ETV Bharat / international

ରୋମରେ ଆଖିବୁଜା ଗୁଳିମାଡ, ପ୍ରଧାନମନ୍ତ୍ରୀଙ୍କ ବନ୍ଧୁଙ୍କ ସମେତ ୩ ମୃତ

ରୋମରେ ଆଖିବୁଜା ଗୁଳିମାଡରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବନ୍ଧୁଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 12, 2022, 11:03 AM IST

ଆଖିବୁଜା ଗୁଳିମାଡ
ଆଖିବୁଜା ଗୁଳିମାଡ

ରୋମ: ରୋମରେ ଏକ ବୈଠକ ଚାଲିଥିବା ବେଳେ ଆଖିବୁଜା ଗୁଳିମାଡ । ଆତତାୟୀଙ୍କ ଗୁଳିମାଡରେ ଟଳିପଡିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ (Italian Prime Minister Giorgia Meloni) ବନ୍ଧୁଙ୍କ ସମେତ ୩ଜଣ ମହିଳା । ରବିବାର ସନ୍ଧ୍ୟାରେ ଏକ ଆପାର୍ଟମେଣ୍ଟରେ ବୈଠକ ଚାଲିଥିବା ବେଳେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଏନେଇ ପ୍ରଧାନମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ଗତକାଲି(ରବିବାର) କୌଣସି ଏକ ବିଷୟକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ହଠାତ୍‌ ଜଣେ ଯୁବକ ପହଞ୍ଚି ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ବାନ୍ଧବୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଆହତ ହୋଇଥିବା ସୂଚନା । ତେବେ ସେମାନଙ୍କ ମଧ୍ୟରୁ ଜଣକର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଏହାପରେ ଉକ୍ତ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫୭ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ।

ଏହି ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଉକ୍ତ ଦୁର୍ବୃତ୍ତଙ୍କ ସହ ମୃତ ମହିଳାମାନଙ୍କ ସହ ବିବାଦ ରହିଥିଲା । ତେଣୁ ସେ ଆସି ଗୁଳିମାରି ହତ୍ୟା କରିଲା ।

ଏହା ମଧ୍ୟ ପଢନ୍ତୁ: Pak-Afghan Tension: ଆଫଗାନିସ୍ତାନ ସେନାର ଗୁଳି ମାଡରେ 6 ପାକ୍‌ ନାଗରିକ ମୃତ, 17 ଆହତ

ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଉକ୍ତ ଯୁବକ ଜଣକ କୋଠରି ଭିତରେ ପ୍ରବେଶ କରି କବାଟ ବନ୍ଦ କରିଦେଇଥିଲା । ଏହାପରେ ବଡ଼ ପାଟିରେ ମୁଁ ସମସ୍ତଙ୍କୁ ମାରି ଦେବି କହି ଗୁଳି ଚଳାଇଥିଲା ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଃଖ ପ୍ରକାଶ କରିବା ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି," ବାନ୍ଧବୀ ନିକୋଲିଟା ଗୋଲିସାନୋ ମୋ ପାଇଁ ଏମିତି ସୁନ୍ଦର ଓ ସୁଖୀ ହୋଇ ରହିଥିବେ । ଏମିତି ମରିବା ଭଲ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.