ETV Bharat / international

Malaysia Landslide: ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି, ସର୍ଚ୍ଚ ଅପରେସନ ଜାରି - କ୍ବାଲାଲାମପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 21 ବୃଦ୍ଧି

ମାଲେସିଆ ରାଜଧାନୀ କ୍ବାଲାଲାମପୁରରେ ହୋଇଥିବା ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା 21 ମୃତଦେହ ଉଦ୍ଧାର ହେଲାଣି । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢ଼ନ୍ତୁ

Landslide in Malaysia
ମାଲେସିଆରେ ଭୂସ୍ଖଳନ
author img

By

Published : Dec 17, 2022, 9:04 AM IST

କ୍ବାଲାଲାମପୁର: ମାଲେସିଆ ରାଜଧାନୀ କ୍ବାଲାଲାମପୁରରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 21 ବୃଦ୍ଧି ପାଇଛି । ଏବେ ମଧ୍ୟ ଅନ୍ୟ 12 ଜଣ ନିଖୋଜ ଥିବା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ଶୁକ୍ରବାର କ୍ବାଲାଲାମପୁରର ଏକ କ୍ୟାମ୍ପସାଇଟରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା ।

ଆସନ୍ତା 24 ଘଣ୍ଟା ଧରି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ସେଲାଙ୍ଗୋର ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ବିଭାଗର ନିର୍ଦ୍ଦେଶକ ନୋରାଜାମ କାମିସ ସୂଚନା ଦେଇଛନ୍ତି । ଉଦ୍ଧାରକାର୍ଯ୍ୟରେ 700ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ଅଛନ୍ତି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏହି ଭୟଙ୍କର ଭୂସ୍ଖଳନ ଘଟିଥିଲା । ଫଳରେ କ୍ୟାମ୍ପ ସାଇଟରେ ଥିବା ଲୋକମାନେ ମାଟି ଅତଡାରେ ଚାପି ହୋଇଯାଇଥିଲା । ଭୂସ୍ଖଳନ ଘଟିଥିବା ବେଳେ ମୋଟ 79 ଲୋକ କ୍ୟାମ୍ପ ସାଇଟରେ ଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସରେ ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମାଲେସିୟା ରାଜଧାନୀରେ ଭୟଙ୍କର ଭୂସ୍ଖଳନ: ୨ ମୃତ, ଏକାଧିକ ନିଖୋଜ

ଏହି ଅଘଟଣ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା 61 ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ 3 ଜଣ ସିଙ୍ଗାପୁରବାସୀ ଅଛନ୍ତି । ମାଲେସିଆ ଗୃହମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏବେ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.