ETV Bharat / international

କେମିତି ହୋଇଥିଲା ଫ୍ରେଣ୍ଡସ୍ ଅଭିନେତା ମାଥ୍ୟୁ ପେରିଙ୍କ ମୃତ୍ୟୁ, ଆସିଲା ବ୍ୟବଚ୍ଛେଦ ରିପୋର୍ଟ - ମାଥ୍ୟୁ ପେରିଙ୍କ ମୃତ୍ୟୁର କାରଣ କଣ

Matthew Perry Autopsy: ହିଟ୍ ଧାରାବାହିକ ଫ୍ରେଣ୍ଡସ୍ ଫେମ ଅଭିନେତା ମାଥ୍ୟୁ ପେରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ମୃତ୍ୟୁର କାରଣ କଣ ଜାଣିବା ପାଇଁ ଅଧିକ ପଢନ୍ତୁ

Matthew Perry Autopsy
Matthew Perry Autopsy
author img

By ETV Bharat Odisha Team

Published : Dec 16, 2023, 10:25 AM IST

ହାଇଦ୍ରାବାଦ: ଗତ ଅକ୍ଟୋବର ମାସରେ ହଲିଉଡର ଜଣାଶୁଣା ତାରକା ତଥା ହିଟ୍ ଧାରାବାହିକ ଫ୍ରେଣ୍ଡସ୍ ଫେମ ଅଭିନେତା ମାଥ୍ୟୁ ପେରିଙ୍କ ଦେହାନ୍ତ ହୋଇଥିଲା । 54 ବର୍ଷୀୟ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପ୍ରଶଂସକ ତଥା ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା । ମାଥ୍ୟୁ ପେରିଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ରହସ୍ୟ ଉପରୁ ଉଠିଲା ପରଦା, ଆସିଛି ବ୍ୟବଚ୍ଛେଦ ରିପୋର୍ଟ । କେଟାମାଇନର ମାତ୍ରା ଅଧିକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟ ଅନୁସାରେ, ଅଭିନେତା ଜଣକ ଦୀର୍ଘଦିନ ଧରି କେଟାମାଇନ ଏବଂ ଅନାନ୍ୟ ଔଷଧ ସେବନ କରୁଥିଲେ। ଫଳରେ ତାଙ୍କର ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । କିନ୍ତୁ ମୃତ୍ୟୁର ଏକ ବର୍ଷ ବା 19 ମାସ ପୂର୍ବରୁ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ରହିନଥିବା ବେଳେ ହଠାତ୍‌ ମାଥ୍ୟୁଙ୍କ ମୃତ୍ୟୁ ଖବର ପ୍ରଶଂସକଙ୍କୁ ଚକିତ କରିଥିଲା।

ଲସ୍ ଆଞ୍ଜେଲସ୍ କାଉଣ୍ଟି ମେଡିକାଲ୍ ପରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, "ମାଥ୍ୟୁ ପେରିଙ୍କ ମୃତ୍ୟୁର କାରଣ ହେଉଛି କେଟାମାଇନ୍ । ମୃତ୍ୟୁ ପରେ ବୁଡି ଯିବାର କାରଣ ହେଉଛି କରୋନାରୀ ଧମନୀ ରୋଗ ଏବଂ ବ୍ୟୁଫ୍ରୋନୋର୍ଫିନ । ମୃତ୍ୟୁ ଏକ ଦୁର୍ଘଟଣା କାରଣରୁ ହୋଇଥାଇପାରେ ।"

ପ୍ରକାଶଥାଉକି ଇସକେମିକ୍ ଷ୍ଟ୍ରୋକ୍ ଏବଂ କରୋନାରୀ ଧମନୀ ରୋଗ ବିପଜ୍ଜନକ ହୋଇଥାଏ । ମୋଟାପଣ ଏହାର ମୁଖ୍ୟ କାରଣ । ଧମନୀରେ, ଚର୍ବି ଏବଂ କୋଲେଷ୍ଟ୍ରଲ ଜମାଟ ବାନ୍ଧିବାକୁ ଆରମ୍ଭ କରେ, ଯାହା ଷ୍ଟ୍ରୋକର ଆଶଙ୍କା ବଢାଇ ଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମୋଟାପଣ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦରୋଗର ଆଶଙ୍କା ବୃଦ୍ଧିପାଇଥାଏ।

ଏହା ମଧ୍ୟ ପଢନ୍ତୁ: Matthew Perry Passes Away: ‘ମୁଁ କଣ କହିବାକୁ ଚାହୁଁଛି ବୁଝିପାରୁଛ’ ମୃତ୍ୟୁ ପୂର୍ବରୁ ଏପରି ପୋଷ୍ଟ କରିଥିଲେ ମାଥ୍ୟୁ

ପ୍ରକାଶଥାଉକି, କେଟାମାଇନ ବେଆଇନ ଭାବେ ସେଡିଆଟିଭ ହାଲୁସିନୋଜେନିକ୍ ଔଷଧ ଭାବେ ବ୍ୟବହୃତ ହୋଇଥାଏ । ସାଧାରଣତଃ ଡାକ୍ତରମାନେ ଏହାକୁ ଆନେସ୍ଥେସିଆ ଭାବେ ବ୍ୟବହାର କରିଥାଆନ୍ତି । ଏହାସହ ଅନୁସନ୍ଧାନକାରୀମାନେ ମଧ୍ୟ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଏହାର ବ୍ୟବହାରକୁ ନେଇ ଅନୁଧ୍ୟାନ ଜାରି ରଖିଛନ୍ତି । ପ୍ରକାଶ ଥାଉକି ପେରି ଏହି ଔଷଧର ସେବନ ନେଇ ଏକ ପୁସ୍ତକରେ ମଧ୍ୟ ଉଲ୍ଲେଖ କରିଥିଲେ । ତେବେ କେଟାମାଇନର କେତେ ମାତ୍ରା ସେ ସେବନ କରିଥିଲେ ସେନେଇ ରିପୋର୍ଟରେ କୌଣସି ପ୍ରକାରେ ଉଲ୍ଲେଖ ହୋଇନାହିଁ । ତେବେ ପୋଲିସ ଘରେ ଛାନଭିନ ସମୟରେ ଏକ ପ୍ରେସକ୍ରିପ୍ସନ ଏବଂ କିଛି ଔଷଧ ପାଇଥିଲା ।

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ, ରକ୍ତରେ କେଟାମାଇନ୍ ସ୍ତର ଅଧିକ ରହିଥିଲା । ଅସ୍ତ୍ରୋପଚାର ସମୟରେ ଦିଆଯାଉଥିବା ଡୋଜ ସହିତ ସମାନ ରହିଥିଲା । ଯାହା ଶୀଘ୍ର ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ । ଏହା ପେରିଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଇପାରେ । ଯେଉଥି ପାଇଁ ସେ ଚେତାଶୂନ୍ୟ ହୋଇ ପାଣିରେ ବୁଡିଯାଇ ଥାଇ ପାରନ୍ତି ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.