ETV Bharat / international

Titanic Submerine News: ନିଖୋଜ ବୁଡାଜାହାଜରେ ଥିଲେ ପାକ୍‌ର ବାପ-ପୁଅ

ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା 'ଟାଇଟାନିକ ବୁଡା ଜାହାଜ' ୫ଜଣ କୋଟିପତିଙ୍କୁ ନେଇ ଯାତ୍ରା କରିଥିଲା । ଏମାନଙ୍କ ମଧ୍ୟରେ ଥିଲେ ପାକିସ୍ତାନର ବାପ-ପୁଅ । ୧୯ବର୍ଷର ସୁଲେମାନ ଦାଉଦ ପାଣିକୁ ଭୟ କରୁଥିବା ବେଳେ ବାପାଙ୍କ ସହ ଏହି ଯାତ୍ରା କରିଥିଲା । ଏମିତି ଥିଲା ସେମାନଙ୍କ କାହାଣୀ

author img

By

Published : Jun 23, 2023, 8:59 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଆଣ୍ଟଲାଟିକ ମହାସାଗରର ଅଥଳ ଜଳରାଶିରେ ନିଖୋଜ ହୋଇଯାଇଛି 'ଟାଇଟାନିକ ବୁଡା ଜାହାଜ' । ଏହି ବୁଡାଜାହାଜଟି ଅନେକ ବର୍ଷ ପୂର୍ବେ ବୁଡିଯାଇଥିବା ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିଲେ । ଏହି ବୁଡ଼ା ଜାହାଜରେ ଥିଲେ ୫ ଜଣ କୋଟିପତି । ସେମାନଙ୍କ ମଧ୍ୟରୁ ଥିଲେ ପାକିସ୍ତାନର ବାପ-ପୁଅ । ସୁଲେମାନ ଦାଉଦ ୧୯ ବର୍ଷର ଥିବା ବେଳେ ଗଭୀର ପାଣିକୁ ଭୟ କରୁଥିଲା । ହେଲେ ପିତା ଶେହଜାଦେ ଦାଉଦଙ୍କ ସହିତ ଟାଇଟାନିକର ଭଗ୍ନାବଶେଷ ଦେଖିବା ଲାଗି ଆଣ୍ଟଲାଟିକ ମହାସାଗର ମଧ୍ୟକୁ ଯାତ୍ରା କରିଥିଲା ।

ଟାଇଟାନିକ ବୁଡାଜାହାଜରେ ଥିବା ୫ କୋଟିପତିଙ୍କ ମଧ୍ୟରୁ ସମସ୍ତଙ୍କ ମୃତ୍ୟୁ ଘଟିଛି । ଏହି ବୁଡାଜାହାଜଟି ମହାସାଗରର ଅଥଳ ଜଳରାଶିକୁ ଯାଇ ହଠାତ ନିଖୋଜ ହୋଇଯାଇଥିଲା । ସେମାନଙ୍କ ଠାବ ହୋଇପାରିନାହିଁ । ସେପଟେ ଗତ ଗୁରୁବାର ପୂର୍ବାହ୍ନ ପର୍ଯ୍ୟନ୍ତ ଅକ୍ସିଜେନର କ୍ଷମତା ରହିଥିଲା, ମାତ୍ର ସେପର୍ଯ୍ୟନ୍ତ ସେମାନଙ୍କୁ ଠାବ କରାଯାଇନଥିବାରୁ ୫ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ନେଇ କୁହାଯାଉଛି । ଏହି ୫ ପର୍ଯ୍ୟଟକଙ୍କ ମଧ୍ୟରେ ପାକିସ୍ତାନର ସୁଲେମାନ ଦାଉଦ ସବୁଠୁ କମ ବର୍ଷର ଯାତ୍ରୀ ଥିଲେ । ପାକିସ୍ତାନର ମୂଳ ବାସିନ୍ଦା ଶେହଜାଦେ ଦାଉଦ ୟୁକେର ବିଜନେସ ଟାଇକୁନ ବୋଲି ଜଣାପଡ଼ିଛି ।

