ଜୋହନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୫ ମହଲା ବିଶିଷ୍ଟ ଗୋଟିଏ ଆବାସିକ କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଏଥିରେ ୬୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରେସ୍କ୍ୟୁ ଟିମ୍ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ କେଉଁ କାରଣରୁ ବିଲ୍ଡିଂରେ ନିଆଁ ଲାଗିଲା ତାହା ଏ ଯାଏଁ ଜଣାପଡିନି ।
-
@CityofJoburgEMS Firefighters are currently attending to a building on fire in @CityofJoburgZA CBD corner Delvers, Alberts street at this stage 10 people confirmed dead and multiple patients treated on scene transported to various health care facilities for further medical care pic.twitter.com/20b6NXaHvF
— Cojems Spokesperson (@RobertMulaudzi) August 31, 2023 " class="align-text-top noRightClick twitterSection" data="
">@CityofJoburgEMS Firefighters are currently attending to a building on fire in @CityofJoburgZA CBD corner Delvers, Alberts street at this stage 10 people confirmed dead and multiple patients treated on scene transported to various health care facilities for further medical care pic.twitter.com/20b6NXaHvF
— Cojems Spokesperson (@RobertMulaudzi) August 31, 2023@CityofJoburgEMS Firefighters are currently attending to a building on fire in @CityofJoburgZA CBD corner Delvers, Alberts street at this stage 10 people confirmed dead and multiple patients treated on scene transported to various health care facilities for further medical care pic.twitter.com/20b6NXaHvF
— Cojems Spokesperson (@RobertMulaudzi) August 31, 2023
ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ସାଢେ ୧ଟା (ସ୍ଥାନୀୟ ସମୟ) ବେଳେ ଜୋହନ୍ସବର୍ଗର ସେଣ୍ଟ୍ରାଲ ବିଜେନସ୍ ଜିଲ୍ଲାରେ ଥିବା ଉକ୍ତ ୫ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁରେ ପ୍ରକୋପ ଏତେ ଥିଲା ଯାଏଁ ଏହା ଦ୍ରୁତଗତିରେ ପୁରା ବିଲ୍ଡିଂରେ ବ୍ୟାପୀ ଯାଇଥିଲା । ଜୋହନ୍ସବର୍ଗର ଜରୁରୀକାଳୀନ ସେବା ବିଭାଗର ମୁଖପାତ୍ର ରବର୍ଟ ମୁଲାଉଦଜୀ କହିଛନ୍ତି ଯେ, ଆମେ ନିଆଁକୁ ଆୟତ୍ତ କରିବା ସଙ୍ଗେ ସଙ୍ଗେ ବିଲ୍ଡିଂ ଭିତରେ ଫସି ରହିଥିବା ଲୋକଙ୍କୁ ବାହାରକୁ ଆଣିଥିଲୁ । ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଧୂଆଁ ଯୋଗୁଁ ଅଣନିଶ୍ବାସୀ ହୋଇଯାଇଥିଲେ । ଏହି ନିଆଁ ଯୋଗୁଁ ବାସହରା ହୋଇଥିବା ଲୋକଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯାଉଛି ।
ଏହାମଧ୍ୟ ପଢନ୍ତୁ : ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ: 9 ଜୀବନ୍ତ ଦଗ୍ଧ, 20 ଆହତ
ମୁଲାଉଦଜୀ ଆହୁରି କହିଛନ୍ତି ଯେ, ମୋର ୨୦ ବର୍ଷର କାର୍ଯ୍ୟକାଳ ଭିତରେ କେବେ ଏତେ ବଡ ଅଘଟଣ ଦେଖିନଥିଲି । ଏବେ ସୁଦ୍ଧା ବିଲ୍ଡିଂ ଭିତରୁ ମୋଟ ୬୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୪୩ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଭିତରେ ଜଣେ ଶିଶୁ ରହିଛି । ମୁଲାଉଦଜୀଙ୍କ ପକ୍ଷରୁ Xରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଅନେକ ଗୁଡିଏ ଟ୍ରକ ଓ ଆମ୍ବୁଲାନ୍ସ ନିଆଁ ଲାଗିଥିବା ବିଲ୍ଡିଂ ବାହାରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଉକ୍ତ ବିଲ୍ଡିଂଟି ଅନୌପଚାରିକ ଆଶ୍ରୟସ୍ଥଳୀ ଥିଲା । ଏଠାରେ ବାସହରା ଲୋକ ବିନା ଲିଜ୍ ଚୁକ୍ତିନାମାରେ ରହୁଥିଲେ । ପାଖାପାଖି ୨୦୦ ଲୋକ ବିଲ୍ଡିଂରେ ବସବାସ କରୁଥିବା ଅନୁମାନ କରାଯାଉଛି ।