ETV Bharat / international

Biden-Jinping Talk: ଜିନପିଙ୍ଗଙ୍କ ସହ ଫୋନରେ 2 ଘଣ୍ଟା 17 ମିନିଟ୍ କଥାହେଲେ ବାଇଡେନ

ବାଇଡେନ ଓ ଜିନପିଙ୍ଗଙ୍କ ଦୀର୍ଘ ସମୟ ଫୋନ ବାର୍ତ୍ତାଳପକୁ ନେଇ ଚର୍ଚ୍ଚା । ଆଜି ଉଭୟ ରାଷ୍ଟ୍ରମୁଖ୍ୟ 2 ଘଣ୍ଟା 17 ମିନିଟ କଥା ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଜିନପିଙ୍ଗଙ୍କ ସହ ଫୋନରେ 2 ଘଣ୍ଟା 17 ମିନିଟ କଥା ହେଲେ ବାଇଡେନ

author img

By

Published : Jul 28, 2022, 10:22 PM IST

ଓ୍ବାଶିଟନ: ଟେଲିଫୋନିକ ବାର୍ତ୍ତାଳାପରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଓ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରାୟ 2 ଘଣ୍ଟା 17 ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି କଥାବାର୍ତ୍ତା ପୂର୍ବାହ୍ନ 8:33 ହୋଇ 10:50 ରେ ଶେଷ ହୋଇଥିଲା । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ନେଇ ଏହି ଦୀର୍ଘକାଳୀନ ଆଲୋଚନା ହୋଇଛି ସେ ନେଇ କୌଣସି ସୂଚନା ମିଳି ପାରିନାହିଁ ।

ଦୁଇ ରାଷ୍ଟ୍ରମୁଖ୍ୟ ଫୋନ ଯୋଗେ ଆଲୋଚନା କରିଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁରୋପ ସମେତ ସମଗ୍ର ବିଶ୍ବରେ ରାଜନୈତିକ ଓ କୂଟନୈତିକ ସମୀକରଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଚୀନ ଓ ଆମେରିକା ପରି ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏପରି ଦୀର୍ଘକାଳୀନ ଆଲୋଚନାକୁ ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ ବଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.