ETV Bharat / international

Independence Day 2022, ଶୁଭେଚ୍ଛା ଜଣାଇଲେ ବାଇଡେନ

author img

By

Published : Aug 15, 2022, 7:51 AM IST

Updated : Aug 16, 2022, 11:33 AM IST

ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଭାରତ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

ଜୋ ବାଇଡେନ
ଜୋ ବାଇଡେନ

ୱାଶିଂଟନ: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଭାରତ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ଉଡୁଛି ଜାତୀୟ ପତାକା । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାର ୪୦ ଲକ୍ଷ ଭାରତୀୟ ବଂଶୋଦ୍ଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଇଡେନ ।

ଶୁଭେଚ୍ଛା ଜଣାଇ ବାଇଡେନ ମହାତ୍ମା ଗାନ୍ଧିଙ୍କ ସତ୍ୟ, ଅହିଂସା ସଂଗ୍ରାମ କଥା ମନେ ପକାଇଛନ୍ତି । ସେ କହିଛନ୍ତି, ''ଭାରତ-ଆମେରିକୀୟ ସମ୍ପ୍ରଦାୟ ପାଇଁ ଆମେରିକା ଆଜି ଶକ୍ତିଶାଳୀ । ଆମେରିକାର ୪୦ ଲକ୍ଷ ଭାରତୀୟ ବଂଶୋଦ୍ଭବଙ୍କୁ ମୋର ଶୁଭେଚ୍ଛା । ଆଗାମୀ ଦିନରେ ଭାରତ ସହ ବନ୍ଧୁତା ଆହୁରି ଦୃଢ଼ୀଭୂତ ହେବ।''

76ତମ ସ୍ବାଧୀନତା ଦିବସ ଅବସରରେ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ଫର ଫର ହୋଇ ଉଠିଛି ଜାତିର ମାନ ଅଭିମାନ ପ୍ରତୀକ ଜାତୀୟ ପତାକା ତ୍ରିରଙ୍ଗା । ଦିଲ୍ଲୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Last Updated : Aug 16, 2022, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.