ETV Bharat / international

Israel Gaza War: ଇସ୍ରାଏଲକୁ ଏକା ସଙ୍ଗେ ସମର୍ଥନ ଘୋଷଣା କଲେ 5 ରାଷ୍ଟ୍ର - ଇସ୍ରାଏଲ ଓ ପାଲେଷ୍ଟାଇନ

ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆକ୍ରମଣକୁ ଘୋର ନିନ୍ଦା କଲେ ବିଶ୍ବନେତା। ଇସ୍ରାଏଲକୁ ଏକା ସଙ୍ଗେ ସମର୍ଥନ ଘୋଷଣା କଲେ 5 ରାଷ୍ଟ୍ର। ଅଧିକ ପଢନ୍ତୁ

Joint Statement on Israel
Joint Statement on Israel
author img

By ETV Bharat Odisha Team

Published : Oct 10, 2023, 11:34 AM IST

ହାଇଦ୍ରାବାଦ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଘମାସନ ଲଢେଇ । ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣକୁ ବିଭିନ୍ନ ଦେଶର ନେତା ତୀବ୍ର ନିନ୍ଦା କରିଛନ୍ତି । ହମାସ୍‌ର ଆତଙ୍କୀ କାର୍ଯ୍ୟକୁ ନିନ୍ଦା କରି ଇସ୍ରାଏଲକୁ ଏକା ସାଙ୍ଗରେ ସମର୍ଥନ ଘୋଷଣା କରିଛନ୍ତି 5 ରାଷ୍ଟ୍ର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜର୍ମାନୀ ଚାନସେଲର ଓ ଇଟାଲିର ପ୍ରଧାନମନ୍ତ୍ରୀ ମେଲୋନି ମିଳିତ ଘୋଷଣାନାମା କରିଛନ୍ତି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି।

  • Today, we — President Macron of France, Chancellor Scholz of Germany, Prime Minister Meloni of Italy, Prime Minister Sunak of the United Kingdom, and President Biden of the United States — express our steadfast and united support to the State of Israel, and our unequivocal… pic.twitter.com/mUP4I1MGw0

    — ANI (@ANI) October 10, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-Israel Gaza War: 13ଶହ ମୃତ, ଇସ୍ରାଏଲରର ସମ୍ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ପରେ ଗାଜାରେ ମାନବୀୟ ସଙ୍କଟ

ବିଶ୍ବର ଏହି ପାଞ୍ଚ ନେତା ଇସ୍ରାଏଲ ଉପରେ ହମାସ୍‌ର ଆତଙ୍କୀଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ହମାସ୍‌ର ଆତଙ୍କବାଦୀ କାର୍ଯ୍ୟକଳାପର କୌଣସି ଯଥାର୍ଥ ନାହିଁ କି କୌଣସି ବୈଧତା ନାହିଁ । ତେଣୁ ପୁରା ବିଶ୍ବ ଏହାକୁ ନିନ୍ଦା କରିବା ଆବଶ୍ୟକ। ଆତଙ୍କବାଦୀଙ୍କ କୌଣସି ଯଥାର୍ଥ ନାହିଁ । ବିଗତ ଦିନରେ ପୁରା ବିଶ୍ବ ହମାସ୍‌ ଆତଙ୍କବାଦୀମାନଙ୍କ ଭୟାବହ ରୂପ ଦେଖିଛି । ଗାଜା ସୀମା ନିକଟବର୍ତ୍ତୀ ସ୍ଥାନରେ ଚାଲିଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତର୍କିତ ଆକ୍ରମଣ କରି ନରସଂହାର କରିଥିଲା ହମାସ ଆତଙ୍କବାଦୀ ଗୋଷ୍ଠୀ ।

ସୁପରନୋଭା ମ୍ୟୁଜିକ ଫେଷ୍ଟିଭାଲ ନାମରେ ଏହି କାର୍ଯ୍ୟକ୍ରମ ଗାଜା ସୀମା ନିକଟବର୍ତ୍ତୀ ଇସ୍ରାଏଲ ଅଞ୍ଚଳରେ ଚାଲିଥିବା ବେଳେ ହଠାତ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସେଠାରେ ଆକ୍ରମଣ କରିବାରୁ ଦୁଇ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଏହାର ପ୍ରମାଣ । ଏଥିସହ ମହିଳା ଓ ଶିଶୁଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖିବାକୁ ଘୋର ନିନ୍ଦା କରାଯାଉଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- Watch: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଥରିଲା ଗାଜା ଷ୍ଟ୍ରିପ, ଦେଖନ୍ତୁ ଦୃଶ୍ୟ

ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ହମାସ୍ ଆତଙ୍କବାଦୀଙ୍କ ଅତ୍ୟାଚାରରୁ ଲୋକଙ୍କୁ ରକ୍ଷା କରିବାକୁ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଇଟାଲିର ଇସ୍ରାଏଲକୁ ସମର୍ଥନ କରିବ। ଇସ୍ରାଏଲ ସହ ଶତ୍ରୁତା କରୁଥିବା କୌଣସି ଦଳ ଏହି ଆକ୍ରମଣର ଲାଭ ଉଠାଇପାରିବ ନାହିଁ । ଆଗାମୀ ଦିନରେ, ଆମେ ମିଳିତ ଭାବେ ଇସ୍ରାଏଲ ସହ ସମନ୍ବୟ ରକ୍ଷା କରି ବନ୍ଧୁ ଭାବରେ ରହିବୁ । ଯାହା ଫଳରେ ଇସ୍ରାଏଲ୍ ନିଜକୁ ରକ୍ଷା କରିବାରେ ସକ୍ଷମ ହେବ । ଶେଷରେ ମଧ୍ୟ ପ୍ରାଚ୍ୟ ଶାନ୍ତି ଫେରାଇ ଆଣିବା ପାଇଁ ଏକ ସର୍ତ୍ତ ସ୍ଥିର କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.