ETV Bharat / international

ଉଦଘାଟିତ ହେଲା ନ୍ୟୁ-ଜର୍ସି ସ୍ଥିତ ହିନ୍ଦୁ ମନ୍ଦିର

author img

By ETV Bharat Odisha Team

Published : Oct 9, 2023, 10:35 PM IST

ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ନ୍ୟୁ-ଜର୍ସି ସ୍ଥିତ ହିନ୍ଦୁ ମନ୍ଦିର । 8 ତାରିଖରେ ହୋଇଥିଲା ଉଦଘାଟନ । ଆଧୁନିକ ଯୁଗରେ ଭାରତ ବାହାରେ ନିର୍ମିତ ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର । ଅଧିକ ପଢନ୍ତୁ

ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଲୋକାର୍ପିତ ହେଲା ନ୍ୟୁଜର୍ସି ସ୍ଥିତ ହିନ୍ଦୁ ମନ୍ଦିର

ଓ୍ବାଶିଂଟନ: ଆମେରିକାର ନ୍ୟୁ ଜର୍ସିରେ ନିର୍ମିତ ବିଶ୍ବର ଦ୍ବିତୀୟ ବୃହତ୍ତମ ହିନ୍ଦୁ ମନ୍ଦିରର ଦ୍ବାର ଆଜି ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୋକ୍ତ କରାଯାଇଛି । ଭାରତ ବାହାରେ ନିର୍ମିତ ଏହି ଭବ୍ୟ ଓ ବିଶାଳ ମନ୍ଦିର ଦ୍ବିତୀୟ ବୃହତ୍ତମ ମନ୍ଦିରର ମାନ୍ୟତା ପାଇଛି । ଏବେ ଅତ୍ୟାଧୁନିକ ଯୁଗରେ ନିର୍ମାଣ ଦୃଷ୍ଟିରୁ ଏହା ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର ମନ୍ଦିର । ଏହି ମନ୍ଦିର ଉନବିଂଶ ଶତାବ୍ଦୀର ହିନ୍ଦୁ ଆଧ୍ୟାତ୍ମିକ ଗୁରୁ ପ୍ରଭୁ ସ୍ବାମୀ ନାରାୟଣଙ୍କୁ ଉତ୍ସର୍ଗୀକୃତ । ତାଙ୍କର 5ମ ଆଧ୍ୟାତ୍ମିକ ଉତ୍ତରାଧିକାରୀ ପ୍ରମୁଖ ସ୍ୱାମୀ ମହାରାଜଙ୍କ ଦ୍ବାରା ଏହା ଉଦଘାଟିତ ହୋଇଛି । ମନ୍ଦିରରେ ଆସନ୍ତା 18 ତାରିଖରୁ ଭକ୍ତମାନେ ସାଧାରଣ ଦର୍ଶନ ପାଇପାରିବେ । ଏହି ଭବ୍ୟ ମନ୍ଦିରର ଉଦଘାଟନ ପାଇଁ ଚଳିତ ଏକ ସପ୍ତାହ ବ୍ୟାପୀ ଅନେକ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜି ମୁଖ୍ୟ କାର୍ଯ୍ୟକ୍ରମରେ ନ୍ୟୁୟର୍କ ସିଟି ମେୟର ଏରିକ ଆଡାମସ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

ଆମେରିକୀୟ ସହର ନ୍ୟୁ-ଜର୍ସିର ରବିନ୍ସଭିଲ୍ ଟାଉନସିପର ମଧ୍ୟଭାଗରେ ଏହି ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଏହା ନ୍ୟୁୟର୍କର ଟାଇମ୍ସ ସ୍କୋୟାରର ଦକ୍ଷିଣରୁ ପ୍ରାୟ 90 କିଲୋମିଟର ଓ ରାଜଧାନୀ ୱାଶିଂଟନ ଡିସିର ଉତ୍ତରରୁ ପ୍ରାୟ 180 289 କିଲୋମିଟର ଦୂରରେ ଅବସ୍ଥିତ । ଏଥିରେ ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର କ୍ଷେତ୍ରଫଳ ଓ କାରିଗରୀ ଏହି ଭବ୍ୟ ମନ୍ଦିରରେ ଦେଖିବାକୁ ମିଳିଛି । ଏହି ମନ୍ଦିରର ପ୍ରସ୍ତ 255 ଫୁଟ ଓ ଦୈର୍ଘ୍ୟ 345 ଫୁଟ । ଏହା ପ୍ରାୟ 183 ଏକର ପରିମିତ ଅଞ୍ଚଳରେ ରହିଛି । ସେହିପରି ଏହାର ଉଚ୍ଚତା 191 ଫୁଟ ରହିଛି । ଏହା ପ୍ରାଚୀନ ହିନ୍ଦୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ହିନ୍ଦୁ ପୂରାଣ ବର୍ଣ୍ଣିତ ପ୍ରାୟ 10,000 ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ଭାରତୀୟ ନୃତ୍ୟ, ସଙ୍ଗୀତ, ଲୋକକଳା ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ଝଲକ ଏହି ମନ୍ଦିରର ପ୍ରସ୍ତର ଖୋଦିତ କାର୍ଯ୍ୟରେ ସ୍ଥାନ ପାଇଛି ।

ଏହାମଧ୍ୟ ପଢନ୍ତୁ..ଅକ୍ଟୋବର 8ରେ ନ୍ୟୁ-ଜର୍ସିରେ ଉଦଘାଟିତ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର

ସୁଦୂର ଆମେରିକାରେ ନିର୍ମିତ ଏହି ଭବ୍ୟ ହିନ୍ଦୁ ମନ୍ଦିରଟି ଆଧୁନିକ ସମୟରେ ନିର୍ମିତ ବିଶ୍ବର ସର୍ବବୃହତ୍ତ ମନ୍ଦିର ହୋଇଥିବା ବେଳେ ପୁରାତନ ଯୁଗ ଆଧାରରେ ଏହା ବିଶ୍ବର ଦ୍ବିତୀୟ ବୃହତ୍ତମ ମନ୍ଦିର । କାରଣ ଏହା ପୂର୍ବରୁ କମ୍ବୋଡିଆରେ ଥିବା ଅଙ୍କୋରବଟ ମନ୍ଦିର ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର ଭାବେ ମାନ୍ୟତା ପାଇଛି । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର 500 ଏକର ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଥିଲା । ଏହା ଏବେ ୟୁନେସ୍କୋ ଦ୍ବାରା ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମଧ୍ୟ ମାନ୍ୟତା ଅର୍ଜନ କରିଛି । ହେଲେ ଏହି ପୁରାତନ ମନ୍ଦିରକୁ ବାଦ ଦେଲେ ଆଧୁନିକ ଯୁଗରେ ଏହି ନ୍ୟୁ ଜର୍ସି ମନ୍ଦିର ହିଁ ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର । ଏହାକୁ ଆଜି ଉଦଘାଟନ କରାଯାଇଥିବା ବେଳେ 18 ତାରିଖରୁ ସର୍ବାଜନୀନ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.