁ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ କାର୍ଲିଫର୍ଣ୍ଣିଆର ଜଣାଶୁଣା ସେଫ୍ ନିନା କର୍ଟିସଙ୍କୁ ହ୍ବାଇଟ ହାଉସ କର୍ମଚାରୀଙ୍କ ସହ ମିଶି ଚମତ୍କାର ସୁସ୍ବାଦୁ ଶାହାହାରୀ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ କହିଛନ୍ତି । କାରଣ ସେଫ୍ ନିନା ସୁସ୍ବାଦୁ ଶାହାହାରୀ ଭୋଜନ ତିଆରି କରିବାରେ ପାରଙ୍ଗମ ଅଟନ୍ତି । ତେବେ ଅତିଥିମାନଙ୍କ ପାଇଁ ମେନ କୋର୍ସରେ ଆମିଷ ବିକଳ୍ପ ଭାବେ ମାଛ ରଖାଯାଇଛି । ଅନ୍ୟ ଅତିଥିମାନେ ଚାହିଁଲେ ମାଛ ଖାଇପାରିବେ ।

ରାଜକୀୟ ରାତ୍ରିଭୋଜନରେ କ'ଣ ସବୁ ଖାଦ୍ୟ ରହିଛି:

ନୈଶ୍ୟଭୋଜନର ଷ୍ଟାର୍ଟରରେ ମାରିନେଟେଡ ମିଲେଟ, ଗ୍ରୀଲ୍ଡ କର୍ନ କର୍ନେଲ ସାଲାଡ, ତରଭୁଜ, ଟାଙ୍ଗି ଆଭାକୋଡା ସସ୍ ରଖାଯାଇଛି । ସେହିପରି ମେନ କୋର୍ସରେ ଷ୍ଟଫ୍ଡ ପୋଟେବେଲୋ ମସ୍‌ରୁମ୍‌, ୟୋଗଟ୍ ସସ୍, ମିଲେଟ କେକ୍, ସାଫ୍ରନ୍‌ ଇନଫିଉଜଡ ରିସୋଟୋ ଏବଂ ମିଠାରେ ରୋଜ୍‌ ଓ ଷ୍ଟ୍ରବେରୀ ସର୍ଟକେକ ରହିଛି ।

ରାଜକୀୟ ରାତ୍ରିଭୋଜନ ସମ୍ପର୍କରେ ସୂଚନା ଦେଇ ଜିଲ୍ ବାଇଡେନ କହିଛନ୍ତି, ଆଜି ରାତିରେ ହ୍ବାଇଟ ହାଉସର ସାଉଥ ଲନ୍‌ରେ ସ୍ବତନ୍ତ୍ର ଅତିଥିମାନଙ୍କ ସମାଗମ ହେବ । ନୈଶ୍ୟଭୋଜନ ପାଇଁ ୪୦୦ରୁ ଅଧିକ ଅତିଥିମାନଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିପାଇଁ ତ୍ରିରଙ୍ଗା ଥିମରେ ସାଉଥ ଲନର ପାଭିଲିୟନକୁ ସୁସଜ୍ଜିତ କରାଯାଇଛି । ସେଫ୍ ନିନା କର୍ଟିସ କହିଛନ୍ତି, ଆମେରିକାର ଫାଷ୍ଟ୍‌ ଲେଡିଙ୍କ ସହ କାମ କରିବାକୁ ସୁଯୋଗ ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଆମେ ଏପରି ମେନୁ ତିଆରି କରିଛୁ ଯେଉଁଥିରେ ଆମେରିକାର ସବୁଠୁ ଭଲ ବ୍ୟଞ୍ଜନ ସାମିଲ କରାଯିବା ସହ ଭାରତୀୟ ଉପାଦନ ଓ ସ୍ବାଦ ରହିଛି । ଭାରତ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନର ନେତୃତ୍ବ ନେଉଥିବାରୁ ମେନୁରେ ମାରିନେଟ ମିଲେଟକୁ ସ୍ଥାନିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.