ଏହି ବାପ-ପୁଅଙ୍କ ମୃତ୍ୟୁ ଘଟିବା ପରେ ସମ୍ପର୍କୀୟମାନେ ପ୍ରତିକ୍ରିୟା ରଖିଛନ୍ତି । ସୁଲେମାନଙ୍କ ଜଣେ ସମ୍ପର୍କୀୟଙ୍କ କହିବା ଅନୁସାରେ ଟାଇଟାନିକର ଭଗ୍ନାବଶେଷ ଦେଖିବା ଲାଗି ଆଣ୍ଟଲାଟିକର ଅଥଳ ଜଳ ରାଶି ମଧ୍ୟକୁ ଯିବାକୁ ସୁଲେମାନ ଭୟ କରୁଥିଲା । ହେଲେ ସେ ନିଜ ପିତାଙ୍କ ପାଇଁ ତାଙ୍କ ସାଥୀରେ ଯାଇଥିଲା । ଶେହଜାଦେ ଦାଉଦଙ୍କ ଭଉଣୀ ଅଜମେହ ଦାଉଦ ଏକ ସାକ୍ଷାତକାରରେ କହିଛନ୍ତି, " ସୁଲେମାନ ଅତ୍ୟନ୍ତ ଭୟଭୀତ ଥିଲେ । ହେଲେ ଫାଦର୍ସ ଡେ' ଅବସରରେ ନିଜ ପିତାଙ୍କ ସହିତ ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ସେ ଯିବାକୁ ରାଜି ହୋଇଥିଲା । ଭାଇ ଶେହଜାଦେ ଛୋଟ ବେଳୁ ଟାଇଟାନିକ ଦେଖିବାକୁ ବହୁ ଉତ୍ସୁକ ଥିଲେ । ହେଲେ ସୁଲେମାନ ପାଣି ଭିତରକୁ ଯିବାକୁ ଭୟ କରୁଥିଲା ।"

କିଏ ସେହି ୫ କୋଟିପତି ପର୍ଯ୍ୟଟକ:- ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବା ଲାଗି ନିଖୋଜ ହୋଇଯାଇଥିବା ବୁଡ଼ା ଜାହାଜରେ ଥିଲେ ମୋଟ ୫ ଜଣ ପର୍ଯ୍ୟଟକ, ଯିଏକି କୋଟିପତି ଥିଲେ । ପାକିସ୍ତାନୀ ବାପ-ପୁଅଙ୍କ ବ୍ୟତୀତ ୩ ଯାତ୍ରୀଙ୍କ ମଧ୍ୟରେ ଥିଲେ Ocean Gate ସବମେରାଇନର ସିଇଓ ଓ ପାଇଲଟ ସ୍ଟକଟନ ରଶ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ ଆନରି ନୋର୍ଜେଲେଟ ଓ ବ୍ରିଟେନ କୋଟିପତି ଶିଳ୍ପପତି ହାର୍ମିଶ ହାର୍ଡିଙ୍ଗ ।

ନିଖୋଜ ଟାଇଟାନିକ ବୁଡ଼ା ଜାହାଜର କାହାଣୀ:- ଗତ ୧୯୧୨ ମସିହା ଏପ୍ରିଲ ୧୫ ତାରିଖରେ ଟାଇଟାନିକ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଣ୍ଟଲାଟିକ ମହାସାଗରର ଗଭୀର ଜଳରାଶିରେ ଲୀନ ହୋଇଯାଇଥିଲା । କୁହାଯାଏ ଏହାର ଭଗ୍ନାବଶେଷ ଅଥଳ ଜଳରାଶି ମଧ୍ୟରେ ଏବେ ବି ରହିଛି । କିଛି ବିଶେଷଜ୍ଞ ଅନେକ ବର୍ଷ ତଳେ ଏହାର ଭଗ୍ନାବଶେଷକୁ ମଧ୍ୟ ଠାବ କରିଥିବା ନଜିର ରହିଛି । ତେବେ ଏହି ଟାଇଟାନିକ ଜାହାଜର ଅବସ୍ଥା ଏବେ କିପରି ରହିଛି ଏ ନେଇ ଅନେକଙ୍କ ମନରେ ଉତ୍ସୁକତା ରହିଛି । ତେବେ ଏହାର ଭଗ୍ନାବଶେଷ ଦେଖିବା ଲାଗି ଗତ ୨୦ ତାରିଖରେ ୫ଜଣ ପର୍ଯ୍ୟଟକଙ୍କୁ ଧରି ଯାତ୍ରା ଆରମ୍ଭ କରିଥିଲା 'ଟାଇଟାନିକ ବୁଡା ଜାହାଜ' । ଯାତ୍ରାର ଆରମ୍ଭର ୧ଘଣ୍ଟା ୪୫ ମିନିଟର ପରେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥିରେ ଅକ୍ସିଜେନର କ୍ଷମତା ୯୬ ଘଣ୍ଟା ଅର୍ଥାତ ୪ ଦିନ ରହିଥିଲା । ଗତ ଗୁରୁବାର ଅକ୍ସିଜେନ ଶେଷ ହୋଇଯାଇଥିବା ବେଳେ ଏଯାଏଁ ବୁଡା ଜାହାଜ ସହିତ ଯୋଗାଯୋଗ ହୋଇପାରିନଥିବାରୁ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ବୋଲି ସ୍ପଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.