ETV Bharat / international

Shinzo Abe passes away: ଗୁଳିମାଡ ପରେ ସିଞ୍ଜୋ ଆବେଙ୍କ ପରଲୋକ - ସିଞ୍ଜୋ ଆବେଙ୍କ ମୃତ୍ୟୁ

ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ । ଜାପାନର ନାରା ସହରରେ ଭାଷଣ ଦେଉଥିବା ବେଳେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା ।

Shinzo Abe passes away: ଗୁଳିମାଡ ପରେ ସିଞ୍ଜୋ ଆବେଙ୍କ ପରଲୋକ

author img

By

Published : Jul 8, 2022, 2:31 PM IST

Updated : Jul 8, 2022, 4:02 PM IST

ଟୋକିଓ: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ (Shinzo Abe succumbed to his injuries) । ଜାପାନର ନାରା ସହରରେ ଭାଷଣ ଦେଉଥିବା ବେଳେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା । ହଠାତ୍ ପଛପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ସିଞ୍ଜୋ ଆବେ ଟଳି ପଡିଥିବା ବେଳେ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା ।

ମାତ୍ର ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ନାରା ମେଡିକାଲ ୟୁନିଭରସିଟି ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ଗୁଳିମାଡ ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ହୃଦଘାତ ହୋଇଥିବା ମଧ୍ୟ ଖବର ମିଳିଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ।

ଏହାମଧ୍ୟ ପଢନ୍ତୁ:Japan Ex PM Shinzo Abe shot: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କୁ ଗୁଳିମାଡ

ଅନ୍ୟପଟେ ସିଞ୍ଜୋ ଆବେଙ୍କୁ ଗୁଳିମାଡ କରିଥିବା ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନାମ ହେଉଛି ତେତେସୁୟା ୟାମାଗାମୀ(Tetsuya Yamagami) । ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ ପଚରାଉଚରା କରୁଛି । ସେ ପୂର୍ବରୁ ମାରିଟାଇମ ସେଲ୍ଫ ଡିଫେନ୍ସ ଫୋର୍ସର ସଦସ୍ୟ(former maritime Self Defense Force member ଥିବା ସୂଚନା ମିଳିଛି ।

Last Updated : Jul 8, 2022, 4:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.