ETV Bharat / international

ଜେନେରାଲ ଅସୀମ ମୁନିର ପାକିସ୍ତାନର ନୂଆ ସେନାମୁଖ୍ୟ

author img

By

Published : Nov 24, 2022, 4:07 PM IST

ପାକିସ୍ତାନର ନୂଆ ସେନାମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର । 6ବର୍ଷ ପରେ ଶେଷ ହେଲା ପାକିସ୍ତାନ ସେନାରେ ବାଜଓ୍ବା ଯୁଗ (Asim Munir Pakistans New Army Chief )। ଅଧିକ ପଢନ୍ତୁ

ଜେନେରାଲ ଅସୀମ ମୁନିର ପାକିସ୍ତାନର ନୂଆ ସେନାମୁଖ୍ୟ
ଜେନେରାଲ ଅସୀମ ମୁନିର ପାକିସ୍ତାନର ନୂଆ ସେନାମୁଖ୍ୟ

ଇସଲାମାବାଦ: ପାକିସ୍ତାନର ନୂଆ ସେନାମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର (Asim Munir Pakistans New Army Chief )। ମୁନିର ପୂର୍ବରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ । ଏବେ ତାଙ୍କୁ ସେନାମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏବେ ସେ କମର ଜାଭେଦ ବାଜଓ୍ବାଙ୍କ ଠାରୁ ଦାୟିତ୍ବ ଗ୍ରହଣ କିରବେ (Pakistan New Army Chief)। ଜାଭେଦ ସେନାମୁଖ୍ୟ ଭାବେ 6 ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ଅବସର ଗ୍ରହଣ କରିଛନ୍ତି ।

ପାକିସ୍ତାନରେ ସେନା ହିଁ ରାଜନୈତିକ ବ୍ୟବସ୍ଥାର ସ୍ଥିତି ନିୟନ୍ତ୍ରଣ କରେ । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପଛରେ ମଧ୍ୟ ସେନାର ପ୍ରଚ୍ଛନ୍ନ ଓ ପ୍ରଭାବୀ ଭୂମିକା ମଧ୍ୟ ରହିଥାଏ । ପାକିସ୍ତାନରେ ବର୍ତ୍ତମାନ ସେନା ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କୁ କ୍ଷମତାଚ୍ୟୁତ କରିବାରେ ସେନାର ଭୂମିକା ରହିଥିବା ଇମ୍ରାନ ସେତେବେଳେ ଅଭିଯୋଗ କିରଥିଲେ । ତେବେ ନିକଟରେ ସେ ଗୁଳିମାଡର ଶିକାର ହେବା ପରେ ମଧ୍ୟ ଏହି ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ଓ ସେନୀର କିଛି ବରିଷ୍ଠ ଅଧିକାରୀଙ୍କ ଷଡଯନ୍ତ୍ର ଥିବା କଥା ମଧ୍ୟ ଅଭିଯୋଗ କରିଥିଲେ । ପରେ ଦେଶର ସେନାକୁ ବଦନାମ କରିବା କାରଣରୁ ଇମ୍ରାନଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରିଫ ସରକାରକୁ ସୁପାରିଶ କରିଥିଲା ସେନା ।

ପାକିସ୍ତାନର ନିର୍ବାଚନ, ସରକାର ଗଠନ, ଆଭ୍ୟନ୍ତରୀଣ ଓ ବୈଦେଶିକ ବ୍ୟାପାରରେ ମଧ୍ୟ ସେନାର ପରୋକ୍ଷ ହସ୍ତକ୍ଷେପ ରହିଥାଏ । ମୁନିରଙ୍କ ଦାୟିତ୍ବ ଗ୍ରହଣ କରିବା ପରେ ଭାରତ ସମେତ ବିଭିନ୍ନ ଦେଶ ସହ ପାକିସ୍ତାନର ଥିବା ପୂର୍ବ ସମ୍ପର୍କରେ ପରିବର୍ତ୍ତନ ଆସିବା ନେଇ ମଧ୍ୟ ଆଶା କରାଯାଉଛି । ସେହିପରି ବିଦାୟୀ ସେନାମୁଖ୍ୟ ଜେନେରାଲ ବାଜଓ୍ବା କିନ୍ତୁ ଅବସରକାଳୀନ ଭାଷଣରେ ଦେଶର ରାଜନୈତିକ ବିଧି ବ୍ୟବସ୍ଥାରେ ସେନାର କୌଣସି ଭୂମିକା ନାହିଁ, କିମ୍ବା ଭବିଷ୍ୟତରେ ସେନା ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.