ETV Bharat / international

ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, 7 ମୃତ

ପାକିସ୍ତାନ ପଞ୍ଜଗୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

author img

By

Published : Aug 8, 2023, 10:20 AM IST

Etv Bharat
Etv Bharat

ଇସଲାମବାଦ: ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବାଲୁଚିସ୍ତାନର ପଞ୍ଜଗୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୟୁନିଅନ କାଉନସିଲର(ୟୁସି) ଅଧ୍ୟକ୍ଷ ରହିଛନ୍ତି । ଏନେଇ ପଞ୍ଜଗୁରର ଡେପୁଟି କମିଶନର ଅମଜାଦ ସୋମର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 44 ମୃତ, 100ରୁ ଊର୍ଦ୍ଧ୍ବ ଆହତ

ସେ କହିଛନ୍ତି ଯେ, ବାଲଗାଟର ୟୁସି ଚେୟାରମ୍ୟାନ୍ ଇଶ୍ଟିଆକ୍ ୟାକୁବ୍‌ ଏବଂ ଅନ୍ୟମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଗାଡ଼ିକୁ ଟାର୍ଗେଟ କରି ସେହି ରାସ୍ତାରେ ଦୁର୍ବୃତ୍ତମାନେ ଏକ ବୋମା ପ୍ଲାଣ୍ଟ୍‌ କରିଥିଲେ । ଗାଡ଼ିଟି ବାଲଗାଟାର ଚକରା ବଜାରରେ ପହଞ୍ଚିବା ପରେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଗାଡିଟି ଜଳିଯାଇଥିବା ବେଳେ 7ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି । ସମସ୍ତ ମୃତକ ହେଉଛନ୍ତି ଇଶ୍ଟିଆକ୍ ୟାକୁବ, ମହମ୍ମଦ ୟାକୁବ, ଇବ୍ରାହିମ, ୱାଜିଦ, ଫିଦା ହୁସେନ୍, ସରଫରାଜ ଏବଂ ହାଇଦର ବୋଲି ସୂଚନା ଦେଇଛନ୍ତି ପଞ୍ଜଗୁରର ଡେପୁଟି କମିଶନର । ତେବେ କିଏ ଓ କାହିଁକି ୟୁନିଅନ କାଉନସିଲର ଅଧ୍ୟକ୍ଷ ଯାଉଥିବା ଗାଡ଼ିରେ ବୋମା ଖଞ୍ଜିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ ଜାରି ରହିଛି । କେତେ ଜଣ ଏଥିରେ ସାମିଲ ଅଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି।

ଏହା ମଧ୍ୟ ପଢନ୍ତୁ-ବୋମା ବିସ୍ଫୋରଣରେ ଥରିଲା ସିରିୟା: 6 ମୃତ, 23 ଆହତ

ଗତ ଜୁଲାଇ 31 ତାରିଖରେ ପାକିସ୍ତାନର ଏକ ରାଜନୈତିକ ସଭାରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ 44 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 100ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଅଗଷ୍ଟ 6 ତାରିଖରେ ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଏକ ଇସଲାମୀୟ ରାଜନୈତିକ ଦଳର ସଭାସ୍ଥଳରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ଏକ ଆତଙ୍କୀ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ସେପରି କିଛି ଔପଚାରିକ ସୂଚନା ପାକିସ୍ତାନ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ ।

ଜୁଲାଇ 28 ତାରିଖରେ ସିରିଆରେ ବଡଧରଣର ବିସ୍ଫୋରଣ ହୋଇଥିଲା । ବୋମା ବିସ୍ଫୋରଣରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଥିଲେ । ସିରିଆର ରାଜଧାନୀ ଦମ୍ମାସକସର ଦକ୍ଷିଣରେ ଥିବା ଶିଆ ମସଜିଦ ନିକଟରେ ଏହି ଆକ୍ରମଣ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.